ସଂଖ୍ୟା ବଳରେ ଅଧ୍ୟକ୍ଷ ଦୌଡ଼ରେ କଂଗ୍ରେସ ଆଗୁଆ

ରାୟଗଡ଼ା ଅଫିସ,୧୮ ।୨

ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ବୁଧବାର ନିର୍ବାଚନ। ଏହା ପୂର୍ବରୁ ୩ ରାଜନୈତିକ ଦଳ ଭିତରୁ କଂଗ୍ରେସ ନିଜ ରଣନୀତି ସ୍ପଷ୍ଟ କରିସାରିଛି। କଂଗ୍ରେସ ପାଖରେ ସର୍ବାଧିକ ସଦସ୍ୟ ଥିବାରୁ ଦଳ ଅଧ୍ୟକ୍ଷ ପଦ ହାତେଇବା ଦୌଡ଼ରେ ଆଗୁଆ ରହିଛି। କିନ୍ତୁ ବିଜେଡି ଓ ଭାଜପା ଏନେଇ କଣ କରିବେ, ତାହାର ଚିତ୍ର ସ୍ପଷ୍ଟ ହୋଇନାହିଁ। ଚର୍ଚ୍ଚା ହେଉଛି, ଏହି ଦୁଇଟି ଦଳର ସଭ୍ୟମାନେ ମିଶି ସଂଖ୍ୟାଗରିଷ୍ଠତା ସହ ବୁଝାମଣା ଭିତ୍ତିରେ ଅଧ୍ୟକ୍ଷ ପଦ ନେବାକୁ ଯୋଜନା କରୁଛନ୍ତି। ଏହା କେତେ ସତ, ତାହା ବୁଧବାର ନିର୍ବାଚନୀ ଚିତ୍ର ସ୍ପଷ୍ଟ କରିବ। ଗତ ଥର ଅଧ୍ୟକ୍ଷ ପଦ ହାତେଇଥିବା କଂଗ୍ରେସ ଏଥର ମଧ୍ୟ ସେହି ଆସନରେ ନିଜ ଦଳର ସଭ୍ୟଙ୍କୁ ଆସୀନ କରିବା ପାଇଁ ପୂରା ଦମ୍‌ରେ ଲାଗିଛି। ଦଳୀୟ କର୍ମୀମାନେ ଏନେଇ ବେଶ୍‌ ଉତ୍ସାହିତ ଓ ତତ୍ପର ଅଛନ୍ତି। ୨୧ ଜଣ ଜିଲା ପରିଷଦ ସଭ୍ୟାଙ୍କ ମଧ୍ୟରୁ କଂଗ୍ରେସ ହାତରେ ୧୦ ଜଣ ସଭ୍ୟ ରହିଛନ୍ତି। ତେଣୁ ସଂଖ୍ୟା ବଳରେ କଂଗ୍ରେସ ଜିଲା ପରିଷଦ ଅଧ୍ୟକ୍ଷ ପଦ ଦୌଡ଼ରେ ଆଗୁଆ ରହିଛି। କଂଗ୍ରେସ ଦଳ ଏହି ଆସନ ପାଇଁ ଦୃଢ଼ବିଶ୍ୱାସୀ ହୋଇ ନିର୍ବାଚନ ପୂର୍ବରୁ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଛି। ଯଦି କେହି କଂଗ୍ରେସ ଦଳରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରିବେ, ଅନ୍ୟ ଦଳରେ ମଧ୍ୟ କ୍ରସ ଭୋଟିଂ କରାଇବାର କ୍ଷମତା ଆମ ଦଳରେ ରହିଛି ବୋଲି ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ଭାଜପାର ଆଭିମୁଖ୍ୟରୁ ନିର୍ବାଚନୀ ସମ୍ପର୍କିତ କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ। କେନ୍ଦ୍ରର ଭାଜପା ଓ ରାଜ୍ୟ ବିଜେଡି ମଧ୍ୟରେ କେତୋଟି ବିଷୟରେ ଆପୋଷ ବୁଝାମଣା ଥିବାରୁ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ତାହା ପ୍ରତିଫଳିତ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେଡି ନେତା ତଥା ରାଜ୍ୟସଭା ସଭ୍ୟ ଏନ୍‌. ଭାସ୍କର ରାଓଙ୍କ ଅନୁସାରେ ଦଳୀୟ ସଭ୍ୟଙ୍କ ସଂଖ୍ୟା ଗରିଷ୍ଠତା ନାହିଁ। ୭ ଜଣ ସଭ୍ୟଙ୍କୁ ନେଇ ଜିଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ଅତି କଷ୍ଟକର ବୋଲି ସେ କହିଛନ୍ତି। କିନ୍ତୁ ବିଜେଡି ରଣନୀତି ଓ ରାଜ୍ୟସଭା ସଭ୍ୟଙ୍କୁ ଜାଣିଥିବା ରାଜନୀତି ସମୀକ୍ଷକମାନେ ମତ ଦେଉଛନ୍ତି ଯେ ଏହା ରାଜନୈତିକ ଝଡ଼ ପୂର୍ବର ଏକ ନିରବତା। ରାୟଗଡ଼ା ଜିଲା ଭାଜପା ସଭାପତି ଶିବ ପଟ୍ଟନାୟକଙ୍କ ଅନୁସାରେ ଭୋଟିଂ ନିଷ୍ପତ୍ତି ପାଇଁ ଦଳୀୟ ସଭ୍ୟ ଓ ଜିଲା ସଭାପତି ରାଜଧାନୀ ଗସ୍ତ କରିଛନ୍ତି। ଭାଜପା ପାଖରେ ସଂଖ୍ୟାଗରିଷ୍ଠତା ନ ଥିବାରୁ ଦଳ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ନ କରି ଭୋଟ୍‌ଦାନରୁ ବିରତି ରହିବା ଭାଜପା ପାଇଁ ସ୍ବାଭିମାନର ବିଷୟ ହେବ ବୋଲି ସେ କହିଛନ୍ତି। ତେବେ ଏହି ଦୁଇଟି ଦଳର ନିରବତା ଭିତରେ ଅନ୍ୟ ଏକ କଥା ଗୁଞ୍ଜରିତ ହେଉଛି ଯେ, କଂଗ୍ରେସ ପାଖରେ ଅଧିକ ସଭ୍ୟ ଥିଲେ ମଧ୍ୟ ଯଦି ବିଜେଡି ଓ ଭାଜପା ମିଶିଯାଆନ୍ତି, ତେବେ ସେମାନେ ସଂଖ୍ୟାଗରିଷ୍ଠ ହୋଇ ଆପୋଷ ବୁଝାମଣାରେ ବିଜୟୀ ହେବା ସହ ଅଧ୍ୟକ୍ଷ ପଦ ହାତେଇପାରିବେ। ଉଲ୍ଲେଖଯୋଗ୍ୟ, ୨୦୧୭ରେ ରାୟଗଡ଼ା ଜିଲାର ୨୨ ଜଣ ଜିଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୧୧ ଜଣ କଂଗ୍ରେସ, ୭ ଜଣ ବିଜେଡି ଓ ୪ ଜଣ ଭାଜପାରେ ସଭ୍ୟ ଥିଲେ। ସେଥର କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ଜିଲା ପରିଷଦ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ। ସେତେବେଳେ କଂଗ୍ରେସ ଓ ଭାଜପା ଦଳର ସଭ୍ୟ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଗୁଡାରିରେ ଅଖଚକ ସବୁ ଜାମ୍

ଗୁଡାରି,୮।୧୦(ପ୍ରମୋଦ କୁମାର ପତି): ଗୁରୁବାର ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ପ୍ରଭାବ ଗୁଡାରି ସହରରେ ଦେଖିବାକୁ ମିଳିଛି । ସହରର ସମସ୍ତ ସରକାରୀ ଓ ବେସରକାରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?