Posted inରାଜ୍ୟ

ଶ୍ରାବଣରେ ମୁଣ୍ଡଫଟା ଖରା, ମରୁଡି ଆଶଙ୍କା

ଖଣ୍ଡପଡା,୨୪ା୭(ସ୍ବ.ପ୍ର.): ଗତ କିଛିଦିନ ହେବ ନୟାଗଡ଼ ଜିଲାରେ ବର୍ଷା ଉଭାନ ହୋଇଯାଇଛି। ଏହାକୁ ନେଇ ଚାଷୀଙ୍କ ମନରେ ହତାଶ ଭାବ ସୃଷ୍ଟି ହୋଇଛି ା ମୌସୁମୀ ଦୁର୍ବଳ ଅବସ୍ଥାରେ ଥିବାରୁ ଟାଇଁ ଟାଇଁ ଖରାରେ ଧାନ ବିଲ ଏବେ ଶୁଖିଲା ପଡିଛି ା ବିଶେଷକରି ଶ୍ରାବଣ ମାସରେ ଅନବରତ ବର୍ଷା ଲାଗିରହିବା ପରିବର୍ତ୍ତେ ମୁଣ୍ଡଫଟା ଖରା ଚାଷୀଙ୍କ ଆଶାକୁ ଆଶଙ୍କାରେ ପରିଣତ କରିଦେଇଛି ା ଖଣ୍ଡପଡ଼ା ଅଞ୍ଚଳରେ ଏଭଳି ପରିସ୍ଥିତି ନେଇ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ ଏ ଅଞ୍ଚଳର ସମୁଦାୟ ଜନସଂଖ୍ୟାର ତିନି ଚତୁର୍ଥାଂଶ କୃଷି ଜୀବୀ ଓ ଶ୍ରମ ଜୀବୀ। ଦୀର୍ଘଦିନ ଧରି ଆବଶ୍ୟକ ପରିମାଣର ବର୍ଷା ନ ହେବା ଯୋଗୁ ଅନେକ ସ୍ଥାନରେ ଧାନ ଗଛ ତଳି ମୁଣ୍ଡି ମରିଯାଇଛି। ଜଳ ଅଭାବରେ ବେଉଷଣ ହୋଇପାରୁନାହିଁ। ଏ ଅଞ୍ଚଳର ମୁଖ୍ୟ ଧାନ ଫସଲ ବେଉଷଣ ଅଭାବରୁ ଉଜୁଡ଼ିଯିବାକୁ ବସିଲାଣି। ଧାନ ଜମିଗୁଡ଼ିକରେ ଅନାବନା ଗଛ ମାଡ଼ିଗଲାଣି। ଚାଷୀମାନେ ବର୍ଷାକୁ ଅନାଇ ଜମିକୁ ଯାଉନାହାନ୍ତି। କୂଅ, ପୋଖରୀ, ନଦୀ, ନାଳ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକରେ ଜଳସ୍ତର ବହୁ ତଳେ ରହିଛି। ଏ ଅଞ୍ଚଳରେ ଜଳସେଚିତ ଜମିର ପରିମାଣ କମ୍‌। ଗତ କିଛିଦିନ ଧରି ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଧାନ ବିଲରେ ଗୋରୁ ଚରୁଛନ୍ତି। ଏହି ପରିସ୍ଥିତି ଯଦି ଆଉ କିଛିଦିନ ଲାଗିରହେ ତେବେ ଅବସ୍ଥା ଅଣାୟତ୍ତ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ବିଶେଷ କରି ସିଧାମୂଳା ଓ ଅନ୍ୟ କେତେକ ପଞ୍ଚାୟତର ଢିପ ସ୍ଥାନରେ ଥିବା ଧାନଜମି ଆବଶ୍ୟକ ବର୍ଷା ଅଭାବରୁ ଧାନ ଗଛ ମରିବାକୁ ବସିଲାଣି। ବିଗତ ବର୍ଷ ସିଧାମୂଳା ଅଞ୍ଚଳରେ ଗଜା ମରୁଡି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଦନ୍ତ ନ କରି ଭଲ ଧାନ ଫସଲ ହୋଇଛି ବୋଲି ରିପୋର୍ଟ ପ୍ରଦାନ କରିଥିବାରୁ ଚାଷୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଥିବା ସିଧାମୂଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ରଣା ଓ ଅନେକ ଚାଷୀ ଅଭିଯୋଗ କରିଛନ୍ତି ା ଏହାଛଡା ଅଞ୍ଚଳର ଧାନ ଜମି ଏବେ ପାଣି ବିନା ଫାଟିବାକୁ ବସିଲାଣି ଓ ଜମିରେ ଗୋରୁ ଚରୁଥିବା ସେମାନେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ: ମାନିବାକୁ ସରକାର ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଜନ୍ତର ମନ୍ତରରେ ଅନଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ୨୩ ଜୁଲାଇରେ ତାଙ୍କର…

ହୋଇଯାନ୍ତୁ ସତର୍କ…ଅନଶନ ଭାଙ୍ଗିବା ପରେ କାହିଁକି ଏମିତି ଅପିଲ୍‌ କଲେ ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୨୪।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୬ ଦିନ ଧରି ପେପର ଲିକ ପ୍ରସଙ୍ଗରେ ଅନଶନରେ ବସିଥିଲେ। କିନ୍ତୁ ଏବେ ଏହାକୁ ସମାପ୍ତ କରିଛନ୍ତି। ଗୁରୁବାର…

ଏହି ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌: ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ୱର,୨୪।୭(ତ୍ରିନାଥ ମହାନ୍ତି):ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ।…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି…

ଅନଶନ ଭାଙ୍ଗିବା ପରେ ଏମିତି କହିଦେଲେ ସୋନମ ଓ୍ବାଙ୍ଗଚୁକ୍‌: ମୁଁ ଖୁବ୍‌ଶୀଘ୍ର…

ନୂଆଦିଲ୍ଲୀ,୨୪।୭:ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ପାଇବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri