Posted inଜାତୀୟ

ଶୀତରେ ଥରୁଛି ଉତ୍ତର ଭାରତ: ହିମାଚଳରେ ବିଯୁକ୍ତ ୧୩ ଡିଗ୍ରୀ

ନୂଆଦିଲ୍ଲୀ/ଶିମ୍‌ଲା,୧୯।୧୨(ପି.ଟି.): ପ୍ରବଳ ଶୀତଳ ଲହରିରେ ସମଗ୍ର ଉତ୍ତର ଭାରତ ଥରୁଛି। ହିମାଚଳପ୍ରଦେଶର ମନାଲି, ସୁନ୍ଦରନଗର, ଭୁନ୍ତର ଏବଂ କଳ୍ପାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍‌ସିୟସ ତଳେ ରହିଥିବାବେଳେ କେଲଙ୍ଗରେ ତାପମାତ୍ରା ବିଯୁକ୍ତ ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୨/୩ ଦିନ ସେଠାରେ ପ୍ରବଳ ବର୍ଷା ସହ ତୁଷାରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କଳ୍ପା ଓ କିନ୍ନାଉର ଜିଲାରେ ତାପମାତ୍ରା ବିଯୁକ୍ତ ୪.୬ ଥିବାବେଳେ କୁଲ୍ଲୁରେ ବିଯୁକ୍ତ ୨.୮ ଡିଗ୍ରୀ, ମଣ୍ଡି ଜିଲାର ସୁନ୍ଦରନଗରରେ ବିଯୁକ୍ତ ୦.୫ ଡିଗ୍ରୀ ରହିଥିବା ଜଣାପଡିଛି। ବୁଧବାର ଜମ୍ମୁ ତାପମାତ୍ରା ମଧ୍ୟ ୪.୮ ଡିଗ୍ରୀ ରହିଥିବାବେଳେ ଶ୍ରୀନଗରରେ ବିଯୁକ୍ତ ୩.୭ ଡିଗ୍ରୀକୁ ଖସିଆସିଛି। ଉତ୍ତର କଶ୍ମୀରର ଗୁଲ୍‌ମାର୍ଗରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୧.୫ ଡିଗ୍ରୀ ରହିଥିବାବେଳେ ପହଲଗାମରେ ବିଯୁକ୍ତ ୧୦.୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଲଦାଖର ଲେହରେ ତାପମାତ୍ରା ବିଯୁକ୍ତ ୧୭.୯ ଡିଗ୍ରୀରେ ପହଞ୍ଚିଲାଣି। ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲ୍‌ସିୟସକୁ ଖସିଆସିଛି, ଯାହା କି ଚଳିତ ଶୀତଋତୁରେ ସର୍ବନିମ୍ନ। ମେଘୁଆ ପାଗ ସାଙ୍ଗକୁ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ପବନ ବହିବାରୁ ତାପମାତ୍ରାରେ ହ୍ରାସ ଘଟିଛି। ଏହା ବ୍ୟତୀତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ରେ ମଧ୍ୟ ପ୍ରବଳ ଥଣ୍ଡା ସାଙ୍ଗକୁ ଘନକୁହୁଡି ଅନୁଭୂତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri