ଷ୍ଟୋମାକ କ୍ୟାନ୍‌ସର ଚିହ୍ନିବାର ନୂଆ ଉପାୟ

ଷ୍ଟୋମାକ କ୍ୟାନ୍‌ସରର ଆଦ୍ୟାବସ୍ଥାରୁ ଚିକିତ୍ସା କରାଇଲେ ଏଥିରୁ ଆରୋଗ୍ୟ ଲାଭ କରିବାର କିଛି ଅଂଶ ସୁଯୋଗ ରହିଛି। ହେଲେ ଏହା ଜଟିଳ ଅବସ୍ଥା ଧାରଣ କରିଥିଲେ ଏହି ଆଶା ପ୍ରାୟ କ୍ଷୀଣ। ତେବେ ଷ୍ଟୋମାକ କ୍ୟାନ୍‌ସରକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ଦୀର୍ଘ ୪ବର୍ଷ ଏପରି ବିଷୟବସ୍ତୁ ଉପରେ ଗବେଷଣାକରି ଏ କଥା ଜାଣିପାରିଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତିଙ୍କର ଶ୍ୱାସକ୍ରିୟାରୁ ଏହି କ୍ୟାନ୍‌ସର ବିଷୟରେ କେତେକାଂଶରେ ସୂଚନା ମିଳିପାରିବ। ଗବେଷଣା ସମୟରେ ସେମାନେ ଏହାର ପରିସରଭୁକ୍ତ କେତେଜଣ ବ୍ୟକ୍ତିଙ୍କର ଶ୍ୱାସକ୍ରିୟାକୁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ସମୟରେ ସେମାନେ ଶ୍ୱାସକ୍ରିୟାର ପାଞ୍ଚଟି ରାସାୟନିକ ତତ୍ତ୍ୱକୁ ଗୁରୁତ୍ୱ ଦେଇଥିଲେ। ଏଥିରୁ ସେମାନେ ଷ୍ଟୋମାକ କ୍ୟାନ୍‌ସରର ଲକ୍ଷଣ ସମ୍ପର୍କରେ କେତେକ ତଥ୍ୟ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ...

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ...

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ...

ଟି-୨୦ ବିଶ୍ୱକପ ପରେ ଏହି ୫ ଖେଳାଳି କରିବେ ଅବସର ଘୋଷଣା! ଲିଷ୍ଟରେ ଅଛନ୍ତି ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୫।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଏହି ୨୦ ଦଳର ଟୁର୍ନାମେଣ୍ଟ...

କର୍ମଚାରୀ-ମିଲର ଅସାଧୁ ମେଣ୍ଟ, ଚାଷୀଙ୍କୁ ଶୋଷଣ ଅଭିଯୋଗରେ…

ଭଞ୍ଜନଗର,୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ସୋମବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର...

ଜନଜାତି ସମ୍ମେଳନ: ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ଆରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ଗାଁରେ ଗୁଳିମାଡ଼ କଲେ ପ୍ରେମିକ, ଫେରାର ହୋଇଯିବା ବେଳେ ଗୋଡ଼ାଇ ଗୋଡ଼ାଇ…

ମୋହନା୫ା୧( ମନ୍ମଥ ମିଶ୍ର ): ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ଗୁଳିମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା...

ମହାକୁମ୍ଭ ମୋନାଲିସାଙ୍କ ପରେ ମାଘ ମେଳାରେ ଭାଇରାଲ ହେଲେ ଆଉ ଜଣେ ଯୁବତୀ, ଜାଣନ୍ତୁ ସେ କିଏ…

ପ୍ରୟାଗରାଜ,୫।୧: ପ୍ରୟାଗରାଜରେ ସଙ୍ଗମ ନଦୀ କୂଳରେ ୨୦୨୬ ମାଘ ମେଳା ସମୟରେ ସୋସିଆଲ ମିଡିଆରେ ଜଣେ ଯୁବତୀ ଭାଇରାଲ ହୋଇଛନ୍ତି। ମହାରାଷ୍ଟ୍ରର ଜଳଗାଓଁ ଜିଲାର ଭୁସାୱଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri