ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ନିର୍ମାଣ, ଖନନ ବାଧାପ୍ରାପ୍ତ:ଆମସାର ଆକ୍ଟ ଲାଗୁ ନେଇ ଏଏସ୍‌ଆଇ ଅଧିକାରୀଙ୍କ ଚେତାବନୀ

ପୁରୁଣା ଭୁବନେଶ୍ୱର, ୨୧। ୧ (ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ପୁରୀ ଭଳି ବିକାଶ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରେ ସଚିବ ସ୍ତରୀୟ ଅଫିସର ଉଦ୍ୟମ କରିଥିଲେ। ବିକାଶ ଲାଗି ବିଏମ୍‌ସି, ପୂର୍ତ୍ତ ବିଭାଗ ଓ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକଶନ ଲିମିଟେଡ ପରି ସଂସ୍ଥାର ଅନଭିଜ୍ଞ ଠିକାଦାର ଓ ଅଫିସରଙ୍କ ଜରିଆରେ ନିର୍ମାଣ ଉଚ୍ଛେଦ ଏବଂ ଖନନ କାର୍ଯ୍ୟ ଚାଲିଛି। ଫଳରେ ଶ୍ରୀଲିଙ୍ଗରାଜ କ୍ଷେତ୍ରର କୀର୍ତ୍ତିରାଜି ପ୍ରତି ବିପଦ ସୃଷ୍ଟି ସହ ଐତିହ୍ୟର ସୌନ୍ଦର୍ଯ୍ୟହାନି ହେଉଛି। ଐତିହ୍ୟ ଓ କୀର୍ତ୍ତିରାଜି ସ୍ଥଳରେ ଓଡ଼ିଶା ଆନସିଆଣ୍ଟ ମନୁମେଣ୍ଟସ୍‌ ପ୍ରିଜରଭେଶନ୍‌ (ଆମସାର) ଆକ୍ଟ ରାଜ୍ୟ ସରକାର ଲାଗୁ ନ କରିବାରୁ ଏଏସ୍‌ଆଇ ଏଡିଜି ରାକେଶ ଲାଲ୍‌ ସିଂ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିବା ସହ ନିକଟରେ ଭୁବନେଶ୍ୱର ଆସି ଏକାମ୍ର କ୍ଷେତ୍ରର କାର୍ଯ୍ୟ ତଦାରଖ କରିଥିଲେ ବୋଲି ସେ ଧରିତ୍ରୀକୁ କହିଛନ୍ତି। ଐତିହ୍ୟସ୍ଥଳର କାରୁକାର୍ଯ୍ୟ ପ୍ରତି ଦୃଷ୍ଟି ନ ଦେଇ ତରବରିଆ ଭାବେ ବଡ଼ ବଡ଼ ମେଶିନ ସାହାଯ୍ୟରେ ଖନନ ଓ ନିର୍ମାଣ କାର୍ଯ୍ୟ କରାଯାଉଛି, ଯାହାକି ଆମସାର ଆକ୍ଟ ବିରୁଦ୍ଧାଚରଣ କରୁଛି। ତେଣୁ ତୁରନ୍ତ ଖନନ କାର୍ଯ୍ୟ ବନ୍ଦ ରଖିବାକୁ ସେ ଚରମବାଣୀ ଶୁଣାଇଥିଲେ। ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ବିଶ୍ୱାସକୁ ନେଇ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ ସେ କହିଥିଲେ। ଏଡିଜି ସିଂଙ୍କ ମତରେ କେବଳ କେନ୍ଦ୍ର ସରକାରଙ୍କ ନୁହେଁ, ରାଜ୍ୟର ମଧ୍ୟ ଅନୁରୂପ ଭାବେ ଐତିହ୍ୟସ୍ଥଳ ଖନନ ଓ ନିର୍ମାଣ ନେଇ କଡ଼ା ନିୟମ ରହିଛି। ମାତ୍ର ଅଧିକାରୀ ଏସବୁକୁ ନ ମାନିବାରୁ ଏପରି ସମସ୍ୟା ଦେଖାଦେଉଛି।
ରାଜ୍ୟ ସରକାରଙ୍କ ନିୟମ ଅଧିକାରୀ ଜାଣିନାହାନ୍ତି
ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ଲାଲ ସିଂଙ୍କ ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ଆମସାର ଆକ୍ଟ ଲାଗୁ ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ପରେ ଖନନ କାର୍ଯ୍ୟ ବନ୍ଦ ରହିଛି। ଏଥିଯୋଗୁ ଏକାମ୍ର ବିକାଶ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ଏଏସ୍‌ଆଇର ଅଧିକ୍ଷଣ ପୁରାତତ୍ତ୍ୱବିତ୍‌ ଅଧିକାରୀ ଅରୁଣ ମଲ୍ଲିକ କୁହନ୍ତି, ୧୯୦୪ରୁ ସଂରକ୍ଷିତ କରାଯାଇଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ଏଏସଆଇ ଦାୟିତ୍ୱରେ ଥିଲେ ହେଁ ଅଧିକାଂଶ କୀର୍ତ୍ତିରାଜି ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ଏସବୁର ସୁରକ୍ଷା ନେଇ ୧୯୫୬ରେ ଓଡ଼ିଶା ଆନସିଆଣ୍ଟ ମନୁମେଣ୍ଟସ୍‌ ପ୍ରିଜରଭେଶନ୍‌ ଆକ୍ଟ (ଆମସାର) ପ୍ରଣୟନ କରାଯାଇଥିଲା। ଏଥିରେ ଐତିହ୍ୟସ୍ଥଳର ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ନିୟମଠାରୁ ଅଧିକ କଠୋର ନିୟମ ରହିଛି। ଏଥିରେ ଧାରା ୨୦ରେ ଖନନ ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ଅଧିକାରୀ ନିଯୁକ୍ତ କରିବା ଦରକାର। ସ୍ବୀକୃତ ପ୍ରାପ୍ତ ସଂସ୍ଥା କିମ୍ବା ଠିକାଦାରଙ୍କ ଅଭିଜ୍ଞତା ଅନୁଯାୟୀ, ଜିଲାପାଳଙ୍କ ଅନୁମତି ପରେ ଧାରା ୨୧ ଅନୁଯାୟୀ ଖନନ କାର୍ଯ୍ୟ ଆରମ୍ଭ କରିବାର ବ୍ୟବସ୍ଥା ରହିଛି। ଏଥିରେ ଧାରା ୧୦ ଅନୁଯାୟୀ ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ନେଇ ରାଜ୍ୟ ସରକାର ଆବଶ୍ୟକସ୍ଥଳେ ବାଧ୍ୟତାମୂଳକ ଭୂମି ଅଧିଗ୍ରହଣ କରିପାରିବେ। ସେହିଭଳି ଧାରା ୧୬ରେ ଐତିହ୍ୟସ୍ଥଳଗୁଡ଼ିକ ପ୍ରତି ହାନି ପହଞ୍ଚାଉଥିବା କିମ୍ବା ବିପଦ ସୃଷ୍ଟି କରୁଥିବା ଦୋଷୀଙ୍କ କ୍ଷେତ୍ରରେ ୭ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ମାତ୍ର ବିଡ଼ମ୍ବନାର ବିଷୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଐତିହ୍ୟସ୍ଥଳଗୁଡ଼ିକରେ ଖନନ କିମ୍ବା ନିର୍ମାଣ ସମୟରେ ଓ ଅବୈଧ ଘରୋଇ ନିର୍ମାଣ ଉପରେ ଅଙ୍କୁଶ ଲଗାଇବାକୁ ଆମସାର ଆକ୍ଟକୁ ରାଜ୍ୟ ସରକାର ପାଳନ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri