Posted inଖେଳ

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: ସିନ୍ଧୁ ଖସିଲେ, କାଶ୍ୟପ ଉଠିଲେ

ନୂଆଦିଲ୍ଲୀ, ୨।୧୦(ପି.ଟି.)- ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ତଳକୁ ଖସିଥିବା ବେଳେ ପୁରୁଷ ତାରକା ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପାଲ୍ଲି କାଶ୍ୟପ ଉପରକୁ ଉଠିଛନ୍ତି। ସିନ୍ଧୁ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି। ଅନ୍ୟପଟେ କାଶ୍ୟପ ଭଲ ପ୍ରଦର୍ଶନ ଜାରି ରଖି ଟପ୍‌ ୨୫ରେ ସ୍ଥାନ ପାଇଛନ୍ତି। ଚାଇନା ଓପନ୍‌ ଓ କୋରିଆ ଓପନ୍‌ରେ ଆରମ୍ଭରୁ ବିଦାୟ ନେଇ ସିନ୍ଧୁ ୫ ମାସ ପରେ ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଛନ୍ତି। ଏବେ ସେ ଡେନମାର୍କ ଓପନ୍‌ ଓ ଫ୍ରେଞ୍ଚ୍‌ ଓପନ୍‌ରେ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ।
ପୂର୍ବତନ ୬ ନମ୍ବର ଖେଳାଳି କାଶ୍ୟପ ଗତ ସପ୍ତାହରେ କୋରିଆ ଓପନ୍‌ ସେମିଫାଇନାଲରେ ପ୍ରବେଶ କରି ର଼୍ୟାଙ୍କିଙ୍ଗ୍‌ରେ ୨୫ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟତମ ମହିଳା ତାରକା ଖେଳାଳି ସାଇନା ନେହ୍ବାଲ କୋରିଆ ଓପନ୍‌ରେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ ମଧ୍ୟ ପୂର୍ବପରି ୮ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ସେହିପରି କିଡାମ୍ବୀ ଶ୍ରୀକାନ୍ତ, ବି. ସାଇ ପ୍ରଣିତ ଓ ସମୀର ବର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ନବମ, ଦ୍ୱାଦଶ ଓ ୧୭ତମ ସ୍ଥାନରେ ରହିଛନ୍ତି। ଥାଇଲାଣ୍ଡ ଓପନ୍‌ ବିଜେତା ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ପୂର୍ବପରି ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ମହିଳା ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଅଶ୍ୱିନୀ ପୋନାପ୍ପା ଓ ଏନ୍‌ ସିକ୍କି ରେଡ୍ଡୀ ଗୋଟିଏ ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନ ଅଧିକାର କରିଛନ୍ତି। ଏହି ଯୋଡି ମାଳଦ୍ୱୀପ ଓପନ୍‌ରେ ରନର୍ସଅପ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?