ଶୟନ କଲେ ହରି

ସନାତନ ପରମ୍ପରାରେ ସୁନାବେଶ ଦିନ ଅର୍ଦ୍ଧରାତ୍ରରୁ ଚତୁର୍ମାସ୍ୟା ଆରମ୍ଭ ହୁଏ। ଏହିଦିନ ଠାରୁ ମହାପ୍ରଭୁ ଶୟନ ଯାଇଥାନ୍ତି। ଏହାକୁ ହରିଶୟନ ଏକାଦଶୀ କୁହାଯାଏ। ଚାରି ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କରିଥାନ୍ତି। ଠାକୁରଙ୍କର ଏହି ଶୟନ କାଳରେ ବାନପ୍ରସ୍ତ, ଋଷି, ମୁନି, ସାଧୁସନ୍ଥ, ମହାପୁରୁଷ, ସନ୍ନ୍ୟାସ ଧର୍ମ ଆଚରଣ କରୁଥିବା ଲୋକମାନେ ଚତୁଃର୍ମାସ୍ୟା ବ୍ରତ ପାଳନ କରନ୍ତି। ଗୋଟିଏ ସ୍ଥାନରେ ରହି ଶାସ୍ତ୍ର ମୁତାବକ ନିୟମ ପାଳନ କରି ଠାକୁରଙ୍କୁ ସ୍ମରଣ କରିଥାନ୍ତି। ମହାପ୍ରଭୁଙ୍କ ଶୟନ କାଳ ମଣିଷମାନଙ୍କ ପାଇଁ ଅଶୁଭ କାଳ ଭାବେ ଗ୍ରହଣ କରାଯାଏ। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନ ଗତି କରନ୍ତି। ଜ୍ୟୋତିଷ ଶାସ୍ତ୍ରମତେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ସମୟରେ କୌଣସି ଶୁଭକାର୍ଯ୍ୟ ଅର୍ଥାତ୍‌ ଯଜ୍ଞ, ବିବାହ, ଗୋଦାନ ଆଦି ହୁଏ ନାହିଁ। ସୂର୍ଯ୍ୟଙ୍କର ଉତ୍ତରାୟଣ ହେଲେ ପୁଣି ଶୁଭକାର୍ଯ୍ୟ ଆରମ୍ଭ ହୁଏ।
ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଓ ଲାଗି ପରେ ଚନ୍ଦନ ଲାଗି, ବଡ ସିଂହାର ବେଶ, ଭୋଗ ହୋଇଥାଏ। ମହାସ୍ନାନ ପୂଜାପାଠ ପରେ ଠାକୁର ରଥକୁ ବିଜେ ହୋଇଥାନ୍ତି। ରଥରେ ନୀତି ସରିବା ପରେ ଅଧରାତିରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ନେଇ ଶୟନ ଯାଇଥାନ୍ତି। ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଠାକୁର ପାର୍ଶ୍ୱ ପରିବର୍ତ୍ତନ ଅର୍ଥାତ୍‌ କଡ ଲେଉଟାଇ ଥାନ୍ତି। ତେଣୁ ଏହାକୁ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ କୁହାଯାଏ। କାର୍ତ୍ତିକ ମାସ ବଡ଼ ଏକାଦଶୀରେ ଠାକୁର ନିଦ୍ରା ତ୍ୟାଗ କରି ଉଠିଥାନ୍ତି। ଏହାକୁ ଦେବ ଉତ୍‌ଥାପନ ଏକାଦଶୀ ବୋଲି କୁହାଯାଏ।
ଆଷାଢ଼ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀକୁ ହରିଶୟନ ଏକାଦଶୀ କୁହାଯାଏ। ଶାସ୍ତ୍ର ଅନୁସାରେ ଯେଉଁମାନେ ପବିତ୍ର ମନରେ ଏହି ଏକାଦଶୀ ବ୍ରତ ପାଳନ କରିଥାନ୍ତି ତାଙ୍କର ମନୋସ୍କାମନା ପୂର୍ଣ୍ଣ ହେବା ସହ ସମସ୍ତ ପାପ ମଧ୍ୟ କ୍ଷୟ ହୋଇଥାଏ। ଅନ୍ୟପକ୍ଷରେ ହରିଶୟନ ଏକାଦଶୀ କଥା ପଢିବା ଓ ଶୁଣିବା ଦ୍ୱାରା ସହସ୍ର ଗୋଦାନ ତୁଲ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri