ଷ୍ଟାଣ୍ଡିଂ କମିଟିର ଯୋଡ଼ା ଗସ୍ତ: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ଦେଖିଲେ

ଯୋଡ଼ା, ୯।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ଶୁକ୍ରବାର ଯୋଡା ବ୍ଲକ ବାସୁଦେବପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରିଥିଲେ। ସେମାନେ କେନ୍ଦୁଝରରୁ ବାସୁଦେବପୁର ଆସିବା ବେଳେ ଟ୍ରାଫିକ ଜାମ୍‌ ଯୋଗୁ ରାସ୍ତାରେ ୩ଟି ଆମ୍ବୁଲାନ୍ସ ଫସିଥିବା ଦେଖିବାକୁ ପାଇଥିଲେ । ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ସେମାନେ ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟସେବା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ସମେତ କମିଟି ସଦସ୍ୟା ବିଧାୟିକା ମୀନାକ୍ଷୀ ମହାନ୍ତ, କୁସୁମ ଟେଟେ, ବିଧାୟକ ସୁଧାଶୁଂ ଶେଖର ପରିଡା ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ। ସ୍ବାସ୍ଥ୍ୟ ସଚିବ ହରପ୍ରସାଦ ପଟ୍ଟନାୟକ, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲୀପ ଷଢଙ୍ଗୀ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ସଂଗ୍ରାମ ସାମଲ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ସହକାରୀ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜଗଦୀଶ ପ୍ରସାଦ ସାହୁ , ଜିଲା ସହରୀ ଯୋଜନା ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ା
କମିଟି ସଦସ୍ୟାସଦସ୍ୟ କେନ୍ଦୁଝରରୁ ବାସୁଦେବପୁର ଆସିବା ବେଳେ ଟ୍ରାଫିକ ଜାମ୍‌ ଯୋଗୁ ରାସ୍ତାରେ ଆମ୍ବୁଲାନ୍ସ ଫସିଥିବା ଦେଖି ଉଦ୍‌ବେଗ ପ୍ରକାଶ କରିଥିବା ନେଇ କମିଟି ସଦସ୍ୟା ବିଧାୟିକା ଟେଟେ ଖବରଦାତାଙ୍କୁ ସୂଚନା ଦେଇଥିଲେ। ପରେ ଡାକ୍ତରଖାନାରେ ଜଣେ ପ୍ରସୂତିଙ୍କୁ ସ୍ବାସ୍ଥ୍ୟସେବା ନେଇ ପଚାରିବାରୁ ସେ ୨୦୦ଟଙ୍କା ଦେଇ ଚିକିତ୍ସିତ ହେଉଥିବା ଅଭିଯୋଗ କରିବାରୁ ବିଧାୟିକା ଉଦ୍‌ବେଗ ପ୍ରକାଶ କରି ୫-ଟି କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଥିଲେ। ଅନ୍ୟ କେତେକ ରୋଗୀ ମଧ୍ୟ ସ୍ବାସ୍ଥ୍ୟସେବା ଠିକ୍‌ ଭାବେ ମିଳୁ ନ ଥିବା କହିଥିଲେ। ଏଭଳି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ରାସ୍ତା ଅବସ୍ଥା ଓ ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିିବା ଘଟଣା ନେଇ ସେ ବିଧାନସଭାରେ ପ୍ରଶ୍ନ ଆଗତ କରିବେ ବୋଲି ଖବରଦାତାଙ୍କୁ ସୂଚନା ଦେଇଥିଲେ।
କମିଟିର ଅଧ୍ୟକ୍ଷ ବିଧାୟକ ପାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ ା ଶିଶୁଙ୍କୁ ଦିଆଯାଉଥିବା ସେବା ଉପରେ ସେ ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ରାଷ୍ଟ୍ରୀୟ ବାଲ୍‌ ସଂସ୍ଥାନ କାର୍ଯ୍ୟକ୍ରମ ଯୋଜନାର ସୁବିଧା ଏଠାରେ ଯୋଗାଇ ଦେବା ସକାଶେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସେ ଆଲୋଚନା କରିଥିଲେ। ଡିଏମଏଫ ଅର୍ଥରେ ଡାକ୍ତର ନିଯୁକ୍ତି ଦିଆଯାଉଥିବା ବେଳେ ପାରା ମେଡିକାଲ କର୍ମଚାରୀଙ୍କୁ କାହିଁକି ନିଯୁକ୍ତି ଦିଆଯାଉ ନାହିଁ। ଯୋଡା ପୌରପାଳିକା ସମେତ ଏହି ବ୍ଲକର ୧୯ପଞ୍ଚାୟତବାସୀ ଯୋଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏହାକୁ କାହିଁକି ସରକାରୀ ମାନ୍ୟତା ମିଳି ନାହିଁ ଓ ରୋଗୀଙ୍କୁୁ ସମସ୍ତ ସୁବିଧା ସୁଯୋଗ ମିଳୁନାହିଁ ଖବରଦାତାମାନେ ପ୍ରଶ୍ନ କରିିବାରୁ ଅଧ୍ୟକ୍ଷ ଡିଏମଏଫ ଅର୍ଥରେ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ଦେବା ପ୍ରସଙ୍ଗ ନେଇ କେନ୍ଦୁଝର ଜିଲାପାଳଙ୍କ ସହିତ କମିଟି ପକ୍ଷରୁ ଆଲୋଚନା କରାଯିବ ବୋଲି କହିଥିଲେ। ଯୋଡା ଡାକ୍ତରଖାନା ସମସ୍ୟା ସମ୍ପର୍କରେ ବିଧାନସଭାରେ ପ୍ରସ୍ତାବ ଆଗତ କରାଯିବ ବୋଲି ସେ ପ୍ରକାଶ କରିଥିଲେ ା
ଉଲ୍ଲେଖନୀୟ ଯେ, ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜମିଜମା ବିବାଦ ଲାଗି ରହିଛି। ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ପରିଦର୍ଶନ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଲାଗି ଜମି ହରାଇଥିବା ଲୋକେ ବିବାଦର ତୁରନ୍ତ ସମାଧାନ ନ କଲେ ଆଗାମୀ ୧୫ ଦିନ ଭିତରେ ଡାକ୍ତରଖାନାରେ ତାଲା ପକାଇବେ ବୋଲି ଚେତାବନୀ ଦେଇଥିଲେ ା ଡାକ୍ତରଖାନା ଦଖଲରେ ଥିବା ଜମି ସେମାନଙ୍କୁ ହସ୍ତାନ୍ତର କରାଯାଉ ବୋଲି କମିଟି ପାଖରେ ଜମିହରା କାଣ୍ଡେ ମୁଣ୍ଡା, ଦାଶରଥି ତିଉ, ରମେଶ ତିଉ ଓ ମନୋଜ ତିଉ ପ୍ରମୁଖ ଦାବି କରିଥିଲେ ା ବଡବିଲ ସିଭିଲ ସୋସାଇଟି ପକ୍ଷରୁ ବସନ୍ତ କୁମାର ମହାନ୍ତ ବଡବିଲ୍‌କୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ସାଙ୍ଗକୁ ବାଇପାସ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ଷ୍ଟାଣ୍ଡିଂ କମିଟିକୁ ପ୍ରଦାନ କରିଥିଲେ ା ଏହି ଅବସରରେ ଜେଏସ୍‌ଡବ୍ଲ୍ୟୁ ଶିଳ୍ପ ସଂସ୍ଥା ପକ୍ଷରୁ ବାସୁଦେବପୁରଠାରେ ନିର୍ମାଣ ହେଉଥିବା ଏକ ୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାନ ବୁଲି ଦେଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ

ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ…

ଗଣେଶ ମୂର୍ତ୍ତି ବିସର୍ଜନରେ ନିୟମ ଭଙ୍ଗ: ଅତ୍ୟଧିକ ଉଚ୍ଚଶବ୍ଦରେ ଡିଜେ ବଜାଇବା ପଡ଼ିଲା ମହଙ୍ଗା, ଗାଡ଼ିକୁ ଜବତ କଲା ପୋଲିସ

ବଞ୍ଚୋ,୫।୧୦(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ପୋଲିସ ଡିଜେ ଗାଡ଼ିକୁ ଜବତ କରିଛି । ପୋଡ଼ାଖମଣ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?