Posted inରାଜ୍ୟ

ରଣପୁର ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର:୨୪ ବଦଳରେ ଖୋଲା ରହୁଛି ୬ଘଣ୍ଟା

ରଣପୁର,୨୪ା୭ (ସ୍ବ.ପ୍ର.): ସରକାର ରୋଗୀ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରଚଳନ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ଏହି ସେବାରୁ ଲୋକେ ବଞ୍ଚତ୍ତ ହେଉଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ରୋଗୀ ପାଇଁ ସରକାର ନିରାମୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ରୋଗୀମାନେ ମାଗଣାରେ ଔଷଧ ନେଇପାରିବେ। ଡାକ୍ତରଖାନା ଭିତରେ ଏହି ସେବା ୨୪ଘଣ୍ଟା ଚାଲୁ ରହିବ ବୋଲି ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। କିନ୍ତୁ ରଣପୁର ଡାକ୍ତରଖାନାରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଏହି ଯୋଜନାରେ ଖୋଲିଥିବା ଔଷଧ ବିତରଣ କେନ୍ଦ୍ର ସକାଳେ ୪ଘଣ୍ଟା ଓ ଅପରାହ୍ନରେ ୨ଘଣ୍ଟା କାର୍ଯ୍ୟ କରୁଛି ା ଆଉ ୧୮ ଘଣ୍ଟା କାଉଣ୍ଟର ବନ୍ଦ ରହୁଛି ା ଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ମାଗଣାରେ ଔଷଧ ନ ପାଇ ବାହାର ଦୋକାନରୁ କିଣି ଖର୍ଚ୍ଚାନ୍ତ ହେଉଛନ୍ତି।
ରଣପୁର ସରକାରୀ ଡାକ୍ତରଖାନା ୧୯୫୭ ମସିହାରେ ପ୍ରତିଷ୍ଠା କରାଯାଇଛି ା ଏହା ଉପରେ ନୟାଗଡ ଜିଲାର ବିଭିନ୍ନ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲାର କିଛି ଗ୍ରାମର ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ପ୍ରତ୍ୟହ ୩ଶହରୁ ଊର୍ଦ୍ଧ୍ୱ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଏପରିସ୍ଥଳେ ହାତ ଗଣତି ଡାକ୍ତରଙ୍କୁ ଛାଡିଦେଲେ କୌଣସି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ପାଳି କରି ଡାକ୍ତରମାନେ ରୋଗୀସେବା କରିଥାନ୍ତି। ନିରାମୟ ଯୋଜନାରେ ଔଷଧ ବଣ୍ଟନ କରିବା ପାଇଁ ଏଠାରେ ୨ଜଣ କମ୍ପାଉଣ୍ଡର ନିଯୁକ୍ତି ହୋଇଛନ୍ତି। ଉକ୍ତ ଯୋଜନା ଅନୁସାରେ ଔଷଧ ବିତରଣ କେନ୍ଦ୍ର ଦିନ ରାତି ୨୪ଘଣ୍ଟା ଖୋଲା ରଖିବା କଥା। ମାତ୍ର ସକାଳେ ୮ଟାରୁ ୧୨ଟା ଓ ଅପରାହ୍ନରେ ୪ଟାରୁ ୬ଟା ପର୍ଯ୍ୟନ୍ତ ଔଷଧ ପ୍ରଦାନ କରାଯାଉଛି ା ଆଉ ୧୮ଘଣ୍ଟା ଔଷଧ କେନ୍ଦ୍ର ବନ୍ଦ ରହୁଛି। ସରକାର ବାର୍ଷିକ ୬ଶହରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ କରି ୫୭୦ ପ୍ରକାର ଔଷଧ ଉପଲବ୍ଧ କରିଛନ୍ତି। ହେଲେ ଏହି ସେବାରୁ ରୋଗୀମାନେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ରଣପୁର ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଡାକ୍ତର ବୈଦ୍ୟନାଥ ନନ୍ଦଙ୍କୁ ପଚାରିବାରୁ ସେ କହିଥିଲେ, ନିରାମୟ କେନ୍ଦ୍ରକୁ ୨୪ଘଣ୍ଟା ଖୋଲି କମ୍ପାଉଣ୍ଡର ମେଡିସିନ ବିତରଣ କରିବା କଥା। କିନ୍ତୁ ଷ୍ଟାଫ୍‌ ଅଭାବରୁ ଏହାକୁ ୬ଘଣ୍ଟା ଖୋଲାଯାଇ ରୋଗୀଙ୍କୁ ଔଷଧ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?