ସମସିଆ ଘେରରେ ଲରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍‌ତର ଜାଗାରେ ଫାର୍ମାସିଷ୍ଟ କରୁଛନ୍‌ ଚିକିଛା

ଅତାବିରା, ୯।୩ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କୁ ସୁଆସ୍‌ତିଅ ସେବା ଯୁଗେଇ ଦେବାରଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ଲୋକ ସଂଖ୍ୟା ଦେଖି ଅନେକ ଜାଗାରେ ନୂତନ ଡାକ୍‌ତରଖାନା ଖୁଲୁଛନ୍‌। ହେଲେ ଅନେକ ଜାଗାରେ ଡାକ୍‌ତର, କରମଚାରୀ, କୁଠା ଅଭାବ ଥିଲାବେଲେ ଆରକେନ୍‌ଠାନେ ଡାକ୍‌ତର ନାଇଁ ଆଏବାର ଲାଗି ରୁଗୀ ଦହଗଁଜ୍‌ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ ଜିଲା ଅତାବିରା ବ୍ଲକ ଲରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ।
ସୂଚନା ଅନ୍‌ସାରେ ଲରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଝନେ ଏମ୍‌ବିବିଏସ୍‌, ଝନେ ଆୟୁଷ ଡାକ୍‌ତର, ଝନେ ଫାର୍ମାସିଷ୍ଟ ଆର ଝନେ ପିଅନ୍‌ ରହିଛନ୍‌। ଡାକ୍‌ତରଖାନା ପରିସରରେ ଡାକ୍‌ତରମାନେ ରହିବାର ଲାଗି ସରକାରୀ କ୍ୱାର୍ଟର୍ସ ବି ରହିଛେ। ହେଲେ ଉଭଏ ଡାକ୍‌ତର କ୍ୱାର୍ଟର୍ସରେ ନାଇଁ ରହିବାର ଲାଗି ଅନେକ ସମିଆରେ ଚିକିଛା ଲାଗି ଆସୁଥିବାର ରୁଗୀମାନେ ଦହଗଁଜ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଗଲା ଶନିବାର ଥାନୀଅ ଧରିତ୍ରୀ ପରତିନିଧି ଦିନର ୧୦ ବଜେ ନିଜର ଦିହିପା ସମସିଆ ନେଇ ଇ ଡାକ୍‌ତରଖନାରେ ପୁହୁଁଚିଥିଲେ। ସେ ପୁହୁଁଚିଲା ବେଲେ ଉଭଏ ଡାକ୍‌ତର ନାଇଁଥାଇ। ଫାର୍ମାସିଷ୍ଟ ଶିବନାରାୟଣ ଦାଶକୁଁ ରୁଗୀକୁଁ ଚିକିଛା କରୁଥିବାର ଦେଖ୍‌ବାକେ ପାଇଥିଲେ। ଡାକ୍‌ତରମାନକର ବାବ୍‌ଦେ ଫାର୍ମାସିଷ୍ଟକୁଁ ପଚ୍‌ରାଲାରୁ ଡାକ୍‌ତରମାନେ ନାଇଁ ଆଏବାରତାଲ ସେଥିରଲାଗି ମୁଇଁ ଚିକିଛା କରୁଛେଁ ବଲି ସେ କହିଥିଲେ। ଅଧ୍‌କା ପଚ୍‌ରାଉଚରାରୁ ଜନାଯାଇଥିଲା ଯେ ଡାକ୍‌ତରମାନେ ରହିବାର ଲାଗି ସରକାରୀ ଘର ରହିଛେ। ହେଲେ ଡା.ଦେବାଶିଷ ବିଶ୍ୱାଳ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ପାସୁ ଆର ଆୟୁଷ ଡା.ତ୍ରିଲୋଚନ ବରାଳ କନଟିକ୍ରାରୁ ଯିବାର ଆଏବାର କରୁଛନ୍‌। ଏନ୍‌ତାଥି ଅନେକ ସମିଆରେ ରୁଗୀ ସେବା ପରଭାବିତ ହେଉଥିବାର ଅଂଚଲବାସୀ ଅଭିଯୋଗ କରିଛନ୍‌। ସେନ୍‌ତା ଉଭଏ ଡାକ୍‌ତର ଷ୍ଟାଫ କ୍ୱାର୍ଟର୍ସରେ ରହି ଚିକିଛା କରବାକେ ଅଂଚଲବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ରବିନାରାୟଣ ମିଶ୍ରକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?