Posted inଖେଳ

ଷ୍ଟାଡିୟମରେ ମହିଳାଙ୍କ ପ୍ରବେଶ ନେଇ ଇରାନକୁ ଫିଫାର ନିର୍ଦ୍ଦେଶ

ପ୍ୟାରିସ୍‌,୨୩।୯(ଏଏଫ୍‌ପି)- ଫୁଟବଲ୍‌ ଷ୍ଟାଡିୟମରେ ମହିଳା ପ୍ରଶଂସିକାଙ୍କ ପ୍ରବେଶ ନେଇ ଅନୁମତି ଦେବାକୁ ଫିଫା ଇରାନ୍‌କୁ ନିର୍ଦ୍ଦେଶ ଦେଇଛି। ବହୁ ଚର୍ଚ୍ଚିତ ‘ବ୍ଲୁ ଗର୍ଲ’ ଘଟଣାରେ ଜଣେ ମହିଳା ଆତ୍ମହତ୍ୟା କରିବା ପରେ ଫିଫା ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏହି ଘଟଣା ଅନୁସାରେ ଫୁଟବଲ ଷ୍ଟାଡିୟମକୁ ପ୍ରବେଶ କରୁଥିବାବେଳେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ଏଥିରେ କ୍ଷୁବ୍ଧ ହୋଇ ସମ୍ପୃକ୍ତ ମହିଳା ଜଣକ ଆତ୍ମହତ୍ୟ କରିଥିଲେ। ଫଳରେ ଫିଫା ଫୁଟବଲ ଷ୍ଟାଡିୟମରେ ମହିଳାଙ୍କ ଅସୀମିତ ପ୍ରବେଶ ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ଇରାନକୁ ନିର୍ଦ୍ଦେଶ ଦେଇଛି।
ଫୁଟବଲ ଓ ମହିଳାଙ୍କ ସମସ୍ୟା ନେଇ ଫିଫାର ପ୍ରତିନିଧି ଦଳ ଚଳିତ ସପ୍ତାହ ଶେଷ ପୂର୍ବରୁ ଇରାନ ଗସ୍ତ କରିଛି। ଫୁଟବଲ ମ୍ୟାଚ୍‌ ଦେଖିବାକୁ ମହିଳାଙ୍କୁ ଅନୁମତି ଦେବା ଓ ବିନାମୂଲ୍ୟରେ ଏହି ସୁବିଧା ଯୋଗାଇଦେବାକୁ ଫିଫା ତା’ର ଏହି ଆଭିମୁଖ୍ୟକୁ ଦୋହରାଇଛି। ଦେଶରେ ଏହା ଫୁଟବଲର ଲୋକପ୍ରିୟତାକୁ ବଢ଼ାଇବାର ସହାୟକ ହେବ ବୋଲି ଫିଫା ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ୧୯୮୧ ପରଠାରୁ ଇରାନ ମହିଳା ପ୍ରଶଂସକଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦେଉନାହିଁ। ପୁରୁଷ ଫୁଟବଲରମାନେ ସମ୍ପୂର୍ଣ୍ଣ ପୋଷାକ ପରିଧାନ କରି ନ ଥିବାରୁ ଷ୍ଟାଡିୟମରେ ଏକ ଭିନ୍ନ ପ୍ରକାର ପରିବେଶ ସୃଷ୍ଟି ହେଉଛି। ଫଳରେ ମୁସଲିମ୍‌ ଧର୍ମଗୁରୁମାନେ ମହିଳାଙ୍କୁ ଷ୍ଟାଡିୟମ ପ୍ରବେଶ ନେଇ ବାରଣ କରିଛନ୍ତି।
‘ବ୍ଲୁ ଗର୍ଲ’ ଘଟଣାରେ ମହିଳା ପ୍ରଶଂସକ ଜଣକ ପୁରୁଷ ବେଶରେ ଷ୍ଟାଡିୟମକୁ ପ୍ରବେଶ କରିବାକୁ ପ୍ରୟସ କରିଥିଲେ। ତେବେ ସେ ଧରାପଡି ଗିରଫ ହୋଇଥିଲେ। ସମ୍ପୃକ୍ତ ମହିଳା ଜଣକ ଏଷ୍ଟେଘଲାଲ ଏଫ୍‌ସିକୁ ସମର୍ଥନ କରୁଥିଲେ। ଏହି କ୍ଲବର ଖେଳାଳିଙ୍କ ଜର୍ସି ରଙ୍ଗ ବ୍ଲୁ ହୋଇଥିବାରୁ ମହିଳାଙ୍କୁ ବ୍ଲୁ ଗର୍ଲ ବୋଲି କୁହାଯାଉଛି। ଗିରଫ ହେବା ପରେ ସେ କୋର୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ତେହେରାନ୍‌ର ଏକ ହସ୍ପିଟାଲରେ ସେ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ସାର ବିଶ୍ୱରେ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଇରାନକୁ ବାସନ୍ଦ କରିବା ପାଇଁ ବିଶ୍ୱର ସର୍ବୋଚ୍ଚ ଫୁଟବଲ ସଂସ୍ଥା ଫିଫା ଉପରେ ଚାପ ପ୍ରୟୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri