ଶୋଇବା ଘରେ ୩୦ରୁ ଊର୍ଦ୍ଧ୍ୱ ବିରଳ ପ୍ରଜାତିର ସାପ, ୨ଟି ଉଦ୍ଧାର

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଘଟଗାଁ ବ୍ଲକ କାଶିବେଡ଼ା ମୁଣ୍ଡା ସାହିର ଧୃବ ମୁଣ୍ଡା ଓରଫ (ପୋଟଳ)ଙ୍କ ରହିବା ଘରୁ ଶୁକ୍ରବାର ୩୦ରୁ ଊର୍ଦ୍ଧ ବିରଳ ପ୍ରଜାତିର ବିଷଧର ସାପ ରହିଥିବା ଘର ଲୋକେ ଦେଖିଥିଲେ । ସକାଳୁ ଘର ଝାଡ଼ୁ କରିବା ସମୟରେ ଘର ଭିତରେ ସାପ ରହିଥିବା ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ବନ ବିଭାଗ ହରିଚନ୍ଦନପୁର ଚକ୍ରଧରପୁର ଗ୍ରାମର ସାପ ଧରାଳି ପ୍ରହ୍ଲାଦ ନାୟକଙ୍କ ସହ ଧୃବଙ୍କ ଘରେ ପହଞ୍ଚି ୨ଟି ବିରଳ ପ୍ରଜାତିର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିବା ଜଣାପଡିଛି । ତେବେ ବନ ବିଭାଗ ବିଳମ୍ବରେ ପହଞ୍ଚିବା କାରଣରୁ ଅନ୍ୟ ସମସ୍ତ ସାପ ଘରୁ ବାହାରି କୌଣସି ଗାତ ଭିତରକୁ ପଳାଇ ଯାଇଥିବାବେଳେ ଏବେ ଧୃବଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri