ଷ୍ଟେଶନ-ବସ୍‌ଷ୍ଟାଣ୍ଡ-ବିମାନବନ୍ଦରକୁ ଯିବାକୁ ନାହିଁ କଟକଣା: ଗାଡ଼ିକୁ ମିଳିଲା ୨୪ ଘଣ୍ଟିଆ ପରିବହନ ଅନୁମତି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଷ୍ଟେଶନ, ବସ୍‌ଷ୍ଟାଣ୍ଡ ଓ ବିମାନବନ୍ଦରକୁ ଯିବାକୁ ଗାଡ଼ି କଟକଣା ନାହିଁ। ଟ୍ୟାକ୍ସି, ଅଟୋ, ବସ୍‌ ଯା’ଆସ କରିବାକୁ ୨୪ ଘଣ୍ଟିଆ ଅନୁମତି ମିଳିଛି। ଏଣୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ସେମାନଙ୍କ ଉପରେ କର୍ଫ୍ୟୁ କଟକଣା ନାହିଁ। ଯାତ୍ରୀ ଯିବା ଆସିବାରେ କୌଣସି ବାଧା ରହିବ ନାହିଁ ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି।

ସେ କହିଛନ୍ତି, ରାଜ୍ୟ ଭିତରେ ଦୁଇ ଚକିଆ ଯାନ, ଘରୋଇ କାର୍‌ , ସରକାରୀ ଗାଡ଼ି, ଟ୍ୟାକ୍ସି, ଅଟୋ ରିକ୍ସା ଚାଲିବ। କିନ୍ତୁ ଚାରିଚକିଆ ଯାନରେ ୨ଜଣ ଯାତ୍ରୀ ଯାତ୍ରା କରିପାରିବେ। ରାଜ୍ୟରେ ଅନ୍ୟ ବସ୍‌ ଚାଲିବାକୁ ଅନୁମତି ମିଳିଛି। ସୋମବାରଠାରୁ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି। ହେଲେ ଗାଡ଼ିରେ ସିଟ୍‌ କ୍ଷମତାରୁ ଅଧିକ ଲୋକ ଯାଇପାରିବେ ନାହିଁ। କୌଣସି ଯାତ୍ରୀ ଛିଡ଼ା ହୋଇ ଯିବେ ନାହିଁ। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଟ୍ରାନ୍ସପୋର୍ଟ କମିଶନର ଏବଂ ରାଜ୍ୟ ପୋଲିସ ବ୍ୟବସ୍ଥାକୁ ସଜାଗ କରାଯାଇଛି। ସେମାନେ ଏହା ଉପରେ ନଜର ରଖିବେ। ରାଜ୍ୟରେ ଟ୍ରେନ୍‌ ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି। ସେହିଭଳି ବିମାନବନ୍ଦର, ରେଳଷ୍ଟେଶନରୁ ଯାତ୍ରୀ ନେବାଆଣିବା ଲାଗି ଘରୋଇ ଗାଡ଼ି, ଟ୍ୟାକ୍ସିକୁ ଯିବା ଅନୁମତି ଦିଆଯାଇଛି। ଏମାନେ କଫ୍ୟୁ ସମୟରେ ବି ଯାତ୍ରା କରିପାରିବେ। କିନ୍ତୁ ଯାତ୍ରା କରିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। ସାନିଟାଇଜର ରଖନ୍ତୁ। ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରୀଙ୍କଠାରେ କୋଭିଡ-୧୯ର ଲକ୍ଷଣ ଥିଲେ ତାକୁ ଯିବାକୁ ଦିଆଯିବ ନାହିଁ ବୋଲି ରବିବାର ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ପ୍ରାର୍ଥୀଙ୍କ ଡିଜିଟାଲ ପ୍ରଚାର ସମ୍ପର୍କରେ ତଥ୍ୟ ରଖିବାକୁ ଜିଲାପାଳଙ୍କୁ ଚିଠି

କଟକ,୫ା୫(ଶିଳ୍ପା ପ୍ରିୟଦର୍ଶିନୀ)ନିର୍ବାଚନ ସମ୍ପର୍କୀତ ଡିଜିଟାଲ ପ୍ରଚାର ଖବର ଗତ ୩୦ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ସେହିଦିନ ଓଏସ୍‌ଡିର ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର କିସ୍କୁ ୩୦ ଜିଲାର...

୨୦ ପରେ ସିବିଏସ୍‌ଇ ପରୀକ୍ଷାଫଳ

ଭୁବନେଶ୍ୱର, ୫।୫(ଅସମାପିକା ସାହୁ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ।...

ରାଜଧାନୀରୁ ନକଲି ଏନ୍‌ସିଇଆର୍‌ଟି ବହି ଜବତ

ଭୁବନେଶ୍ୱର,୫ା୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ନକଲି ଏନ୍‌ସିଇଆର୍‌ଟି ବହି ବିକ୍ରି କରୁଥିବା ବୁକ୍‌ ଷ୍ଟୋର ଠାବ ହୋଇଛି। ଏନ୍‌ସିଇଆର୍‌ଟିର ୨ଜଣିଆ ଟିମ୍‌ ଭୁବନେଶ୍ୱର ପୋଲିସ ସହାୟତାରେ ସହରର...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri