ସମ୍ପାଦକୀୟ/ ଦିଲ୍ଲୀରେ କିଏ

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୧୪ ଜାନୁୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୮ ଫେବୃୟାରୀରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଓ ଭାଜପା ମଧ୍ୟରେ ଟକ୍କର ହେବା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ସେଠାରେ ଅରବିନ୍ଦ କେଜ୍‌ରିଓ୍ବାଲ ସରକାର ଯେଭଳି ଭାବେ ଲୋକଙ୍କୁ ଦୀର୍ଘ ୫ ବର୍ଷ ଧରି ଶାସନ ଦେଇ ଆସିଛନ୍ତି, ତାଙ୍କୁ ସାମ୍ନା କରିବା ଭାଜପା ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଛି। ଏପଟେ ଭାଜପା ଗତ ନିର୍ବାଚନରେ ଦିଲ୍ଲୀରେ ଖରାପ ପ୍ରଦର୍ଶନ କରିଥିବାରୁ ଏଥର ଆସନ ସଂଖ୍ୟା ବଢ଼ାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କଲାଣି। ସବୁଠାରୁ ଆଲୋଚନାର ବିଷୟ ଯେ, ଭାଜପା ତା’ର ହିନ୍ଦୁତ୍ୱ ଚିନ୍ତାଧାରାକୁ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରୟୋଗ କରି ଲାଭବାନ୍‌ ହେବାକୁ ଚେଷ୍ଟା କରୁଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ବାଚନ ଆସିଯାଇଥିବାରୁ ପୁଣି ରାମ ମନ୍ଦିର କଥା ଉଠାଇଲେଣି। ଆସନ୍ତା ୪ ମାସ ମଧ୍ୟରେ ଅଯୋଧ୍ୟାରେ ସୁଦୃଶ୍ୟ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି କହୁଛନ୍ତି। ଅର୍ଥାତ୍‌ ଭୋଟରଙ୍କ ମଧ୍ୟରେ ଧାର୍ମିକ ଚିନ୍ତାଧାରା ଉଜାଗର କରିବା ସକାଶେ ଭାଜପା ନେତାମାନେ ପ୍ରୟାସ କରୁଛନ୍ତି। କିନ୍ତୁ ଦିଲ୍ଲୀର ଭୋଟର ହିନ୍ଦୁତ୍ୱ ଚିନ୍ତାଧାରାରେ ଭାସିବେ କି ନାହିଁ, ତାହା ଭୋଟ ପରେ ଜଣାପଡ଼ିବ। ଜାତୀୟ ରାଜଧାନୀବାସୀ ଭାରତର ସବୁ ପ୍ରାନ୍ତରୁ ଯାଇ ସେଠାରେ ବସବାସ କରୁଛନ୍ତି। କହିବାକୁ ଗଲେ, ଦିଲ୍ଲୀ ହେଉଛି ଏକ ମିଶ୍ରିତ ସହର ରାଜ୍ୟ, ଯାହାକୁ ‘କ୍ଷୁଦ୍ର ଭାରତ’ର ଆଖ୍ୟା ଦିଆଯାଇପାରିବ।
ଭାରତ ଏବେ ଅର୍ଥନୈତିକ ଦୁଃସ୍ଥିତି ଦେଇ ଗତି କରୁଛି। ବଜାରରେ ଏବେ ଦରଦାମ ଆକାଶଛୁଆଁ ହୋଇଛି। ଚଳିତ ଆର୍ଥିକ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫ ବର୍ଷର ସର୍ବୋଚ୍ଚ ସ୍ତର ଟପି ୭.୩୫ ପ୍ରତିଶତ ସ୍ତରରେ ରହିଛି। ବିଶେଷକରି ପନିପରିବା ଓ ପିଆଜ ଦର ବଢ଼ି ଚାଲିଥିବାରୁ ଏହା ଖୁଚୁରା ମୁଦ୍ରାସ୍ଫୀତିକୁ ବୃଦ୍ଧି କରିଚାଲିଛି। ଗୋଟିଏ ପଟେ ଲୋକଙ୍କ ହାତରେ ଅର୍ଥ କମିଯାଇଥିବା ବେଳେ ଖାଦ୍ୟସ୍ଫୀତି ହେବା ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହାର ହ୍ରାସ ଘଟିବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଦରଦାମ ବୃଦ୍ଧି, ବେକାରି ସମସ୍ୟା ଦେଶକୁ ଗ୍ରାସ କରୁଥିବାରୁ ଏହା ମୁଖ୍ୟ ପ୍ରସଙ୍ଗ ହେବା କଥା।
ନିକଟ ଅତୀତକୁ ଦେଖିଲେ ଯେତୋଟି ରାଜ୍ୟରେ ନିର୍ବାଚନ ହୋଇଯାଇଛି, ବିଶେଷକରି ୨୦୧୯ ଲୋକ ସଭା ନିର୍ବାଚନ ପରବର୍ତ୍ତୀ ସମୟର ସବୁ ରାଜ୍ୟରେ ଭାଜପାର ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ରଖିଥିବା ନେତାଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି। ଲୋକ ସଭା ସହିତ ହୋଇଥିବା ବିଧାନସଭା ନିର୍ବାଚନରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉଦାହରଣ ଦେଖାଯାଇପାରିବ। ଉଭୟ ରାଜ୍ୟରେ ଆଞ୍ଚଳିକ ଦଳର ଭିତିରି ସମର୍ଥନ ଯୋଗୁ କେତୋଟି ଆସନରେ ବିଜୟଲାଭ କରିଥିବା ଭାଜପା ବିଧାନସଭା ନିର୍ବାଚନରେ ମାଡ଼ ଖାଇଗଲା। ତାହାର ପରବର୍ତ୍ତୀ ସମୟରେ ହୋଇଥିବା ମହାରାଷ୍ଟ୍ର, ହରିୟାଣା ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ଭାଜପା ସରକାର ଥିବା ସତ୍ତ୍ୱେ ଦଳର ବିପୁଳ ପରାଜୟ ପରିଲକ୍ଷିତ ହୋଇଛି। ହରିୟାଣାରେ ଏକ କ୍ଷୁଦ୍ର ଆଞ୍ଚଳିକ ଦଳର ସହଯୋଗ ଲୋଡ଼ିବା ପାଇଁ ବଳବାନ୍‌ ଭାଜପା ବାଧ୍ୟ ହୋଇଥିଲା। ଦିଲ୍ଲୀର ପରିସ୍ଥିତି ଓଡ଼ିଶାରେ ବସି କହିବା କଷ୍ଟକର। କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି ନେତୃତ୍ୱରେ ଥିବା କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରେ ଏବେ ଅଛନ୍ତି ଓ ତାଙ୍କ ଦଳ ଜିତିଲେ ସେ ରହିବା ସୁନିଶ୍ଚିତ। ଅନ୍ୟପଟେ ଭାଜପାର ଜିତାପଟ ହେଲେ ମଧ୍ୟ କିଏ ସେଠାରେ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଟଣାଓଟରା ଅବଶ୍ୟମ୍ଭାବୀ। ଆଜିର ପରିସ୍ଥିତି ଦେଖିଲେ ଭୋଟରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗ୍ୟତା ରଖିଥିବା କୌଣସି ଭାଜପା ନେତା ନ ଥିବା ବେଳେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଦର୍ଶାଯାଉଛି। ଓଡ଼ିଶାରେ ଅବିକଳ ତାହା ହିଁ କରାଯାଇଥିଲା। ଫଳରେ ଓଡ଼ିଶାବାସୀ ସ୍ପଷ୍ଟ ନିଷ୍ପତ୍ତି ନେଲେ। ଦେଖିବା ଦିଲ୍ଲୀବାସିନ୍ଦା କେତେ ବୁଦ୍ଧିର ସହିତ ନିଷ୍ପତ୍ତି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri