ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ
ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ପୁରସ୍କାର ହାତେଇଲେ ବି ରାଜନୀତି ଓ ପୁରସ୍କାର ପଛରେ ବି ରାଜନୀତି। ଏଇ ରାଜନୀତି ପାଇଁ ସାଧାରଣ ଲୋକେ ଏବେ ଅଣନିଃଶ୍ୱାସୀ। ଯଦି କାହାକୁ ପଚାରିବେ- ଆରେ ଭାଇ ତୋ ମତରେ ରାଜନୀତି କ’ଣ? ଉତ୍ତର ଆସିବ- ରାଜନୀତିରେ ନୀତି ନ ଥାଏ, ଅର୍ଥବଳ ଓ ବାହୁବଳୀଙ୍କ ପ୍ରଭାବ ଅଧିକ, ଲୋକଙ୍କ ହାତରେ କିଛି ନ ଥାଏ, ନେତା କେବଳ ଭୋଟ ବେଳେ ନାଚନ୍ତି, ଏଠାରେ କେବଳ ମିଛ ଚାଲେ, ବେଳ ପଡ଼ିଲେ ଚରଣ, ବେଳ ପଡ଼ିଲେ ଚୁଟି ଧରୁଥିବା ଲୋକେ ଏଥିରେ ଅଧିକ ମାତ୍ରାରେ ସକ୍ରିୟ, ଏହା ଏକ ନାଟକ ା
ଭୋଟ ଦେବାକୁ ଆସ, ବୁଥ୍‌ରେ ପଶ ଓ ଭୋଟ ଦେଇ ବାହାରିଯାଅ, ଗଣତନ୍ତ୍ର ଚାଲିବ। ନ ଆସ, ଘରେ ବସ- ତେବେ ବି ଗଣତନ୍ତ୍ର ଚାଲିବ। ମୋଟାମୋଟି ଆମର ଯାତ୍ରାପାର୍ଟି ଓ ରାଜନୀତି ଭିତରେ ବିଶେଷ କିଛି ଫରକ ନାହିଁ। ଯାତ୍ରା ପାଇଁ କେବଳ ଷ୍ଟେଜ୍‌ ଥାଏ, ଆଉ ରାଜନୀତି ହେଉଛି ଓପନ୍‌ ଷ୍ଟେଜ୍‌, ଯେଉଁଠି ଶେଷ ଯାଏ କେବଳ ସ୍କ୍ରିପ୍ଟ ଲେଖାଚାଲିଥାଏ। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ବି ରାଜନୀତି କରୁଛନ୍ତି, ଆଉ ଯେଉଁମାନେ ବିରୋଧୀ ଦଳ ଭୂମିକାରେ ସେମାନେ ବି ସେଇ ରୋଗରେ ପୀଡିତ। ରୋଗଟି ହେଉଛି ଲୋକଙ୍କୁ ଭୁଆଁବୁଲାଇବା। ରାଜନୀତିର ଏଇ ସାପଶିଡ଼ି ଖେଳ ଭିତରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପ ପରି ବାସ୍ତବ ପ୍ରସଙ୍ଗଗୁଡିକ ବର୍ତ୍ତମାନ ଅଣଦେଖା ହୋଇଯାଇଛି।
ଯେମିତି ଓଡ଼ିଶାର ଲୋକଙ୍କୁ ସରକାର ବୁଝାଇଦେଇଛନ୍ତି, ଗରିବ ହେବା ମହାପୁଣ୍ୟ। ଗରିବ ହେଲେ ଯାଇ ଟଙ୍କିକିଆ ଚାଉଳ ପାଇବ, ଭତ୍ତା ପାଇବ, ଛତା, କମ୍ବଳ ପାଇବ, ପାଞ୍ଚ ଟଙ୍କିଆ ଆହାର ମିଳିବ। ବିଜୁ ଘର ବା ଇନ୍ଦିରା ଆବାସ ପାଇବ, ମାଗଣାରେ ତୀର୍ଥଯାତ୍ରା ବି କରିପାରିବ। ଧନୀ ବା ମଧ୍ୟବିତ୍ତ ହେବାକୁ ଚେଷ୍ଟା କଲେ ଏସବୁ ମିଳିବ ନାହିଁ। ଯାହାର କୋଠାଘର ଅଛି, ସେ ରାଶନ୍‌ କାର୍ଡ ପାଇଁ ଧାଉଁଛି। ମାସକୁ ୫ କିଲୋ ଚାଉଳ ଯାହାର ଦାମ୍‌ ପାଖାପାଖି ୧୦୦ ଟଙ୍କା ସେ ଲୋଭ ତାକୁ ଘାରିଛି। ଥିଲାବାଲା ଘରର ଲୋକ ସହରରେ ୫ ଟଙ୍କିଆ ଭାତ-ଡାଲମା ପାଇଁ ଆହାର କେନ୍ଦ୍ରରେ ଗହଳି କରୁଛନ୍ତି। ଛତରଖିଆ ହେବାକୁ ସୁଯୋଗ ଓ ଗୌରବ ବୋଲି ଭାବି ଏଥିପାଇଁ ଏକ ଅଜବ ପ୍ରତିଯୋଗିତା ଚାଲିଛି। ଚାଷକୁ ପଚାରେ କିଏ? ଏମିତି ଚିତ୍ର ସବୁ ଏବେ ଜନଜୀବନକୁ ଧୀରେ ଧୀରେ କବଳିତ କରିସାରିଲାଣି।
ଜଣେ ଜର୍ମାନ ଦାର୍ଶନିକ ଥିଲେ- ଇମାନୁଏଲ୍‌ କାଣ୍ଟ। ସେ କହିଥିଲେ, ଲୋକଙ୍କୁ ଯେତେ ଅଧିକ ସାହାଯ୍ୟ କରିବ, ସେମାନଙ୍କୁ ସେତେ ଅପାରଗ କରି ଗଢିତୋଳିବ। ସରକାରଙ୍କ କାମ ହେଉଛି, ଲୋକଙ୍କୁ ରୋଜଗାରର କୌଶଳ ଶିଖାଇବା, ମାଗଣା ବାଣ୍ଟିବା ନୁହେଁ। ଏକଦା ଧାନ ଉପତ୍ାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହୁଥିବା ବେଳେ ଏବେ ଆନ୍ଧ୍ର, ପଶ୍ଚିମବଙ୍ଗ ଏପରି କି ଛତିଶଗଡ ଓ ଝାଡଖଣ୍ଡଠାରୁ ଆମେ ପଛରେ ପଡିଛେ। ଟଙ୍କିକିଆ ଚାଉଳ ମାୟାରେ ଲୋକେ ଏବେ ଶ୍ରମ କରିବାକୁ କୁଣ୍ଠିତ।
ଏଠି ଆଉ ଗୋଟିଏ ବାତାବରଣ ସୃଷ୍ଟି କରାଯାଇଛି, ତାହା ହେଲା କୃଷିର ଶତ୍ରୁ ହେଉଛି ଶିଳ୍ପ। ଶିଳ୍ପ ପାଇଁ ଯୋଜନା ହେଲା ମାତ୍ରକେ ଆଗେ ବିରୋଧ ସାମନାକୁ ଆସେ। ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଜୀବନଜୀବିକା ଯାଏ ନାନା ରକମର ଫନ୍ଦିଫିକର ଚାଲୁଛି। ହେଲେ କେହି ଏହାର ସମାଧାନ ବାହାର କରିବାକୁ ଚାହାନ୍ତି ନାହିଁ। ଯେତେ ବିଳମ୍ବ ସେତେ ଲାଭ। ଶିଳ୍ପସଂସ୍ଥାଙ୍କ ଶୋଷଣ ଓ ମନମାନିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ତ ସରକାରଙ୍କର। ସରକାର ଚାହିଁଲେ, ଚାଷ ଓ ଶିଳ୍ପ ପରସ୍ପରର ମିତ୍ର ହୋଇପାରନ୍ତେ। ଚାଷୀ ବି ହସନ୍ତା, ଶିଳ୍ପ ବି ବଢନ୍ତା। ହେଲେ ଏଥିପାଇଁ ସମୟ କାହା ପାଖରେ ଅଛି? ଗୋଟିଏ ପଟେ ମେକ୍‌ ଇନ୍‌ ଓଡିଶା କଥା କହୁଛେ, ହେଲେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାର ବାତାବରଣ ତିଆରି ହୋଇପାରିନି ଏଯାଏ।
ଆଉ ଗୋଟିଏ ବଡ଼ ପ୍ରସଙ୍ଗ ହେଲା ଶିକ୍ଷା, ଯାହାକୁ ବିକାଶର ପ୍ରମୁଖ ହତିଆର ବୋଲି କୁହାଯାଏ। ହେଲେ ଆମର ଏଠି ସ୍କୁଲଗୁଡିକ ଭୋଜନ କେନ୍ଦ୍ରରେ ପରିଣତ ହୋଇଗଲାଣି। ମଧ୍ୟାହ୍ନଭୋଜନ ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି, ପାଠପଢା ଉପରେ ସେତିକି ଗୁରୁତ୍ୱ ଦେଉନାହାନ୍ତି ସରକାର। ଆମ ଶିକ୍ଷକମାନେ ଯେତେ ଭଲ ହେବେ, ଯୋଗ୍ୟ ହେବେ, ଶିକ୍ଷାର ମାନ ସେତିକି ଉନ୍ନତ ହେବ। ହେଲେ ଏକଥା କାହାକୁ ଦିଶୁନାହିଁ। ଭୋଟର ଲିଷ୍ଟ ତିଆରି, ଭତ୍ତା ବଣ୍ଟା, ବିପିଏଲ୍‌ ସର୍ଭେରେ ଶିକ୍ଷକ ବ୍ୟସ୍ତ, ତା’ ସାଙ୍ଗକୁ ପେଟପାଟଣା ପାଇଁ ବର୍ଷତମାମ ଆନ୍ଦୋଳନ। ବାକି ଯିଏ ରହିଲେ ସେମାନେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ବ୍ୟସ୍ତ। ପାଠପଢା ଚୁଲିକୁ ଯାଉ। ଗୁଣାତ୍ମକ ଶିକ୍ଷାକ୍ଷେତ୍ରରେ ଏହା ହେଉଛି ସବୁଠାରୁ ବଡ ପ୍ରତିବନ୍ଧକ।
ସାଧାରଣଲୋକଙ୍କୁ ବିକାଶ ପାଇଁ ପ୍ରୋତ୍ସାହିତ କରିବା, ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିବା ଓ ବିକାଶ ପାଇଁ ବାତାବରଣ ସୃଷ୍ଟି କରିବା ରାଜନୈତିକ ନେତୃବୃନ୍ଦଙ୍କ ଦାୟିତ୍ୱ। ହେଲେ ଶସ୍ତା ରାଜନୀତିରେ ବ୍ୟସ୍ତ ଥିବା ଉଭୟ ସରକାର ଅବା ବିରୋଧୀଙ୍କ ପାଖରେ ଏହା ସବୁବେଳେ ଗୌଣ। ବରଂ ଭୋଟବ୍ୟାଙ୍କ ପଲିଟିକ୍ସ ଗଣତନ୍ତ୍ରରେ ରାଜା। ଯେନତେନପ୍ରକାରେ ଲୋକଙ୍କୁ ଭୁଆଁବୁଲାଇ, ପ୍ରଲୋଭିତ କରି କ୍ଷମତା ହାତେଇବା ହେଉଛି ଲକ୍ଷ୍ୟ। ଶେଷରେ ଏତିକି କହିବା ଠିକ୍‌ ହେବ, ଆପେ ବଞ୍ଚିଲେ ବାପର ନାଁ- ଏହା ହିଁ ପଲିଟିକ୍ସ।
ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri