Posted inଖେଳ

ସଙ୍ଗକାରା ଏମ୍‌ସିସି ଅଧ୍ୟକ୍ଷ

ଲଣ୍ଡନ,୨।୧୦(ପି.ଟି.)- ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା ଐତିହାସିକ ମେରିଲବୋନ କ୍ରିକେଟ କ୍ଳବ୍‌ (ଏମ୍‌ସିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମ ଅଣ ବ୍ରିଟିଶ ବ୍ୟକ୍ତି ଭାବେ ଏହି ହାଇପ୍ରୋଫାଇଲ ପଦରେ ନିଯୁକ୍ତି ପାଇଛନ୍ତି। ସେ ଆଗାମୀ ଏକ ବର୍ଷ ପାଇଁ ଏହି ପଦରେ ରହି ଦାୟିତ୍ୱ ନିର୍ବାହ କରିବେ। ଲଣ୍ଡନରେ ଗତ ମେ’ରେ ଅନୁଷ୍ଠିତ ଏମ୍‌ସିସି ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ଆନ୍ଥୋନୀ ରେଫୋର୍ଡ ସାଙ୍ଗକାରାଙ୍କୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଥିଲେ।
ଏହି ପଦରେ ନିଯୁକ୍ତ ହୋଇଥିବାରୁ ଆନନ୍ଦିତ ବୋଲି ସଙ୍ଗକାରା କହିଛନ୍ତି। କଠିନ ପରିଶ୍ରମ କରି ଏମ୍‌ସିସିର ମର୍ଯ୍ୟାଦା ଆହୁରି ବଢ଼ାଇବାକୁ ଚେଷ୍ଟା କରିବି ବୋଲି ସାଙ୍ଗକାରା କହିଛନ୍ତି। କ୍ରିକେଟର ପ୍ରଚାର, ପ୍ରସାର ପାଇଁ ଏମ୍‌ସିସି ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି। ସଙ୍ଗକାରାଙ୍କ କାର୍ଯ୍ୟକାଳରେ ଇଂଲଣ୍ଡ ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷରେ ଦୁଇଟି ଲେଖାଏ ଟେଷ୍ଟ ଖେଳିବ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଦିନିକିଆ ସିରିଜ ଖେଳାଯିବ। ଏମ୍‌ସିସି ଅଧ୍ୟକ୍ଷ ପଦ ପାଇଁ ସାଙ୍ଗକାରା ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି ବୋଲି ରେଫର୍ଡ କହିଛନ୍ତି। କ୍ରିକେଟକୁ ସେ ଭଲ ଭାବେ ବୁଝନ୍ତି ଓ କ୍ରିକେଟର ଶକ୍ତିକୁ ମଧ୍ୟ ସେ ଭଲ ଭାବେ ହୃଦୟଙ୍ଗମ କରନ୍ତି। ପ୍ରଥମ ଅଣ ବ୍ରିଟିଶ୍‌ ବ୍ୟକ୍ତି ଭାବେ ସେ ଏମ୍‌ସିସି ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବାରୁ କ୍ରିକେଟରେ ଏକ ସକାରାତ୍ମକ ପ୍ରଭାବ ପଡିବ ବୋଲି ରେଫର୍ଡ ଆଶାବ୍ୟକ୍ତ କରିଛନ୍ତି। ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁଛି ବୋଲି ସେ ପଦ ଛାଡିବା ଅବସରରେ କହିଛନ୍ତି।
ଉଲ୍ଲେଖଥାଉ କି, ୪୧ ବର୍ଷୀୟ ସଙ୍ଗକାରା ୧୩୪ଟି ଟେଷ୍ଟ ଖେଳି ୧୨, ୪୦୦ ରନ ସଂଗ୍ରହ କରିଛନ୍ତି। ସେ ଏମ୍‌ସିସି ସହିତ ଦୀର୍ଘଦିନ ଧର ଜଡତ ରହିଆସିଛନ୍ତି। ଏହି କ୍ଳବ ବିପକ୍ଷରେ ସେ ୨୦୦୨ରେ ଖେଳିଥିଲେ। ପୁଣି ସେ ଏମ୍‌ସିସି ତରଫରୁ ୨୦୦୫ରେ ଅନ୍ତର୍ଜାତୀୟ ଏକାଦଶ ବିପକ୍ଷରେ ଲଡର୍‌ସରେ ଏକ ସୁନାମି ରିଲିଫ୍‌ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ୨୦୧୧ରେ ସେ ଏମ୍‌ସିସି ସ୍ପିରିଟ ଅଫ୍‌ କ୍ରିକେଟ କାଉଡ୍ରିରେ ଏକ ସୁନ୍ଦର ଭାଷଣ ଦେଇଥିଲେ। ୨୦୧୨ରେ ତାଙ୍କୁ ଏମ୍‌ସିସିର ସମ୍ମାନଜନକ ଲାଇଫ୍‌ ମେମ୍ବରଶିପ୍‌ ପ୍ରଦାନ କରାଯାଇଥିଲା। ଏହି ବର୍ଷ ମଧ୍ୟ ସେ ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ କମିଟିରେ ଯୋଗଦେଇଥିଲେ ଓ କ୍ଲବର ସକ୍ରିୟ ସଦସ୍ୟ ରହିଥିଲେ। ମଙ୍ଗଳବାର ଏମ୍‌ସିସିର ନୂଆ ଅଧ୍ୟକ୍ଷ ରୂପେ ସଙ୍ଗକାରା ଯୋଗ ଦେଉଥିବାରୁ ଆମେ ବହୁତ ଖୁସି। ଏମ୍‌ସିସିର ପ୍ରଥମ ଅନ୍ତର୍ଜାତୀୟ ଅଧ୍ୟକ୍ଷ ମନୋନୀତ କରିଥିବାରୁ ଆମେ ଆନ୍ଥୋନୀ ରେଫର୍ଡଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ଏମ୍‌ସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସମ୍ପାଦକ ଗେ ଲାଭେଣ୍ଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

୫ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରି ଅଖାରେ ପୂରାଇ ଦେଲେ ଧନେଶ୍ୱର: ଆଉ ତା’ପରେ…

ଦୁର୍ଗ,୧୨ା୪(ପି.ଟି.):ଛତିଶଗଡ଼ର ଦୁର୍ଗ ଜିଲାରେ ଜଣେ ୫ ବର୍ଷୀୟା ବାଳିକାଙ୍କୁ ଜଣେ ଅଭିଯୁକ୍ତ ଅପହରଣ କରିନେଇ ବଳାତ୍କାର କରିବା ପରେ ପୀଡ଼ିତାଙ୍କୁ ଅଖାରେ ଭର୍ତ୍ତିକରି ଏକ କୂଅ ନିକଟରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri