Posted inଖେଳ

ଶ୍ରେଷ୍ଠ ପ୍ରଦର୍ଶନ କଲେ ବି ବିଜୟ ସହଜ ହେବନି: ସିମନ୍ସ

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ଉତ୍ସାହୀ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ଆଗାମୀ ମ୍ୟାଚରେ ସିରିଜ ନିର୍ଣ୍ଣୟ ହେଉଥିବାରୁ ଆମେ ନିଶ୍ଚିତଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ। ମାତ୍ର ଏହା ସତ୍ତ୍ୱେ ଭାରତକୁ ହରାଇବା ସହଜ ହେବନାହିଁ ବୋଲି ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଓ୍ବେଷ୍ଟଇଣ୍ଡିଜ କୋଚ୍‌ ଫିଲ୍‌ ସିମନ୍ସ। ”ଚଳିତ ସିରିଜରେ ଆମ ଦଳର ଖେଳାଳିମାନେ ପ୍ରତିଶ୍ରୁତିବଦ୍ଧତା ଦେଖାଇଛନ୍ତି। ଭାରତକୁ ଆମେ କଡ଼ା ଟକ୍କର ଦେଇଛୁ। ପ୍ରଥମ ଦିନିକିଆ ଜିତିଛୁ। ମାତ୍ର ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇଛି। ଆଗାମୀ ମ୍ୟାଚରେ କ’ଣ କରିବାକୁ ହେବ ଖେଳାଳିମାନେ ଜାଣିଛନ୍ତି। ତେବେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କଲେ ମଧ୍ୟ ଭାରତ ବିପକ୍ଷରେ ବିଜୟ ସହଜ ହେବନାହିଁ“ ବୋଲି ଗତ ଅକ୍ଟୋବରରେ ଦଳର କୋଚ୍‌ ଦାୟିତ୍ୱ ଗ୍ରହଣ କରିଥିବା ସିମନ୍ସ ପ୍ରକାଶ କରିଛନ୍ତି।
ଗତ ଦଶନ୍ଧୀ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଗତ ମାସରେ ଆଫଗାନିସ୍ତାନ ବିପକ୍ଷରେ ୩-୦ରେ ସିରିଜ ବିଜୟକୁ ଛାଡ଼ିଦେଲେ ୨୦୧୪ ଅଗଷ୍ଟ ପରଠାରୁ ଦଳ ୧୬ଟି ଦ୍ୱିପାକ୍ଷିକ ସିରିଜ ଖେଳିଥିଲେ ହେଁ ଗୋଟିଏ ହେଲେ ଜିତି ପାରିନାହିଁ। ”ଆମେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଶକ୍ତିଶାଳୀ ଦଳ ଗଠନ ପଥରେ ରହିଛୁ। ଆଗାମୀ ମ୍ୟାଚରେ ମଧ୍ୟ ଆମେ ଲକ୍ଷ୍ୟପଥରୁ ବିଚ୍ୟୁତ ହେବୁନାହୁଁ। ଓ୍ବେଷ୍ଟଇଣ୍ଡିଜ ଏବେ ସକାରାତ୍ମକ ଖେଳୁଛି। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଶାଇ ହୋପ୍‌ ଏବଂ ଶିମରନ ହେଟ୍‌ମେର ବଢ଼ିଆ ଫର୍ମରେ ଅଛନ୍ତି। ତେଣୁ ଆଗାମୀ ମ୍ୟାଚରେ ଆମେ ଟକ୍କର ଦେବାକୁ ନିଶ୍ଚିତ ଉଦ୍ୟମ କରିବୁ ବୋଲି କହିଛନ୍ତି। ବାରବାଟୀ ପିଚ୍‌ରେ ୩୦୦ରୁ ୩୨୦ ରନ ଚେଜ୍‌ କରିହେବ ବୋଲି ଅନୁମାନ କରିଛନ୍ତି ଏହି ପୂର୍ବତନ ଖେଳାଳି। ଭାରତ ପରି ଦଳ ବିପକ୍ଷରେ ଖେଳିବାବେଳେ ପ୍ରଥମେ ବ୍ୟାଟିଂ ହେଉ କି ଦ୍ୱିତୀୟରେ ସବୁବେଳେ ୩୦୦ରୁ ୩୨୦ ପର୍ଯ୍ୟନ୍ତ ରନ କରିବାକୁ ମନରେ ରଖିବାକୁ ପଡ଼ିବ ବୋଲି କହିଛନ୍ତି। ଗତ ଟି୨୦ ଓ ଚଳିତ ଦିନିକିଆ ସିରିଜରେ ଉଭୟ ଦଳ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ କିଛିଟା ତିକ୍ତ ହୋଇଥିବା ପରିଲକ୍ଷିତ ହୋଇଛି। ମାତ୍ର ସିମନ୍ସ ଏହାକୁ ସକାରାତ୍ମକ ଦୃଷ୍ଟିରେ ନେଇଛନ୍ତି। ଦୁଇ ଦଳ ମଧ୍ୟରେ ସେମିତି କିଛି ନାହିଁ ବୋଲି କହିଛନ୍ତି। ଆମେ ଗୋଟିଏ ହୋଟେଲରେ ରହୁଛୁ, ଗୋଟିଏ ସ୍ଥାନରେ ଖାଉଛୁ। ଉତ୍ତମ ସମ୍ପର୍କ ମଧ୍ୟରେ ସବୁକିଛି ଚାଲିଛି ବୋଲି ସେ କହିଛନ୍ତି। ଗତ ବିଶ୍ୱକପରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ ୧୨ଟି ଉଇକେଟ ନେଇଥିବା ଶେଲଡନ କଟ୍ରେଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପାଇଁ ୮.୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। କିଙ୍ଗ୍ସ ଇଲେଭେନ ପଞ୍ଜାବ ତାଙ୍କୁ କ୍ରୟ କରିଛି। ଆଇପିଏଲ କ୍ରିକେଟ ଖେଳାଳିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ସ୍ବିକାର କରିଛନ୍ତି ସିମନ୍ସ। ମାତ୍ର ଏହା ତାଙ୍କ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି କଟ୍ରେଲ ଭାବିବା ଉଚିତ ନୁହେଁ। ଓ୍ବେଷ୍ଟଇଣ୍ଡିଜର ସେ ହେଉଛନ୍ତି ଜଣେ ପ୍ରମୁଖ ବୋଲର ଏବଂ ଦେଶ ପକ୍ଷରୁ ତାଙ୍କୁ ଅନେକ ଦି ଖେଳିବାର ଅଛି ବୋଲି ସେ ମନେ ରଖିବା ଉଚିତ ବୋଲି କହିଛନ୍ତି କୋଚ୍‌ ସିମନ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri