ଶ୍ରୀକ୍ଷେତ୍ରରେ ୬ହଜାର ହବିଷିଆଳିଙ୍କ ସମାଗମ

ପୁରୀ ଅଫିସ, ୧୫ା୧୦: ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଏହି ପୂଣ୍ୟ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପୁରୀରେ ରହି କାର୍ତ୍ତିକ ବ୍ରତ ପାଳିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ହବିଷିଆଳିମାନେ ପହଞ୍ଚତ୍ଛନ୍ତି। ଏଠାରେ ୬ହଜାରରୁ ଊର୍ଦ୍ଧ୍ୱ ବ୍ରତଧାରୀଙ୍କ ସମାଗମ ହୋଇଛି। ସୋମବାର ପ୍ରତ୍ୟୁଷରୁ ହବିଷିଆଳିମାନେ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ ସାରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ସଂକଳ୍ପ କରି ବ୍ରତ ଆରମ୍ଭ କରିବା ସହ ତୁଳସୀ ଚଉରା ମୂଳେ ରାଇଦାମୋଦରଙ୍କ ପୂଜା କରିଛନ୍ତି। ତେବେ ପ୍ରଥମ ଦିନରେ ଶ୍ୱେତଗଙ୍ଗାରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରିଥିବା ବେଳେ ସେ ଜଣେ ହବିଷିଆଳି ବୋଲି କୁହାଯାଉଛି। ତାଙ୍କ ପରିଚୟ ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳିଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ୩ ହଜାର ହବିଷିଆଳିଙ୍କ ଲାଗି ୩ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୨,୬୦୦ ହବିଷିଆଳିଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ୨,୪୦୦ ଜଣ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ପୌର କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣସ୍ଥିତ ସ୍ଥାୟୀ ହବିଷିଆଳି କେନ୍ଦ୍ରରେ ରହିଛନ୍ତି। ଏହାବ୍ୟତୀତ ବ୍ୟକ୍ତିଗତ ଭାବେ ବହୁ ହବିଷିଆଳି ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମଶାଳାରେ ରହି କାର୍ତ୍ତିକ ବ୍ରତ ପାଳୁଛନ୍ତି। ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଆଶ୍ରୟସ୍ଥଳୀରେ ହବିଷିଆଳିଙ୍କ ରହିବା, ଖାଇବା, ସ୍ବାସ୍ଥ୍ୟସେବା ସାଙ୍ଗକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ହବିଷିଆଳିଙ୍କୁ ସକାଳେ ଚା ଦିଆଯାଉଛି। ସୁରକ୍ଷିତ ସ୍ନାନ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଲାଇଫ୍‌ଗାର୍ଡ ଓ ଅଗ୍ନିଶମ କର୍ମଚାରୀ ମୁତୟନ ରହିଥିବାବେଳେ ଶ୍ରୀମନ୍ଦିରକୁ ଯିବା ପାଇଁ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରୁ ଗାଡ଼ି ବ୍ୟବସ୍ଥା ହୋଇଛି। ସେହିପରି ଆଶ୍ରୟସ୍ଥଳୀ ପରିସରରେ ତୁଳସୀ ଚଉରା ଏବଂ ଆକାଶ ଦୀପ ସାଙ୍ଗକୁ ସନ୍ଧ୍ୟାରେ ଭାଗବତ, ପୁରାଣ ଓ ପ୍ରବଚନ କାର୍ଯ୍ୟକ୍ରମ ରଖାଯାଇଛି।
ପୁରାଣ ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସ ସବୁଠୁ ପୂଣ୍ୟ ମାସ। ଏହି ମାସରେ କାର୍ତ୍ତିକ ବ୍ରତ ପାଳନ ଦ୍ୱାରା ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଦେବାଳୟ, ନଦୀ କୂଳ, ତୁଳସୀ ବୃକ୍ଷ ମୂଳେ ଓ ଘରେ ନିୟମିତ ଦୀପ ଜାଳିଲେ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏହି ମାସରେ ପ୍ରାତଃ ସ୍ନାନକୁ ଅତ୍ୟନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ। ଏହାଦ୍ୱାରା ସୁଖ, ସମୃଦ୍ଧି, ଆୟୁ, ଶକ୍ତି ବୃଦ୍ଧି ପାଇଥାଏ। ବିଶେଷକରି ମହିଳାମାନେ ଅଧିକ ସଂଖ୍ୟାରେ ଏହି ବ୍ରତ ପାଳନ କରିଥାନ୍ତି। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼ ଜମିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri