Posted inଖେଳ

ସଞ୍ଜିତାଙ୍କ ଉପରୁ ଡୋପିଂ ମାମଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୦।୬(ପି.ଟି.): ଭାରତୀୟ ମହିଳା ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କ ଉପରେ ଲାଗୁ କରାଯାଇଥିବା ଡୋପିଂ ମାମଲା ପ୍ରତ୍ୟାହାର କରାଯାଇଛି। ଅନ୍ତର୍ଜାତୀୟ ଓ୍ବେଟ ଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟଏଫ୍‌) ତାଙ୍କ ସବୁ ମାମଲା ପ୍ରତ୍ୟାହାର କରିଛି। ତାଙ୍କ ନମୁନାରେ ଏକ ରୂପତା ନ ଥିଲା। ଅର୍ଥାତ୍‌ ତାଙ୍କ ନମୁନାକୁ ନେଇ ମତଭେଦ ଥିବାରୁ ଶେଷରେ ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ତାଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବାକୁ ସୁପାରିସ୍‌ କରିଥିଲା। ସୁପାରିସ୍‌ ଅନୁସାରେ ଆଇଡବ୍ଲ୍ୟୁଏଫ୍‌ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏଥିପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ସଞ୍ଜିତା ଆଇଡବ୍ଲ୍ୟୁଏଫ୍‌ କ୍ଷମା ମାଗୁ ଓ କ୍ଷତିପୂରଣ ଦେଉ ବୋଲି ଦାବି କରିଛନ୍ତି। ୨୬ ବର୍ଷୀୟା ଚାନୁ ଆରମ୍ଭରୁ ନିର୍ଦ୍ଦୋଷ ବୋଲି ଦାବି କରିଆସୁଥିଲେ। ତାଙ୍କ ଆଇଡବ୍ଲ୍ୟୁଏଫ୍‌ ଇ-ମେଲ ଜରିଆରେ ଅନ୍ତିମ ନିଷ୍ପତ୍ତି ନେଇ ଅବଗତ କରିଛି। ଏଥିରେ ଆଇଡବ୍ଲ୍ୟୁଏଫ୍‌ ଲିଗାଲ କନସେଲ ଲିଲା ସାଗିଙ୍କ ସ୍ବାକ୍ଷର ରହିଛି।
ଚାନୁଙ୍କ ନମୁନା ବିଶ୍ଳେଷଣ ବେଳେ ଏକରୂପତା ଦେଖିବାକୁ ମିଳି ନ ଥିଲା। ଫଳରେ ଆଇଡବ୍ଲ୍ୟୁଏଫ୍‌ ତାଙ୍କ ବିରୋଧରୁ ସବୁ ଡୋପିଂ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବା ସହ ସବୁ ମାମଲାକୁ ସମାପ୍ତ କରିଛି। ସବୁ ଡୋପିଂ ଚାର୍ଜରୁ ବାଦ୍‌ ପଡିଥିବାରୁ ଚାନୁ ଏ ନେଇ ଖୁସି ଜାହିର କରିଛନ୍ତି। ତେବେ ଇତିମଧ୍ୟରେ କେତୋଟି ସୁଯୋଗ ହରାଇଛି ଓ ମାନସିକ ଯନ୍ତ୍ରଣା ପାଇଛି। ଏଥିପାଇଁ ଦାୟୀ କିଏ ରହିବ ବୋଲି ଚାନୁ ପ୍ରଶ୍ନ କରିଛନ୍ତି। ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ଜଣେ ଆଥଲେଟକୁ ସସ୍‌ପେଣ୍ଡ କରାଯିବା ନିହାତି ଦୁର୍ଭାଗ୍ୟଜନକ। ଏଥିପାଇଁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାର ସୁଯୋଗ ମଧ୍ୟ ହରାଇଛି। ଏଥି ପାଇଁ କିଏ ଦାୟୀ ରହିବ ବୋଲି ସେ କହିଛନ୍ତି। ଏହା ଏକ ଜୋକ୍‌ରେ ପରିଣତ ହୋଇଛି। ଜଣେ ଆଥଲେଟ୍‌ର କ୍ୟାରିୟର ନେଇ ଆଇଡବ୍ଲ୍ୟୁଏଫ୍‌ ଆଦୌ ସଚେତନ ନୁହଁ। ଅଲିମ୍ପିକ୍‌ ସୁଯୋଗରୁ ଆଇଡବ୍ଲ୍ୟୁଏଫ୍‌ ମୋତେ ବଞ୍ଚିତ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
ଉଲ୍ଲେଖଥାଉ କି, ୨୦୧୭ ନଭେମ୍ବରରେ ଆମେରିକାରେ ବିଶ୍ୱ ଚାମ୍ପିୟନଶିପ୍‌ ଆୟୋଜନ ହେବା ପୂର୍ବରୁ ୟୁନାଇଟେଡ ଷ୍ଟେଟ୍ସ ଆଣ୍ଟି ଡୋପିଂ ଏଜେନ୍ସି (ୟୁଏସ୍‌ଏଡିଏ) ତରଫରୁ ଏକ ଡୋପ୍‌ ଟେଷ୍ଟ ହୋଇଥିଲା। ଏଥିରେ ମଣିପୁରର ଏହି ଆଥଲେଟଙ୍କ ନମୁନାରେ ଆନୋବୋଲି ଷ୍ଟେରଏଡ ଥିଲା ଓ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଓମ୍‌ ବିର୍ଲାଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କିଛି ବଡ଼ ହେବାକୁ ଯାଉଛି…

ନୂଆଦିଲ୍ଲୀ,୨୨।୭: ନିଟ୍-ୟୁଜି (NEET-UG) ପରୀକ୍ଷା ପେପର୍ ଲିକ୍‌କୁ ନେଇ ସଂସଦରେ ଚାଲିଥିବା ଗତିରୋଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri