ସମ୍ପତ୍ତି ପାଇଁ ବାପାଙ୍କୁ ଆକ୍ରମଣ, ଅଭିଯୁକ୍ତ ପୁଅ ଅଟକ

ଓଡ଼ଗାଁ,୧୩ା୧୨(ସ୍ବ.ପ୍ର.): ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସାକେରୀ ପଞ୍ଚାୟତର ଗର୍ଜନୀ ଗ୍ରାମରେ ଗୁରୁବାର ସମ୍ପତ୍ତିକୁ ନେଇ ସାନପୁଅ ଆକ୍ରମଣରେ ବୃଦ୍ଧ ବାପା ଗୁରୁତର ହୋଇଛନ୍ତି। ଗୁରୁତର ଉଦୟନାଥ ପଟ୍ଟନାୟକ(୮୭)ଙ୍କୁ ପ୍ରଥମେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୋଲିସ ଅଭିଯୁକ୍ତ ପୁଅ ପ୍ରତାପ ପଟ୍ଟନାୟକ(୩୭)ଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ଉଦୟଙ୍କ ଦୁଇ ପୁଅ ପ୍ରଦୀପ ଓ ପ୍ରତାପଙ୍କ ମଧ୍ୟରେ ବାପା ନିଜର ସମ୍ପତ୍ତି ଭାଗ ବାଣ୍ଟି ଦେଇଥିବା ବେଳେ ସେ ବଞ୍ଚତ୍ଥିବା ପର୍ଯ୍ୟନ୍ତ ଉଭୟେ ତାଙ୍କୁ ୬ମାସ ଲେଖା ଭରଣପୋଷଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଗାଁରେ ଥିବା ପ୍ରଦୀପ ବାପାଙ୍କ ଭରଣପୋଷଣ ଦାୟିତ୍ୱ ନେଇଥିବା ବେଳେ ଓଡ଼ଗାଁରେ ରହୁଥିବା ପ୍ରତାପ ପ୍ରାୟ ବର୍ଷେ ହେଲା ମା, ବାପାଙ୍କ କଥା ବୁଝୁ ନ ଥିବା ଜଣାଯାଇଛି ା ୪ ତାରିଖରେ ପ୍ରତାପ ଘରକୁ ଯାଇ ଗୋଷେଇଁ ବାପାଙ୍କ ନାମରେ ଥିବା ଦୁଇମାଣ ଜମି ବିକ୍ରିକରିବାକୁ ବାପାଙ୍କୁ ବାଧ୍ୟ କରିଥିଲେ ା ହେଲେ ଉଦୟ ଏଥିରେ ରାଜି ହୋଇ ନ ଥିଲେ। ଏପରିସ୍ଥଳେ ଗୁରୁବାର ସକାଳେ ପ୍ରତାପ ଗାଁକୁ ଯାଇ ଜମି ବିକ୍ରିକରିବା ସମ୍ବନ୍ଧରେ ଭାଉଜ ପ୍ରଶାନ୍ତିଙ୍କ ସହିତ ଆଲୋଚନା କରିଥିଲେ। ଏତିକିବେଳକୁ ଉଦୟ ପହଞ୍ଚତ୍ବାରୁ ସେ ସମାନ ପ୍ରସଙ୍ଗ ଦୋହରାଇ ଯୁକ୍ତତର୍କ କରିଥିଲେ। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ଏକ ମାର୍ବଲ ଖଣ୍ଡରେ ଉଦୟଙ୍କ ମୁଣ୍ଡକୁ ପ୍ରହାର କରିଥିଲେ ା ଏଥିରେ ଉଦୟଙ୍କ ମୁଣ୍ଡ ଫାଟି ରକ୍ତ ବାହାରୁଥିବା ବେଳେ ପ୍ରତାପ ଏକ ଛୁରି ବାହାର କରି ତାଙ୍କ ତଣ୍ଟି କାଟି ଘଟଣାସ୍ଥଳରୁ ଖସିଯାଇଥିଲେ। ଏ ନେଇ ଉଦୟଙ୍କ ବଡବୋହୂ ପ୍ରଶାନ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୨୭/୧୯ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରୁ ରକ୍ତ ଭିଜା ମାର୍ବଲ ଓ ଛୁରି ଜବତ କରିଛି। ଆଇଆଇସି ମମତା ପତି ପ୍ରତାପ ରହୁଥିବା ଭଡାଘରେ ଚଢାଉ କରି ତାଙ୍କୁ କାବୁ କରିନେଇଥିଲେ। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri