ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ ପରେ ଜଣଙ୍କୁ ରାଜ୍ୟ ସରକାର ନୋଟିସ ଜାରି କରିବାରେ ଲାଗିଛନ୍ତି। ଏହି ଘଟଣାରେ କ୍ୟାପିଟାଲ ଥାନାରେ ଗୃହ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସେହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ପୂର୍ବତନ ଆଇଏଏସ୍‌ ଅଫିସରଙ୍କୁ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କ୍ୟାପିଟାଲ ଥାନା ପୋଲିସ ନୋଟିସ ଦେଇସାରିଲାଣି। ଉକ୍ତ ଘଟଣାରେ ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ର ନାଥ ବେହେରାଙ୍କୁ ଗୁରୁବାର ନୋଟିସ ଦିଆଯାଇଛି। ଆସନ୍ତା ୨୬ ତାରିଖ ପୂର୍ବାହ୍ନ ୧୧ଟା ସମୟରେ କ୍ୟାପିଟାଲ ଥାନାରେ ପହଞ୍ଚି ଜୋନ୍‌-୧ ଏସିପିଙ୍କୁ ଭେଟିବାକୁ ତାଙ୍କୁ ତଦନ୍ତକାରୀ ଅଧିକାରୀ ବିପିନ ବିହାରୀ ହୋତାଙ୍କ ଦସ୍ତଖତରେ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ସମ୍ପର୍କିତ କୌଣସି ଡକ୍ୟୁମେଣ୍ଟ, ରେକର୍ଡ, ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ କିମ୍ବା ଅନ୍ୟ କୌଣସି ବିଷୟ ସହ ଜଡ଼ିତ ତଥ୍ୟ ପ୍ରମାଣ ଥିଲେ ସାଙ୍ଗରେ ଆଣି ଆସିବାକୁ କୁହାଯାଇଛି। ୨୮ ନଭେମ୍ବର ୨୦୧୫ରୁ ୧୬ ଜାନୁଆରୀ ୨୦୧୭ ପର୍ଯ୍ୟନ୍ତ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ସେ କାର୍ଯ୍ୟ କରୁଥିଲେ। ସୂଚନାଯୋଗ୍ୟ, ଏହି ସମୟ ଭିତରେ ଏ.ଏସ୍‌. ନାଇଡୁ କନ୍ଧମାଳ ଦଙ୍ଗା ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ତଦନ୍ତକରି ୧୫୦୦ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତକରି ସରକାରଙ୍କୁ ପ୍ରଦାନ କରିଥିଲେ। ସେହି ଫାଇଲ ସେସମୟରେ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲା। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେହି ସମୟରେ ଫାଇଲ୍‌ ରିସିଭ କରିଥିଲେ, ସେମାନଙ୍କୁ ଏବେ ତଦନ୍ତ ପରିସରଭୁକ୍ତ କରାଯାଉଛି। ସେହିପରି ପୂର୍ବତନ ଆଇଏଏସ୍‌ ଅଫିସର ରାଜେଶ ବର୍ମାଙ୍କୁ ଉକ୍ତ ଘଟଣାରେ ୨୨ ତାରିଖ ପୂର୍ବାହ୍ନ ୧୧ ସୁଦ୍ଧା କ୍ୟାପିଟାଲ ଥାନାରେ ହାଜରହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ତାହା ମାନିନାହାନ୍ତି। ନିର୍ଦ୍ଧାରିତ ସମୟ ଭିତରେ ସେ ନ ଆସିବା ପରେ ଗୁରୁବାର ପୁନର୍ବାର ତାଙ୍କୁ ଆସନ୍ତା ୩୦ ତାରିଖ ପୂର୍ବାହ୍ନ ୧୧ ସୁଦ୍ଧା ଜୋନ୍‌-୧ ଏସିପିଙ୍କ ନିକଟରେ ହାଜରହେବାକୁ ଦ୍ୱିତୀୟ ଥର ପାଇଁ ନୋଟିସ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ବୁଧବାର ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ. ପାଣ୍ଡିଆନ୍‌ଙ୍କୁ ୨୫ ତାରିଖରେ ଥାନାରେ ହାଜରହେବା ପାଇଁ ନୋଟିସ ଦିଆଯାଇଥିଲା। ଏହି ଘଟଣାରେ ହାଜର ହେବା ଲାଗି ନୋଟିସ ପାଇଥିବା ପୂର୍ବତନ ଆଇଏଏସ୍‌ ଅଫିସର ମନୋଜ ମିଶ୍ର ଗତ ୧୮ ତାରିଖରେ ଥାନାକୁ ଯାଇ ତଦନ୍ତରେ ସହଯୋଗ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri