ସଭାଗୃହ ଛାଡି ଚାଲିଗଲେ ଏମପି

ଖୁଣ୍ଟା,୨୧।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସଭାକକ୍ଷରେ ଶନିବାର ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ନ ହୋଇ ବିଳମ୍ବ ଘଟିବାରୁ ମୟୂରଭଞ୍ଜ ଜିଲାର ନବର୍ନିବାଚିତ ଏମପି ବିଶେଶ୍ୱର ଟୁଡୁ ଏଥିରେ ବିରକ୍ତି ପ୍ରକାଶ କରିଥିଲେ । ଏ ପରିକି ସେ ବୈଠକ ଛାଡି ବାହାରକୁ ଚାଲି ଯାଇଥିଲେ। ବାରିପଦା ବିଧାୟକ ପ୍ରଥମକରି ସଭାରେ ଯୋଗ ଦେଉଥିବାରୁ ତାଙ୍କୁ ଅପେକ୍ଷା କରାଯାଇଥିଲା। ଏଥିଲାଗି ବୈଠକ ବିଳମ୍ବିତ ହୋଇଥିଲା, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ସମୟ ପରେ ବିଧାୟକ ବୈଠକରେ ଯୋଗ ଦେବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ଅଧ୍ୟକ୍ଷା ପୁଷ୍ପଲତା ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ବସିଥିବା ପଞ୍ଚାୟତ ସମିତି ବୈଠକରେ ଏମପି ଟୁଡୁ , ବାରିପଦା ବିଧାୟକ ପ୍ରକାଶ ସୋରେନ , ଜିଲା ପରିଷଦ ସଭାପତି ସୁଜାତା ମୁର୍ମୁ , ବ୍ଲକ ଉପାଧ୍ୟକ୍ଷ ସିଦ୍ଧନାଥ ସୋରେନ ,୧୩ ନଂ ଜିଲା ପରିଷଦ ଜୋନର ସଭ୍ୟ ଭି ଏସ ଜ୍ୟୋତି ସଂଗ୍ରାମ, ବିଡ଼ିଓ ଦେବଦତ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସରପଞ୍ଚ , ସମିତି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ । ନିଦ୍ଧାରିତ ସମୟ ଗଡିଯାଉଥିବା ଯୋଗୁଁ ଏମପି ଟୁଡୁ ଶୀଘ୍ର ବୈଠକ ଆରମ୍ଭ କରିବାକୁ ଚାହିଁଥିଲେ। କିନ୍ତୁ ବାରିପଦା ବିଧାୟକ ଆସୁଥିବାରୁ ଆଉ କିଛି ସମୟ ଅପେକ୍ଷା କରିବାକୁ ଅଧ୍ୟକ୍ଷା କହିଥିଲେ । ଏଭଳି ସ୍ଥିତିରେ ଏମପି ସଭା ଗୃହ ଛାଡି ବାହାରକୁ ଚାଲିଯିିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ଏମପି ଓ ବିଧାୟକ ଗୋଟିଏ ଦଳର ହୋଇଥିବାରୁ ଏ ନେଇ ନାନା ଗୁଞ୍ଜରଣ ପ୍ରକାଶ ପାଇଛି।
ନବନିବାଚିତ ବିଧାୟକ ସୋରେନ ପ୍ରଥମ କରି ବୈଠକରେ ଯୋଗ ଦେବା ପରେ ତାଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ବୈଠକ ସ୍ବାଭାବିକ ହୋଇଥିଲା । ସଭା ଆରମ୍ଭରେ ବ୍ଲକ୍‌ର ପୂର୍ବତନ ଅଧକ୍ଷ ସ୍ବର୍ଗତ ପ୍ରତାପ ଚନ୍ଦ୍ର ରଥଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜିପିଓ ପ୍ରମୋଦ କୁମାର ନାୟକ ପୂର୍ବ ବୈଠକର ବିବରଣୀ ପାଠ କରି ଚଳିତ ବୈଠକର ଏଜେଣ୍ଡା ସମ୍ପର୍କରେ ସୂଚନା ଦେଇଥିଲେ । ଉପସ୍ଥିତ ସରପଞ୍ଚ , ସମିତି ସଭ୍ୟାସଭ୍ୟ ଏଜେଣ୍ଡା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଆଣିଥିଲେ। ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ଏସବୁର ଉତ୍ତର ରଖିଥିଲେ । ସ୍ବାସ୍ଥ୍ୟ ସେବା, ଶିକ୍ଷା, କୃଷି, ପାନୀୟଜଳ ବ୍ୟବସ୍ଥା ସମେତ ବିଭିନ୍ନ ପଞ୍ଚାୟତକୁ ଆସୁଥିବା ଅନୁଦାନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଶେଷରେ ଅଧ୍ୟକ୍ଷା ମାର୍ଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ବାଲେଶ୍ୱର,୧୮।୩: (ଜନ୍ମେଜୟ ମିଶ୍ର)-ସୋର ଥାନା ସବିରା ରେଳଷ୍ଟେଶନ ନିକଟରେ ରହଣିଆ ଗ୍ରାମ ନିକଟରେ ଟ୍ରେନ ଲାଇନରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ ଟ୍ରେନ୍‌...

ଗାଁରେ ଚାଲିଥିଲା ଦେହ ବ୍ୟବସାୟ: ଧରାପଡ଼ିଲେ ମହିଳାଙ୍କ ସହ ୪ ଯୁବତୀଯୁବକ

ନୀଳଗିରି,୧୮ା୩(ପ୍ରଶାନ୍ତ କୁମାର ବିଶ୍ବାଳ): ଗାଁ ମଝିରେ ସମସ୍ତଙ୍କ ଅଗୋଚରରେ ଚାଲିଥିଲା ଦେହବ୍ୟବସାୟ। ଗ୍ରାମବାସୀ ଏହା ଜାଣିପାରି ଜଣେ ମହିଳାଙ୍କ ସହ ୪ଜଣ ଯୁବତୀଯୁବକଙ୍କୁ କାବୁ କରିଛନ୍ତି।...

ବଜ୍ରପାତରେ ଘର ସହ ଜୀବନ୍ତ ଜଳିଗଲେ ବିଟେକ୍‌ ଛାତ୍ର

ବାଲେଶ୍ୱର,୧୮।୩(ପ୍ରଦୀପ ଦାସ): ନଡ଼ାଛପର ଘରେ ଜୀବନ୍ତ ଜଳିଗଲେ ଯୁବକ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇରେ । ନିକଟସ୍ଥ ଚିଙ୍ଗୁଡି ଘେରିକୁ ଯାଉଥିବା ବେଳେ...

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ ପୂରାଇ ଜିଅନ୍ତା ଜାଳିଦେଲେ ସ୍ବାମୀ

ଭୋଗରାଇ,୧୫ା୩(ପ୍ରଦୀପ ଦାସ): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘର ଭିତରେ ନୃଶଂସ ଭାବେ ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛନ୍ତି ସ୍ବାମୀ। ଏପରି ଏକ ଘଟଣା...

୬୦ନଂ ଜାତୀୟ ରାଜପଥରେ ଦୁଇଦୁଇଟି ଦୁର୍ଘଟଣା

ବାଲେଶ୍ୱର,୧୩।୩(ମାନସ ବିଶ୍ୱାଳ) : ୬୦ ନଂ ଜାତୀୟ ରାଜପଥ ହଳଦୀପଦା ନିକଟରେ ପୃଥକପୃଥକ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୩ ଆହତଙ୍କୁ ବାଲେଶ୍ୱର ଜିଲା...

ଭାଜପା ଛାଡ଼ିଲେ ସୋର ପୌରାଧ୍ୟକ୍ଷ

ସୋର,୧୩ା୩(ଜନ୍ମେଜୟ ମିଶ୍ର): ସୋର ପୌର ପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଏହି...

ଲୁଟି ନେଇ ଲଗାଇଦେଲେ ନିଆଁ : ହୁହୁ ହୋଇ ଜଳିଲା… 

ଭୋଗରାଇ,୧୨।  ୩ ( ପ୍ରଦୀପ ଦାସ ): ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଭୋଗରାଇ ହାଟ ସ୍ଥିତ ଚକପଳାସିଆ ସେବା ସମବାୟ ସମିତିରେ ସୋମବାର ବିଳମ୍ବିତ ରାତ୍ରିରେ ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri