ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି: ଆଜି ରାତି ସାଢେ ୧୦ ସୁଦ୍ଧା ପହୁଡ଼, ୧ଟାରେ ଦ୍ୱାରଫିଟା

ପୁରୀ ଅଫିସ,୩୧ା୧୨: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ବାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ ସହର। ଏଥିପାଇଁ ହୋଟେଲ, ଲଜ୍‌, ରେସ୍ତୋରାଁ, ହଲିଡେ ହୋମ୍‌ଗୁଡିକରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ଜିରୋ ନାଇଟ୍‌ ସେଲିବ୍ରେଶନକୁ ସମସ୍ତଙ୍କ ଅପେକ୍ଷା। ୩୧ ତାରିଖ ରାତି ୧୨ଟାରେ ମନାଇବେ ଜିରୋ ନାଇଟ୍‌ ସେଲିବ୍ରେଶନ । ମଉଜ, ମସ୍ତିରେ ସ୍ବାଗତ କରିବେ ନୂଆବର୍ଷ ୨୦୨୦କୁ। ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ପ୍ରସ୍ତୁତି ହୋଇଯାଇଛି ଜିଲା ପ୍ରଶାସନ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ । ସହରର ବଡ଼ ବଡ଼ ହୋଟେଲଗୁଡ଼ିକ ସଜେଇ ହୋଇଗଲାଣି । ରଙ୍ଗିନ ଆଲୋକମାଳାରେ ଝଲସୁଛି ହୋଟେଲ ଓ ରେସ୍ତୋରାଁ । ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ କେତେକ ହୋଟେଲରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ବତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଛି । ୩୧ ତାରିଖ ରାତି ସାଢେ ୧୦ଟା ସୁଦ୍ଧା ଠାକୁରଙ୍କ ପହୁଡ଼ ହୋଇ ରାତି ୧ଟାରେ ଦ୍ୱାର ଫିଟାଯିବାକୁ ସ୍ଥିର କରାଯାଇଛି ।
ପବିତ୍ର ମହୋଦଧିରେ ସ୍ନାନ କରି ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହେଲାଣି । ମଙ୍ଗଳବାର ରାତି ୧୨ଟାରେ ଜିରୋ ନାଇଟ୍‌ ସେଲିବ୍ରେଶନ ପରେ ଭୋରୁ ସମୁଦ୍ରରେ ସ୍ନାନ କରିବେ ଏବଂ ନୂଆବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କରିବେ । ଏହାପରେ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କୁ ଦର୍ଶନ କରି ପରିବାର ମଙ୍ଗଳ କାମନା କରିବେ । ଏମିତି ଭାବନା ନେଇ ଛୁଟି ଆସିଛନ୍ତି ବହୁ ସଂଖ୍ୟାରେ ଭକ୍ତ। ତେଣୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ନିରାପଦ ସ୍ନାନ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ ସେଥିଲାଗି ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ମୋବାଇଲ ଓ ଜୋତା ଷ୍ଟାଣ୍ଡ, ପାନୀୟଜଳ, ଟଏଲେଟ୍‌ର ସୁବିଧା କରାଯାଇଛି । ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ୨୪ ଘଣ୍ଟିଆ ପୋଲିସ କର୍ମଚାରୀ ମୁତୟନ ରହିବେ । ମାର୍କେଟ ଛକରୁ ଆଗକୁ କୌଣସି ଗାଡି ଛାଡାଯିବ ନାହିଁ । ଏଠାରୁ ସ୍ବତନ୍ତ୍ର ଭାବେ ପାଦଚଲା କରିଡର କରାଯାଇଛି । ସେହିପରି ସିଂହଦ୍ୱାର ଦେଇ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବେ। ଦର୍ଶନ କରିସାରିବା ପରେ ଅନ୍ୟ ତିନିଦ୍ୱାର ଦେଇ ବାହାରିବେ। ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭକ୍ତମାନେ ଯେପରି ମୋବାଇଲ ଫୋନ ନେଇ ଭିତରକୁ ଯିବେ ନାହିଁ ସେଥିପାଇଁ ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିତରେ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଭିଡ଼ ସମ୍ଭାବନା ଥିବାରୁ ୩୧ ତାରିଖ ରାତି ସାଢେ ୧୦ଟା ସୁଦ୍ଧା ପହୁଡ଼ ଏବଂ ରାତି ୧ଟାରେ ଦ୍ୱାର ଫିଟିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠାରେ ଲୋକଙ୍କୁ ମିଳିଲା ବିଶୁଦ୍ଧ ପାଣି

ବେଲଗୁଣ୍ଠା, ୪।୮ (କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ବିଗତ କିଛି…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ: ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ କୃଷକଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୪।୮(ଅରୁଣ ସାହୁ): କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଅଞ୍ଚଳରେ ଲଗାଣ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ପାଟଣା କଲେଜର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗନ୍ନାଥ ମହାନ୍ତ

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ରିଡର ଜଗନ୍ନାଥ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri