ଡୁଙ୍ଗୁରିପାଲି, ୨୭ା୭(ଡି.ଏନ୍.ଏ)
ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ସବୁଜ ମହାନଦୀ ଅଭିଯାନ ସବୁଜିମା ସଚେତନତା ଯାତ୍ରା ଜାତୀୟ ରାଜପଥ ପାର୍ଶ୍ୱରେ ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ବନଖଣ୍ଡ, ବିନିକା ବନାଞ୍ଚଳ ତରଫରୁ ୭୫ ହଜାର ଚାରା ଜନସାଧାରଣଙ୍କୁ ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଜନସାଧାରଣ ଆଧାର କାର୍ଡ ନକଲ ଦେଇ ୧୦ଟି ଲେଖାଏଁ ଚାରା ଗଛ ନେଇ ଲଗାଇବା ପାଇଁ ଏହି ଅବସରରେ ସଚେତନ କରାଯାଇଥିଲା। ଶୁକ୍ରବାରଠାରୁ ଡୁଙ୍ଗୁରିପାଲି ଫରେଷ୍ଟ ବିଭାଗ ପକ୍ଷରୁ ଲୋକମାନେ ଚାରା ନେଇ ନିଜ ବାଡିରେ ଜଙ୍ଗଲ ସୃଷ୍ଟି କରିପାରିବେ ବୋଲି ଡୁଙ୍ଗୁରିପାଲି ବନ ବିଭାଗ ଫରେଷ୍ଟର କୁର୍ତ୍ତିବାସ ସେଠ୍ କହିଛନ୍ତି ା ପ୍ରଥମ ଦିନରେ ୧୨ ହଜାରରୁ ଉର୍ଦ୍ଧ୍ୱ ଚାରା ବଣ୍ଟନ କରାଯାଇଛି ା
Posted inସୁବର୍ଣ୍ଣପୁର View All
ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…
ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

