ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲା ସମେତ ଶୁକ୍ରବାର ପୁରୀରେ ଝଡ଼ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେଣୁ ରଥଯାତ୍ରା ଭଳି ବାହୁଡ଼ା ଯାତ୍ରା ମଧ୍ୟ ବର୍ଷାରେ ଭିଜିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଜିଲାକୁ ଝଡ଼ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri