ସମ୍ପତ୍ତି ପାଇଁ ବାପାଙ୍କୁ ଆକ୍ରମଣ, ଅଭିଯୁକ୍ତ ପୁଅ ଅଟକ

ଓଡ଼ଗାଁ,୧୩ା୧୨(ସ୍ବ.ପ୍ର.): ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସାକେରୀ ପଞ୍ଚାୟତର ଗର୍ଜନୀ ଗ୍ରାମରେ ଗୁରୁବାର ସମ୍ପତ୍ତିକୁ ନେଇ ସାନପୁଅ ଆକ୍ରମଣରେ ବୃଦ୍ଧ ବାପା ଗୁରୁତର ହୋଇଛନ୍ତି। ଗୁରୁତର ଉଦୟନାଥ ପଟ୍ଟନାୟକ(୮୭)ଙ୍କୁ ପ୍ରଥମେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୋଲିସ ଅଭିଯୁକ୍ତ ପୁଅ ପ୍ରତାପ ପଟ୍ଟନାୟକ(୩୭)ଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ଉଦୟଙ୍କ ଦୁଇ ପୁଅ ପ୍ରଦୀପ ଓ ପ୍ରତାପଙ୍କ ମଧ୍ୟରେ ବାପା ନିଜର ସମ୍ପତ୍ତି ଭାଗ ବାଣ୍ଟି ଦେଇଥିବା ବେଳେ ସେ ବଞ୍ଚତ୍ଥିବା ପର୍ଯ୍ୟନ୍ତ ଉଭୟେ ତାଙ୍କୁ ୬ମାସ ଲେଖା ଭରଣପୋଷଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଗାଁରେ ଥିବା ପ୍ରଦୀପ ବାପାଙ୍କ ଭରଣପୋଷଣ ଦାୟିତ୍ୱ ନେଇଥିବା ବେଳେ ଓଡ଼ଗାଁରେ ରହୁଥିବା ପ୍ରତାପ ପ୍ରାୟ ବର୍ଷେ ହେଲା ମା, ବାପାଙ୍କ କଥା ବୁଝୁ ନ ଥିବା ଜଣାଯାଇଛି ା ୪ ତାରିଖରେ ପ୍ରତାପ ଘରକୁ ଯାଇ ଗୋଷେଇଁ ବାପାଙ୍କ ନାମରେ ଥିବା ଦୁଇମାଣ ଜମି ବିକ୍ରିକରିବାକୁ ବାପାଙ୍କୁ ବାଧ୍ୟ କରିଥିଲେ ା ହେଲେ ଉଦୟ ଏଥିରେ ରାଜି ହୋଇ ନ ଥିଲେ। ଏପରିସ୍ଥଳେ ଗୁରୁବାର ସକାଳେ ପ୍ରତାପ ଗାଁକୁ ଯାଇ ଜମି ବିକ୍ରିକରିବା ସମ୍ବନ୍ଧରେ ଭାଉଜ ପ୍ରଶାନ୍ତିଙ୍କ ସହିତ ଆଲୋଚନା କରିଥିଲେ। ଏତିକିବେଳକୁ ଉଦୟ ପହଞ୍ଚତ୍ବାରୁ ସେ ସମାନ ପ୍ରସଙ୍ଗ ଦୋହରାଇ ଯୁକ୍ତତର୍କ କରିଥିଲେ। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ଏକ ମାର୍ବଲ ଖଣ୍ଡରେ ଉଦୟଙ୍କ ମୁଣ୍ଡକୁ ପ୍ରହାର କରିଥିଲେ ା ଏଥିରେ ଉଦୟଙ୍କ ମୁଣ୍ଡ ଫାଟି ରକ୍ତ ବାହାରୁଥିବା ବେଳେ ପ୍ରତାପ ଏକ ଛୁରି ବାହାର କରି ତାଙ୍କ ତଣ୍ଟି କାଟି ଘଟଣାସ୍ଥଳରୁ ଖସିଯାଇଥିଲେ। ଏ ନେଇ ଉଦୟଙ୍କ ବଡବୋହୂ ପ୍ରଶାନ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୨୭/୧୯ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରୁ ରକ୍ତ ଭିଜା ମାର୍ବଲ ଓ ଛୁରି ଜବତ କରିଛି। ଆଇଆଇସି ମମତା ପତି ପ୍ରତାପ ରହୁଥିବା ଭଡାଘରେ ଚଢାଉ କରି ତାଙ୍କୁ କାବୁ କରିନେଇଥିଲେ। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri