ସମବାୟ ସପ୍ତାହ ଆଲୋଚନା ଚକ୍ର, କର୍ମଶାଳା

ଯାଜପୁର ଟାଉନ,୨୧।୧୧(ଡିଏନଏ): ଜିଲାସ୍ତରୀୟ ସମବାୟ ସପ୍ତାହ ଆଲୋଚନା ଚକ୍ର ଓ କର୍ମଶାଳା ବୁଧବାର ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ ଯୋଗଦେଇ ସମବାୟ ଆନ୍ଦୋଳନ ସମାଜର ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ୧୯୦୪ ମସିହାରୁ ସର୍ବପ୍ରଥମେ ଏହାର ସୂତ୍ରପାତ ହୋଇ ଆଜିପର୍ଯ୍ୟନ୍ତ ବିଭିନ୍ନ ଉନ୍ନତିରେ ସହାୟକ ହୋଇଆସିଛି। ବିଶେଷ କରି କୃଷି, ଗୋପାଳନ, କୁକୁଡା ପାଳନ, ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିବିଧ ଉପତ୍ାଦନ ଓ ସ୍ବାବଲମ୍ବନଶୀଳତା ପାଇଁ ସମବାୟର ସହଯୋଗ ଆଜି ଆର୍ଥିକ ବ୍ୟବସ୍ଥାକୁ ମଜବୁତ କରିଛି ବୋଲି କହିଥିଲେ। ସର୍ବନିମ୍ନ ସୁଧହାରରେ ଋଣ ପ୍ରଦାନ କରାଯାଇ ଯୁବ ଓ ଦୁର୍ବଳବର୍ଗ ମହିଳାଙ୍କୁ ଆମତ୍ନିର୍ଭରଶୀଳ ପାଇଁ ସହାୟକ କରାଯାଇଛି। ଏଣୁ ପ୍ରତ୍ୟେକ ଯୋଜନା ସମ୍ପର୍କରେ ସଚେତନ ହୋଇ ଏହାର ସୁଫଳ ହାସଲ ପାଇଁ ଧଳ ଅନୁରୋଧ କରିଥିଲେ। ଏହି ଆଲୋଚନାଚକ୍ରରେ ଜିଲା ସମବାୟ ସମିତିର ସହକାରୀ ନିବନ୍ଧକ ଶରତ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଆଦିକନ୍ଦ ଜେନା ପ୍ରମୁଖ ଯୋଗଦେଇ ସମବାୟର ସ୍ଥିତି, ସମାଜପ୍ରତି ଅବଦାନ ଓ ସାଧାରଣ ଲୋକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ଆଲୋଚନାଚକ୍ରରେ ଜିଲାର ସମସ୍ତ ପ୍ୟାକ୍ସ ସଭାପତି, ସମ୍ପାଦକ, ଏଆରସିଏସ୍‌ କର୍ମଚାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମୁହାଁ ‘ସୁପର ଏଲ୍‌ ନିନୋ’! ରାଜ୍ୟରେ ଭୟଙ୍କର ହେବ…ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୪।୬: ଓଡ଼ିଶାର ପାଣିପାଗକୁ ନେଇ ଆସିଛି ଏକ ଚିନ୍ତାଜନକ ଖବର। ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ସୁପର ଏଲ ନିନୋ’ (Super El Ni୦o)…

ଶ୍ୱଶୁରଘର ଗାଁ ଚାଷଜମିରେ ଜ୍ୱାଇଁଙ୍କ ମୃତଦେହ, ଅଭିଯୋଗ ଆଣି ମୃତକଙ୍କ ମା’ କହିଲେ ବୋହୂ ତାଙ୍କ…

ଆଳି,୪ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଟରା ଗ୍ରାମର ବାବନ ସେଠୀ(୪୫)ଙ୍କ ମୃତଦେହ ତାଙ୍କ ଶ୍ୱଶୁରଘର ମାନପୁର ଗାଁ ଚାଷଜମିରୁ ଜବତ କରାଯାଇଛି। ତାଙ୍କୁ…

ଶଗଡ଼କୁ ଧକ୍କା ଦେଲା ହାଇଓ୍ବା: ଚାଲିଗଲା ୨ ସାଙ୍ଗଙ୍କ ଜୀବନ, କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର-ପ୍ରତାପଗିରି ଗ୍ରାମ ଛକ ପୋଖରୀ ନିକଟ ବୁଲାଣି ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇୱା…

ବନ୍ଧା ହେଲେ ଆୟକର ଅଧିକାରୀ: ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ଭଦ୍ରକ, ୪।୬(ସନାତନ ରାଉତ): ଭଦ୍ରକ ଆୟକର ସୁପରିଟେଣ୍ଡେଣ୍ଟ ରମେଶ ମହାନ୍ତିଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ସିବିଆଇ। ଜଣେ ବ୍ୟକ୍ତିଙ୍କ ନକଲି ପାନ କାର୍ଡ ଡିଲିଟ…

ଉପକୂଳ ଅଞ୍ଚଳରେ ବୃଦ୍ଧିପାଉଛି ଦେଶୀ ହାଣ୍ଡିଆ ଭାଟି: ନିଶା ସେବନ କରି ଯୁବପିଢ଼ି…

ମହାକାଳପଡ଼ା,୪ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଦେଶୀ ହାଣ୍ଡିଆ ଭାଟି। ବିଶେଷ କରି ଏହି ଅଞ୍ଚଳର…

ଜୁନ୍‌ ୨୦ ପାଇଁ ୧୦ ବିଭାଗର ତତ୍ପରତା: ପୂରାଦମ୍‌ରେ ଲାଗିପଡ଼ିଛନ୍ତି ଅଧିକାରୀ

ଭୁବନେଶ୍ୱର,୪ା୬(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟବାସୀଙ୍କୁ ପାନୀୟଜଳ ଯୋଗାଇବାଠାରୁ ଆରମ୍ଭ କରି ଗମନାଗମନ…

ଯାହାକୁ ଡରୁଥିଲେ ଟ୍ରମ୍ପ, ଶେଷରେ ତାହା ହିଁ ଘଟିଲା: ନିଜ ଲୋକ ବି ଦେଲେ ଧୋକା

ଓ୍ବାଶିଂଟନ୍‌,୪।୬: ଇରାନ ସହିତ ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସୀମିତ କରିବା…

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri