ସଫଳ ମଣିଷ: କମଳା ଚାଷ ହୋଇଛି ବୃତ୍ତି, ଆୟର ପନ୍ଥା

ଦେବଗଡ଼, ୪।୧୨(ଡି.ଏନ୍‌.ଏ)-‘ଚାଷ କାମ ଯାହାର କେତେ ସୁଖ ତାହାର’ ଏହି ଉକ୍ତିକୁ ଜଣେ ସଫଳ ମଣିଷ ପ୍ରସନ୍ନ ପ୍ରଧାନ (୪୨) ଠିକ୍‌ ବୋଲି ପ୍ରମାଣିତ କରିଛନ୍ତି। ଦେବଗଡ଼ ଜିଲାର ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ନିକଟସ୍ଥ ଟିକିରା ନଦୀର ଅପରପାର୍ଶ୍ୱରେ ଅବସ୍ଥିତ ଖିଲବେରେଣୀ ଗ୍ରାମରେ ତାଙ୍କର ଘର। ପୁଅ, ଝିଅ, ସ୍ତ୍ରୀ, ବାପା ଓ ମା’ଙ୍କୁ ନେଇ ଛୋଟ ସଂସାର। ବିଏ ପଢ଼ି ସାରିବା ପରେ ସରକାରୀ ଚାକିରି ଖୋଜିଖୋଜି ନୟାନ୍ତ ହୋଇ ବାପାଙ୍କର କୌଳିକ ବୃତ୍ତିକୁ ଆପଣେଇଲେ ପ୍ରସନ୍ନ। ଗଁାରେ ବାପା, ବଡ଼ବାପାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କମଳା ଚାଷକୁ ବୈଜ୍ଞାନିକ ଭିତ୍ତିଭୂମି ସହ ଉକତ୍ୃଷ୍ଟମାନର କମଳା ଉପତ୍ାଦନ କରିବାକୁ ଆଗ୍ରହ କଲେ। କୁଣ୍ଢେଇଗୋଳା ଗ୍ରାମ ପଞ୍ଚାୟତରେ ଗତ ଚାଳିଶି ବର୍ଷ ହେଲା ବ୍ୟବସାୟିକ ଭିତ୍ତିରେ ଆରମ୍ଭ ହୋଇଥିବା କମଳା ଚାଷକୁ ନୂତନ ଭାବରେ ଠିଆ କରିବାକୁ ଚେଷ୍ଟା କରିଛନ୍ତି ସେ। ତିନି ଏକର ବିଶିଷ୍ଟ ଉଚ୍ଚା ନିଗିଡ଼ା ଜମିରେ ତାଙ୍କର ୨୩୦ଟି କମଳା ଗଛ ରହିଛି। ପୁରୁଣା ଗଛକୁ କାଟି ନୂଆ ଗଛ ଲଗାଇବା, କୃଷି ବିଜ୍ଞାନ କେନ୍ଦ୍ରରେ ନିଜ ଜମିର ମାଟି ପରୀକ୍ଷା କରାଇ କେନ୍ଦ୍ର ଦ୍ୱାରା ପ୍ରଦତ୍ତ ମୂତ୍ତିକା ସ୍ବାସ୍ଥ୍ୟକାର୍ଡ଼ର ଫଳାଫଳ ଅନୁସାରେ ସାର ପ୍ରୟୋଗ କରନ୍ତି ସେ। କୃଷି ବିଜ୍ଞାନ କେନ୍ଦ୍ରରୁ ରୋଗପୋକ ନିରାକରଣର ପନ୍ଥା ପାଇଁ ଉତ୍କୃଷ୍ଟ କମଳା ଉତ୍ପାଦନ କରିପାରିଛନ୍ତି। କୁଣ୍ଢେଇଗୋଳା କମଳା ଖଟା ବୋଲି ହେଉଥିବା ଅପପ୍ରଚାରକୁ ବିରୋଧ କରି ସେ ଉନ୍ନତମାନର କମଳା ଉତ୍ପାଦନ କରୁଛନ୍ତି। ଖିଲବେରେଣୀ ଗ୍ରାମର କମଳା ସେଥିରେ ପୁଣି ପ୍ରସନ୍ନ ବାବୁଙ୍କ କମଳା କହିଲେ ବେପାରୀମାନେ ପାଞ୍ଚଟଙ୍କା ଅଧିକ ଦେବାକୁ ପଛାଉ ନାହାନ୍ତି। ଜଳବିଭାଜିକା, ଉଦ୍ୟାନ ବିଭାଗ ସହ ଉତ୍ତମ ସହଯୋଗ ସ୍ଥାପନ କରି ସରକାରଙ୍କର ବିଭିନ୍ନ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାକୁ ଆଗ୍ରହୀ ପ୍ରସନ୍ନ। ସମନ୍ବିତ ଖାଦ୍ୟସାର ପରିଚାଳନା ସହ ଅଣୁସାରର ପ୍ରୟୋଗ କରି ଉନ୍ନତମାନର କମଳା ଉପତ୍ାଦନ କରିପାରୁଛନ୍ତି। ସଫଳ ଭାବରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ କମଳାରେ ଅଷ୍ଟପଦୀ ପୋକ, ଫଳ ଶୋଷକ ମାଛିର ନିୟନ୍ତ୍ରଣ କରିପାରଛନ୍ତି। ଅନ୍ୟ ଚାଷୀମାନେ ଗଛପିଛା ୮୦ କିଲୋ ମିଠା କମଳା ଉପତ୍ାଦନ କରୁଥିବା ସମୟରେ ତାଙ୍କ ଗଛରୁ ଅତି କମ୍‌ରେ ୨ କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇପାରୁଛି। ସେ ବର୍ଷକୁ ଏକର ପିଛା ପାଖାପାଖି ୫୦,୦୦୦ ହଜାର ଟଙ୍କା ଖର୍ଚ୍ଚକରି ଅତି କମ୍‌ରେ ଦୁଇଲକ୍ଷ ଟଙ୍କା ଆୟ କରିପାରୁଛନ୍ତି। ନିଜ ପିଲାଙ୍କୁ ଉନ୍ନତ ଶିକ୍ଷା ଦେଇ ସେମାନଙ୍କର ଉଜ୍ଜଳ ଭବିଷତ ଗଠନ କରିବାକୁ ସ୍ବପ୍ନ ଦେଖିଛନ୍ତି ସେ। ଖିଲବେରେଣୀର କମଳାକୁ ଜିଲା ଏବଂ ଜିଲା ବାହାରେ ପରିଚିତ କରାଇବା ପାଇଁ ସେ ସଦାସର୍ବଦା ଚେଷ୍ଟିତ। ତାଙ୍କର ଏହି ପ୍ରୟାସ ନିମନ୍ତେ ଜିଲା ପ୍ରଶାସନ ଦ୍ୱାରା ସେ ଅନେକଥର ସମ୍ମାନିତ ହୋଇସାରିଲେଣି।
ରିପୋର୍ଟ -ଶଶାଙ୍କ ଶେଖର ଝାଙ୍କର।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri