Posted inଖେଳ

ପ୍ରଥମ ଟେଷ୍ଟ: ଇନିଂସ ଓପନ୍‌ କରିବେ ରୋହିତ

ବିଶାଖାପାଟଣା,୨।୧୦(ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଦୁଇଟି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବଦଳରେ ଦଳରେ ଅଭିଜ୍ଞ ରିଦ୍ଧିମାନ ଶାହାଙ୍କୁ ସାମିଲ କରାଯାଇଛି। ସେହିପରି ସୀମିତ ଓଭର କ୍ରିକେଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ତାରକା ଓପନର ରୋହିତ ଶର୍ମା ଟେଷ୍ଟରେ ପ୍ରଥମଥର ପାଇଁ ଇନିଂସ ଓପନ୍‌ କରି ନୂଆ ଜୀବନ ଆରମ୍ଭ କରିବେ। ଦୀର୍ଘ ୨୨ମାସ ପରେ ରିଦ୍ଧିମାନ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଅଧିନାୟକ ବିରାଟ କୋହଲି ପନ୍ତଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ବୋଲି ଘୋଷଣା କରିବା ପରେ ରିଦ୍ଧିମାନ ଏହି ମ୍ୟାଚ୍‌ ଖେଳିବା ସ୍ପଷ୍ଟ ହୋଇଥିଲା।
ଟେଷ୍ଟରେ ରୋହିତ ଦିନିକିଆ ସଫଳତାକୁ ଦୋହରାଇବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଛି। ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ରନ୍‌ ସଂଗ୍ରହ କରିବାରେ ବିଫଳ ହେବା ପରେ ଏହି ପରୀକ୍ଷା ନିରୀକ୍ଷା କାମରେ ଆସିବ ବୋଲି ଆଶା କରାଯାଉଛି। ଦିନିକିଆ ଓ ଟି୨୦ରେ ଦମ୍‌ ଦେଖାଇଥିବା ରୋହିତ ଏଠାରେ ଶତକ ହାସଲ କଲେ ସେଭଲି କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଟେଷ୍ଟରେ ରୋହିତ ସଫଳ ହେବ ଓ ବହୁ ପରିମାଣରେ ରନ୍‌ ସଂଗ୍ରହ କରିବେ ବୋଲି ପୂର୍ବତନ କ୍ରିକେଟର ଯୁବରାଜ ସିଂ କହିଛନ୍ତି। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ମିଡଲ ଅର୍ଡରରେ ବ୍ୟାଟିଂ କରିପାରି ନ ଥିଲେ। ତେବେ ଖରାପ୍‌ ଫର୍ମ କାରଣରୁ ଲୋକେଶ ରାହୁଲ ଦଳରୁ ବାଦ୍‌ ପଡିବା ପରେ ରୋହିତ୍‌ଙ୍କୁ ଇନିଂସ ଓପନ କରିବାର ସୁଯୋଗ ମିଳିଛି। ଏହି ନିଷ୍ପତ୍ତି ଭାରତ ପାଇଁ ଆଶୀର୍ବାଦ ସ୍ବରୂପ ହେବ ବୋଲି ଆଶା କରାଯାଉଛି।
ନେଟ ସେସନରେ ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା ଓ ମଧ୍ୟ ଭଲ ଅଭ୍ୟାସ କରିଛନ୍ତି। ୨୭ଟି ଟେଷ୍ଟ ଖେଳି ରୋହିତ ଏପର୍ଯ୍ୟନ୍ତ ୩୯.୬୨ ହାରରେ ୧୫୮୫ ରନ ସଂଗ୍ରହ କରିଛନ୍ତି। ତେବେ ସୀମିତ ଓଭରରେ ସେ ୧୦,୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିସାରିଛନ୍ତି। ରୋହିତଙ୍କୁ ବହୁତ ସୁଯୋଗ ଦିଆଯିବ ବୋଲି କୋହଲି ମ୍ୟାଚ୍‌ ପୂର୍ବରୁ କହିଛନ୍ତି। ସେ ରୋହିତଙ୍କୁ ସମର୍ଥନ ମଧ୍ୟ କରିଛନ୍ତି। ଯଦି ସେ ଓପନର ହିସାବରେ ସଫଳ ହୁଅନ୍ତି ତାହେଲେ ଟପ୍‌ ଅର୍ଡର ଆହୁରି ଶକ୍ତିଶାଳୀ ହେବ। ସ୍ବାଭାବିକ ଖେଳ ପ୍ରଦର୍ଶନ କଲେ ସେ ସଫଳ ହେବେ ଓ ଭାରତୀୟ ବ୍ୟାଟିଂ ଅର୍ଡରର ରୂପ ବଦଳିଯିବ। ପନ୍ତ ଏବେ ଫର୍ମରେ ନ ଥିବାରୁ ରିଦ୍ଧିମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଶାହା ଫିଟ୍‌ ଅଛନ୍ତି ଓ ସେ ବିଶ୍ୱର ଶ୍ରେଷ୍ଠ କିପର ବୋଲି କୋହଲି କହିଛନ୍ତି। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ସେ ଗତ ଡିସେମ୍ବରରେ ଆଡିଲେଡ୍‌ରେ ଶେଷଥର ପାଇଁ ଟେଷ୍ଟ ଖେଳିଥିଲେ। ସେ ମଧ୍ୟ ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଦଳରେ ସାମିଲ ହୋଇ ନ ଥିଲେ। ଭାରତ ଦୁଇ ଜଣ ଲେଖାଏ ଦ୍ରୁତ ବୋଲର ଓ ସ୍ପିନରଙ୍କୁ ଦଳରେ ସାମିଲ କରିଛି। ଯଦି ବଲ୍‌ ଟର୍ନ କରେ ତାହାଲେ ତୃତୀୟ ସ୍ପିନର ଭାବେ ହନୁମା ବିହାରୀ ଦାୟିତ୍ୱ ତୁଲାଇବେ।
ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତି ଦଳ ପାଇଁ ଝଟ୍‌କା ସଦୃଶ ହୋଇଛି। ତେବେ ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଏହା ସତ୍ତ୍ୱେ ଦାୟିତ୍ୱ ସମ୍ଭାଳିବେ। ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନ୍‌ ସ୍ପିନ୍‌ ବିଭାଗରେ ଦାୟିତ୍ୱ ସମ୍ଭାଳିବେ।
ନବଗଠିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏହି ସିରିଜରେ ଫେଭରାଇଟ୍‌ ବିବେଚିତ ହେଉଛି। ୪ବର୍ଷ ତଳରେ ଦକ୍ଷିଣ ଆଫ୍ରିକା ଭାରତ ଆସି ୩-୦ରେ ଟେଷ୍ଟ ସିରିଜ ପରାଜୟବରଣ କରିଥିଲା। ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ସମେତ ୫ଜଣ ଖେଳାଳି ଏହି ଦଳରେ ସଦସ୍ୟ ରହିଥିଲେ। ଅଭ୍ୟାସ ମ୍ୟାଚ୍‌ରେ ଓପନର ଏଡେନ ମାରକ୍ରାମ ଓ ଟେମ୍ବା ବଭୁମା ଭଲ ପ୍ରଦର୍ଶନ କରିଥିଲେ। ବଲ୍‌ ଟର୍ନ କଲେ ଏହି ଦୁଇ ବ୍ୟାଟ୍ସମ୍ୟାନ ଭଲ ଖେଳିବେ ବୋଲି ଆଶା କରାଯାଉଛି। ୩ ଦ୍ରୁତ ବୋଲର କାଗିସୋ ରାବାଡ଼ା, ଭର୍ନନ ଫିଲାଣ୍ଡର ଓ ଲୁନ୍‌ଗି ଏନ୍‌ଗିଡି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବେ। ଆକାଶ ମେଘୁଆ ରହିବା ସହିତ ବେଳକୁ ବେଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୩ ଦ୍ରୁତ ବୋଲର ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି।
ଏହି ସିରିଜରେ ବାଜିମାରିଲେ ଭାରତ ଘରୋଇ ପରିବେଶରେ କ୍ରମାଗତ ୧୧ତମ ସିରିଜ ଜିତି ରେକର୍ଡ କରିବ। ଦକ୍ଷିଣ ଆଫ୍ରକାର ଏହି ୩ ଦ୍ରୁତ ବୋଲରଙ୍କ ପ୍ରତି ଭାରତୀୟ ବ୍ୟାଟ୍ସମ୍ୟାନ ସତର୍କତା ଅବଲମ୍ବନ କରିବେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ଇଶାନ୍ତ ଶର୍ମା।
ଦକ୍ଷିଣ ଆଫ୍ରିକା: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା, ଥେଉନିସ ଡି ବ୍ରୁଏନ, କ୍ୱିଣ୍ଟନ ଡି କକ୍‌, ଡିନ୍‌ ଏଲଗାର, ଜେବେର ହମ୍‌ଜା, କେଶବ ମହରାଜ, ଏଡେନ ମାରକ୍ରାମ, ସେନୁରାନ ମୁଥୁସାମି, ଲୁନ୍‌ଗି ଏନ୍‌ଗିଡି, ଅନରିଚ୍‌ ନୋର୍ଜ, ଭର୍ନନ ଫିଲାଣ୍ଡର, ଡେନ୍‌ ପିଟ୍‌, କାଗିସେ ରାବାଡ଼ା ଓ ରୁଡି ସେକେଣ୍ଡ।
ସମୟ: ୯.୩୦
ସ୍ଥାନ : ବିଶାଖାପାଟଣା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri