ସଂହତି ରକ୍ଷାକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜାତୀୟ ଅଖଣ୍ଡତା ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସଂହତି ଓ ସମାଜକୁ ଉଲ୍ଲେଖନୀୟ ଅବଦାନ ଲାଗି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାକୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ୩୧ ଅକ୍ଟୋବର ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ହୋଇଥିବାରୁ ଏହି ଦିନ ଉକ୍ତ ପୁରସ୍କାର ପ୍ରଦାନ କରାଯାଉଛି। ଯୋଗ୍ୟ ବିବେଚିତ ବ୍ୟକ୍ତି ବା ସଙ୍ଗଠନକୁ ପୁରସ୍କାର ଆକାରରେ ଏକ ଫଳକ ଓ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।
ଆସନ୍ତା ୩୧ ଅକ୍ଟୋବରରେ ୨୦୧୭ ଓ ୨୦୧୮ ଲାଗି ପ୍ରଖ୍ୟାତ ପରିବେଶବିତ୍‌ ତଥା ସାମାଜିକ କର୍ମୀ ଚଣ୍ଡୀପ୍ରସାଦ ଭଟ୍ଟଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ରାମକୃଷ୍ଣ ମିଶନ, ଏପିଜେ ଅବଦୁଲ କଲାମ, ଏମ୍‌ଏସ୍‌ ସ୍ବାମୀନାଥନ୍‌, ଭାରତ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ, ଗୁଲଜାର, ଏଆର୍‌ ରହେମନଙ୍କ ଭଳି ଅନେକ ଜଣାଶୁଣା ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ଏହି ସମ୍ମାନ ମିଳିଥିବା ବେଳେ ଏବେ ଚଣ୍ଡୀପ୍ରସାଦଙ୍କୁ ମନୋନୀତ କରାଯାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ନୂଆ ପିଢ଼ି ଆଗ୍ରହ ରଖିବା ସ୍ବାଭାବିକ।
ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଗୋପେଶ୍ୱରରେ ୨୩ ଜୁନ ୧୯୩୪ରେ ଚଣ୍ଡୀପ୍ରସାଦ ଜନ୍ମଗ୍ରହଣ କରିଥିଲେ। ପିତା ଗଙ୍ଗାରାମ ଭଟ୍ଟ ଥିଲେ କୃଷକ। ଏଥିସହିତ ନିକଟସ୍ଥ ରୁଦ୍ରନାଥ ମନ୍ଦିରରେ ପୂଜକ ଦାୟିତ୍ୱ ତୁଲାଉଥିଲେ। ଚଣ୍ଡୀପ୍ରସାଦ ଅତି ଛୋଟ ଥିବା ବେଳେ ପିତାଙ୍କ ଦେହାନ୍ତ ହୋଇଥିଲା। ମାତା ମହେଶୀ ଦେବୀ ତାଙ୍କୁ ବଡ଼ କରାଇଥିଲେ। ରୁଦ୍ରପ୍ରୟାଗରେ ସ୍କୁଲ ଶିକ୍ଷା ଗ୍ରହଣ କରିବା ପରେ ପଉରିରେ କଲେଜ ପାଠ ପଢ଼ିଥିଲେ। କିନ୍ତୁ ସ୍ନାତକ ଡିଗ୍ରୀ ଅର୍ଜନ କରିପାରି ନ ଥିଲେ। ପର୍ବତ ଘେରା ଅଞ୍ଚଳ ହୋଇଥିବାରୁ ସେଠାରେ କୃଷିଜମିର ଯଥେଷ୍ଟ ଅଭାବ ଥିଲା ଓ ତତ୍‌ସହିତ ଚାକିରି ପାଇବା କଷ୍ଟକର ହେଉଥିଲା। ସେଭଳି ସମୟରେ ଅର୍ଥ ଉପାର୍ଜନର ରାସ୍ତା ନ ପାଇ ଚଣ୍ଡୀପ୍ରସାଦ ପିଲାମାନଙ୍କୁ କଳା ଶିକ୍ଷା ଦେବାକୁ ପସନ୍ଦ କରିଥିଲେ। ସେଥିରୁ ଉପାର୍ଜିତ ଅର୍ଥ ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ କଷ୍ଟକର ହେବା ପରେ ସେ ଗରଓ୍ବାଲ ମୋଟର ଓନର୍ସ ୟୁନିୟନ ( ଜିଏମ୍‌ଓୟୁ)ରେ ବୁକ୍‌ କ୍ଲର୍କ ଭାବେ ଯୋଗଦେଇଥିଲେ। ତେବେ ୧୯୫୬ରେ ଚଣ୍ଡୀପ୍ରସାଦଙ୍କ ଜୀବନର ଗତିପଥ ବଦଳିଥିଲା। ଗାନ୍ଧୀବାଦୀ ନେତା ଜୟପ୍ରକାଶ ନାରାୟଣ ଥରେ ତାଙ୍କ ଅଞ୍ଚଳକୁ ଆସିଥିଲେ। ଭାଷଣ ଶୁଣିବା ପରେ ଚଣ୍ଡୀପ୍ରସାଦ ଓ ତାଙ୍କର କେତେଜଣ ବନ୍ଧୁ ମିଶି ସର୍ବୋଦୟ ଆନ୍ଦୋଳନ ସହ ଗାନ୍ଧୀ ଅଭିଯାନ, ଭୂଦାନ ଓ ଗ୍ରାମଦାନ କାର୍ଯ୍ୟରେ ନିୟୋଜିତ କରିଥିଲେ। ଗ୍ରାମର ଅର୍ଥନୈତିକ ଅଭିବୃଦ୍ଧି ସହିତ ସମଗ୍ର ଉତ୍ତରାଖଣ୍ଡରୁ ମଦ ହଟେଇବା ଲାଗି ସଂଗ୍ରାମ କରିଥିଲେ। ୧୯୬୦ରେ ସେ ଜିଏମ୍‌ଓୟୁ ଚାକିରି ଛାଡ଼ି ଦେଇ ସର୍ବୋଦୟ ଆନ୍ଦୋଳନରେ ପୂର୍ଣ୍ଣ ସମୟ ଦେଇଥିଲେ। ୧୯୬୪ରେ ଚଣ୍ଡୀପ୍ରସାଦ ଦାଶୋଲି ଗ୍ରାମ ସ୍ବରାଜ୍ୟ ମଣ୍ଡଳ ବା ଗ୍ରାମ ସ୍ବାୟତ୍ତ ଶାସନ ସମାଜ ଗଢ଼ିଥିଲେ। ଏହାଦ୍ୱାରା ସେ ଗୋପେଶ୍ୱର ଅଞ୍ଚଳରେ ଜଙ୍ଗଲଦ୍ରବ୍ୟ ଜନିତ ଶିଳ୍ପ ପ୍ରତିଷ୍ଠା କରାଯାଇ କିଭଳି ସ୍ଥାନୀୟ ଯୁବତୀଯୁବକ ନିଯୁକ୍ତି ପାଇପାରିବେ ସେହି ଦିଗରେ କାର୍ଯ୍ୟ କରିଥିଲେ। ତେବେ ଯେତେବେଳେ ଉତ୍ତରାଖଣ୍ଡରେ ବ୍ୟାପକ ବୃକ୍ଷଚ୍ଛେଦନ ହେଲା ସେତେବେଳେ ଚଣ୍ଡୀପ୍ରସାଦ ଆଗକୁ ଆସି ଜଙ୍ଗଲ ରକ୍ଷା ଲାଗି ଅଣ୍ଟା ଭିଡ଼ିଲେ। ତାଙ୍କ ଅଞ୍ଚଳରୁ ଆରମ୍ଭ ହେଲା ଚିପ୍‌କୋ ଆନ୍ଦୋଳନ ବା ଗଛକୁ କୁଣ୍ଢାଇ ଧରି ପ୍ରତିବାଦ କରିବା କାର୍ଯ୍ୟ। ଧୀରେ ଧରେ ଏହି ଆନ୍ଦୋଳନରେ ମହିଳା ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଲେ। ଫଳରେ ଏହା ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ନୂତନ ଦିଗ ଦେଖାଇଥିଲା। ପରିବେଶ ପ୍ରତି ଏକନିଷ୍ଠତା ଯୋଗୁ ତାଙ୍କୁ ୨୦୦୩ରେ ‘ଜାତୀୟ ଜଙ୍ଗଲ କମିଶନ’ର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା।
ସାମାଜିକ କାର୍ଯ୍ୟ ଦିଗରେ ଚଣ୍ଡୀପ୍ରସାଦଙ୍କ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିପାରିଛି। ସେଥିମଧ୍ୟରେ ରହିଛି-୧୯୮୨ରେ ସେ ରେମନ୍‌ ମାଗସେସେ, ୧୯୮୬ରେ ପଦ୍ମଶ୍ରୀ, ୨୦୦୫ରେ ପଦ୍ମଭୂଷଣ, ୨୦୧୩ରେ ଗାନ୍ଧୀ ଶାନ୍ତି ପୁରସ୍କାର, ୨୦୧୬ରେ ମାନବ ଉତ୍କର୍ଷ ଦିଗରେ ସତ୍ୟସାଇ ସମ୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri