ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଏଲ୍‌ଇଡି ଚାଲୁନି

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିର ହୁଣ୍ଡି ଗଣତିରେ ସ୍ବଚ୍ଛତା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବେଢ଼ା ପରିସର ଶାଖା କାର୍ଯ୍ୟାଳୟ ବାହାରେ ଲଗାଯାଇଥିଲା ଏଲ୍‌ଇଡି। ଉଦ୍ଦେଶ୍ୟ ଥିଲା ଶ୍ରଦ୍ଧାଳୁମାନେ ବି ସିଧାସଳଖ ହୁଣ୍ଡି ଗଣତି ଦେଖିପାରିବେ। ଫଳରେ ବିଭିନ୍ନ ସମୟରେ ହୁଣ୍ଡି ଗଣତିକୁ ନେଇ ହେଉଥିବା ଅଭିଯୋଗ ଯେଭଳି ପୁନରାବୃତ୍ତି ହେବ ନାହିଁ। ମାତ୍ର ଗତ କିଛିଦିନ ହେବ ଏହି ଏଲ୍‌ଇଡି ଚାଲୁ ନାହିଁ। ଏହା ଖରାପ ହୋଇଯାଇଥିବା କୁହାଯାଉଥିବାବେଳେ ହୁଣ୍ଡି ଗଣତିରେ ସ୍ବଚ୍ଛତାକୁ ନେଇ ସନ୍ଦେହରେ ପଡ଼ିଛନ୍ତି ଶ୍ରଦ୍ଧାଳୁ। ୨୦୧୮ ଜାନୁୟାରୀ ୧୪ ତାରିଖ ସନ୍ଧ୍ୟାରେ ହୁଣ୍ଡି ଗଣତି ବେଳେ ଟଙ୍କା ଚୋରି ହୋଇଥିବା ନେଇ ୧୫ ତାରିଖରେ ଜଣେ ବରିଷ୍ଠ ସେବାୟତ ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ନଁ।ରେ ଆଣିଥିଲେ। ଏହା ଏକ ସଙ୍ଗିନ ଅଭିଯୋଗ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ଏହାର ତଦନ୍ତ କରାଯାଇଥିଲା। ଆଇଟି ଏକ୍‌ଜିକ୍ୟୁଟିଭ ସିସିଟିଭି ଫୁଟେଜ ଯାଞ୍ଚ କରି ଟଙ୍କା ଚୋରିର କୌଣସି ସତ୍ୟତା ନ ଥିବା ରିପୋର୍ଟ ଦେଇଥିଲେ। ସେହିଭଳି ଗଣତି ପାଇଁ ଯାଇଥିବା ଟିମ୍‌ ମୁଖ୍ୟ ଦେଇଥିବା ରିପୋର୍ଟରେ ଟଙ୍କା ଚୋରି ହୋଇ ନ ଥିବା ଦର୍ଶାଇଥିଲେ। ସେହିପରି ୨୦୧୬ ଡିସେମ୍ବର ୧୨ରେ ହୁଣ୍ଡି ଗଣତି ବେଳେ ୪ ହଜାର ଟଙ୍କା ଚୋରି ହୋଇଥିଲା। ତାହା ଶ୍ରୀମନ୍ଦିର ପ୍ରଶାସନର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନେଇଥିବା ଜଣାପଡ଼ିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଫଳରେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି ହେଉଥିବା ଭକ୍ତଙ୍କ ମନରେ ଏକପ୍ରକାର ଧାରଣା ସୃଷ୍ଟି କରିଥିଲା। ଶ୍ରଦ୍ଧାଳୁଙ୍କ ମନରେ ସୃଷ୍ଟି ହେଉଥିବା ଏଭଳି ଧାରଣାକୁ ହଟାଇବା ଲାଗି ମନ୍ଦିର ପ୍ରଶାସନ ପଦକ୍ଷେପ ନେଇଥିଲା। ୨୦୧୮ ଜାନୁୟାରୀ ୧୮ରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ବାହାରେ ଏକ ବଡ଼ ଏଲ୍‌ଇଡି ଲଗାଯାଇଥିଲା। ଏଥିସହିତ ହୁଣ୍ଡି ଗଣତିସ୍ଥଳରେ ଅଧିକ ୪ଟି ସିସିଟିଭି କ୍ୟାମେରା ମଧ୍ୟ ଲଗାଗଲା। ସେବେଠାରୁ ଭିତରେ ହୁଣ୍ଡି ଗଣତି ଚାଲିଥିବାବେଳେ ବାହାରେ ଭକ୍ତମାନେ ସିଧାସଳଖ ଏହା ଦେଖିପାରୁଥିଲେ। ଏପରି କି ମହାପ୍ରଭୁଙ୍କ ହୁଣ୍ଡିରେ କ’ଣ କ’ଣ ଦାନ ଦିଆଯାଇଛି ତାହା ମଧ୍ୟ ଜାଣିପାରୁଥିଲେ। ଏଥିସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା, ସୁନା ଓ ରୁପା ବାହାରୁଛି ତାହା ସର୍ବସମ୍ମୁଖରେ ଅବଗତ କରାଯାଉଛି। କିନ୍ତୁ ହୁଣ୍ଡି ଗଣତି ପାଇଁ ଲଗାଯାଇଥିବା ଏଲ୍‌ଇଡି ଏବେ ଚାଲୁ ନ ଥିବାରୁ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କୁହନ୍ତି, ହୁଣ୍ଡି ଗଣତିସ୍ଥଳରେ ଅଧିକ ସଂଖ୍ୟାରେ ସିସିଟିଭି ଲଗାଯାଇଛି। ପ୍ରତିଦିନ ଗଣତିର ରେକର୍ଡିଂ ମଧ୍ୟ ହେଉଛି। ଭକ୍ତଙ୍କ ପାଇଁ ଶାଖା କାର୍ଯ୍ୟାଳୟ ବାହାରେ ଲଗାଯାଇଥିବା ଏଲ୍‌ଇଡି ଅଳ୍ପ କିଛିଦିନ ହେବ ଖରାପ ହୋଇଯାଇଛି। ଏହାକୁ ଖୁବଶୀଘ୍ର ସଜଡ଼ା ଯିବ ବୋଲି ପୂଜାପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେନି ପୋଲିସ ବାବୁ, ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର,୧୦।୪: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ,୧୦।୪: ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri