ସଭାଗୃହ ଛାଡି ଚାଲିଗଲେ ଏମପି

ଖୁଣ୍ଟା,୨୧।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସଭାକକ୍ଷରେ ଶନିବାର ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ନ ହୋଇ ବିଳମ୍ବ ଘଟିବାରୁ ମୟୂରଭଞ୍ଜ ଜିଲାର ନବର୍ନିବାଚିତ ଏମପି ବିଶେଶ୍ୱର ଟୁଡୁ ଏଥିରେ ବିରକ୍ତି ପ୍ରକାଶ କରିଥିଲେ । ଏ ପରିକି ସେ ବୈଠକ ଛାଡି ବାହାରକୁ ଚାଲି ଯାଇଥିଲେ। ବାରିପଦା ବିଧାୟକ ପ୍ରଥମକରି ସଭାରେ ଯୋଗ ଦେଉଥିବାରୁ ତାଙ୍କୁ ଅପେକ୍ଷା କରାଯାଇଥିଲା। ଏଥିଲାଗି ବୈଠକ ବିଳମ୍ବିତ ହୋଇଥିଲା, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ସମୟ ପରେ ବିଧାୟକ ବୈଠକରେ ଯୋଗ ଦେବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ଅଧ୍ୟକ୍ଷା ପୁଷ୍ପଲତା ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ବସିଥିବା ପଞ୍ଚାୟତ ସମିତି ବୈଠକରେ ଏମପି ଟୁଡୁ , ବାରିପଦା ବିଧାୟକ ପ୍ରକାଶ ସୋରେନ , ଜିଲା ପରିଷଦ ସଭାପତି ସୁଜାତା ମୁର୍ମୁ , ବ୍ଲକ ଉପାଧ୍ୟକ୍ଷ ସିଦ୍ଧନାଥ ସୋରେନ ,୧୩ ନଂ ଜିଲା ପରିଷଦ ଜୋନର ସଭ୍ୟ ଭି ଏସ ଜ୍ୟୋତି ସଂଗ୍ରାମ, ବିଡ଼ିଓ ଦେବଦତ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସରପଞ୍ଚ , ସମିତି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ । ନିଦ୍ଧାରିତ ସମୟ ଗଡିଯାଉଥିବା ଯୋଗୁଁ ଏମପି ଟୁଡୁ ଶୀଘ୍ର ବୈଠକ ଆରମ୍ଭ କରିବାକୁ ଚାହିଁଥିଲେ। କିନ୍ତୁ ବାରିପଦା ବିଧାୟକ ଆସୁଥିବାରୁ ଆଉ କିଛି ସମୟ ଅପେକ୍ଷା କରିବାକୁ ଅଧ୍ୟକ୍ଷା କହିଥିଲେ । ଏଭଳି ସ୍ଥିତିରେ ଏମପି ସଭା ଗୃହ ଛାଡି ବାହାରକୁ ଚାଲିଯିିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ଏମପି ଓ ବିଧାୟକ ଗୋଟିଏ ଦଳର ହୋଇଥିବାରୁ ଏ ନେଇ ନାନା ଗୁଞ୍ଜରଣ ପ୍ରକାଶ ପାଇଛି।
ନବନିବାଚିତ ବିଧାୟକ ସୋରେନ ପ୍ରଥମ କରି ବୈଠକରେ ଯୋଗ ଦେବା ପରେ ତାଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ବୈଠକ ସ୍ବାଭାବିକ ହୋଇଥିଲା । ସଭା ଆରମ୍ଭରେ ବ୍ଲକ୍‌ର ପୂର୍ବତନ ଅଧକ୍ଷ ସ୍ବର୍ଗତ ପ୍ରତାପ ଚନ୍ଦ୍ର ରଥଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜିପିଓ ପ୍ରମୋଦ କୁମାର ନାୟକ ପୂର୍ବ ବୈଠକର ବିବରଣୀ ପାଠ କରି ଚଳିତ ବୈଠକର ଏଜେଣ୍ଡା ସମ୍ପର୍କରେ ସୂଚନା ଦେଇଥିଲେ । ଉପସ୍ଥିତ ସରପଞ୍ଚ , ସମିତି ସଭ୍ୟାସଭ୍ୟ ଏଜେଣ୍ଡା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଆଣିଥିଲେ। ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ଏସବୁର ଉତ୍ତର ରଖିଥିଲେ । ସ୍ବାସ୍ଥ୍ୟ ସେବା, ଶିକ୍ଷା, କୃଷି, ପାନୀୟଜଳ ବ୍ୟବସ୍ଥା ସମେତ ବିଭିନ୍ନ ପଞ୍ଚାୟତକୁ ଆସୁଥିବା ଅନୁଦାନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଶେଷରେ ଅଧ୍ୟକ୍ଷା ମାର୍ଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?