ଶୀତ ଆମ ମିତ

ଡା. ବାସୁଦେବ ପ୍ରଧାନ

ଆମ ଦେଶରେ ବାର ମାସରେ ଛଅ ଋତୁ ଦେଖିବାକୁ ମିଳେ। ଜଳବାୟୁର ପରିବର୍ତ୍ତନ କାରଣରୁ ଋତୁମାନେ ନିଜ ନିଜର ଚରିତ୍ର ବଦଳେଇଲେଣି। ତେଣୁ ଅଦିନରେ ବର୍ଷା, ଅତି ବର୍ଷା, ଘଡ଼ଘଡ଼ି ବହୁଳ ଭାବରେ ଦେଖିବାକୁ ମିଳୁଛି। ଖରାର ମାତ୍ରା ଯେତିକି ରହିବା କଥା ତା’ଠାରୁ ଅଧିକ ଅନୁଭୂତ ହେଉଛି। ଶରତ, ଶୀତ, ହେମନ୍ତ ଓ ବସନ୍ତ ଅଳ୍ପ ସମୟ ପାଇଁ ଆସୁଛନ୍ତି। ତେବେ ଋତୁଚକ୍ରରେ ହେମନ୍ତ ପରେ ଏବେ ଧରାକୁ ଆସିଛି ଶୀତ। ସୁନ୍ଦର ଋତୁଟିଏ ଶୀତ। ଫୁଲ, ଫଳ, ପନିପରିବା ଓ ଧାନ ଅମଳର ଋତୁ ଇଏ। କୃଷକର ଅମାର ଭରିଯାଏ। ବର୍ଷକ ପାଇଁ ଖାଦ୍ୟ ସଞ୍ଚୟ କରି ରଖେ। ବଳକା ବିକି କରଜ ଶୁଝେ। ଆଉ ଅଧିକ କିଛି ବଳିଲେ ପୁଅଝିଅଙ୍କ ପାଇଁ ସଞ୍ଚୟ କରି ରଖେ। କୃଷକ ପାଇଁ ଆନନ୍ଦର ଋତୁ ହେଉଛି ଶୀତ। କ୍ଷେତ, ଖଳା, ଅମାର ସବୁ ସୁନ୍ଦର ଦିଶେ। ଶୀତ ଲୁଗା ଖୋଜାଯାଏ। ଆଗ ପରି ଶୀତ ଆଉ ନାହିଁ। ସେକାଳ ଶୀତକୁ ସାମ୍ନା କରାଯାଉଥିଲା ହେଂସ, କତରାରେ। ଗାଁର ଲୋକ ଏହାକୁ କହନ୍ତି ବିଲକମ୍ବଳ। ପାଳ ଜାଳିବା, ସା ହେଲେ ଉହ୍ମେଇ ପାଖରେ ବସିବାର ଛବି ଆଜି ନାହିଁ। ଲୋକମାନଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ଏବେ କମ୍ବଳ ଭଳିକି ଭଳି, ସ୍ବେଟର ଭଳିକି ଭଳି ଗାଁଗଣ୍ଡାରେ ବି ଦେଖିବାକୁ ମିଳିଲାଣି। ବିଲକମ୍ବଳରେ ଆଉ କି ପ୍ରୟୋଜନ? ଖରାକୁ ପିଠି କରି ପଖାଳ ଖାଇବାର ଛବି ଦେଖିବାକୁ ମିଳୁନି ଗାଁରେ। ଦେହମୁଣ୍ଡ ଆଉ ନୁଖୁରା ଦିଶୁନି। ଶୀତକୁ ଡରି ଘଣ୍ଟା ଘଣ୍ଟା ବିତୁନି ପୋଖରୀ ତୁଠରେ। ଚଳଣିରେ ଆସିଚି ବହୁତ ପରିବର୍ତ୍ତନ। ଆଧୁନିକତା ବସା ବାନ୍ଧିଲାଣି ଗାଁଗଣ୍ଡାରେ। ଆଉ ଚାଳଘର ନାହିଁ କି ନିଆଁ ଲାଗିଯିବାର ଭୟ ବି ନାହିଁ। କାଁଭାଁ ଏସବୁ ଦେଖିବାକୁ ମିଳୁଛି। ଗାଁ ଲୋକ ନିଘୋଡ଼ ନିଦରେ ଶୋଇଥିବା ବେଳେ କଳେଇକଣ୍ଡାର ସୁରକ୍ଷା ପାଇଁ ପହରା ଦିଆଯାଉଥିଲା। ଏବେ କ୍ଷେତରେ ଶସ୍ୟ ଅମଳ ହେଲାଣି। ହଜିଗଲାଣି ପଘା, ଡାଉଣି, ଉଖୁଣି। ମେରିଖୁଣ୍ଟି, ମେରିବଳଦ, ଲାଞ୍ଜିବଳଦ କହିଲେ ଆଜିର ପିଲାଏ ବୁଝିପାରିବେନି। ଏସବୁ ଶବ୍ଦଗୁଡିକୁ ଅଭିଧାନରେ ଖୋଜିବାକୁ ପଡ଼ିବ। ଆମ ରାଜ୍ୟରେ ଶୀତର ରୂପରଙ୍ଗ ସବୁଠାରୁ ନିଆରା। ଏଠି ଚାରିଆଡ଼େ କାକର ପଡ଼େ, ବରଫ ପଡ଼େ ଦାରିଙ୍ଗବାଡ଼ିରେ। ପର୍ଯ୍ୟଟକଙ୍କ ଭିଡ଼ ଜମେ। କଶ୍ମୀର, ଡେରାଡୁନର ଭ୍ରମ ସୃଷ୍ଟି ହୁଏ। ତପ୍ତପାଣି, ଅଟ୍ରି ଉଷୁମପାଣିରେ ଗାଧୋଇବାକୁ ଲୋକମାନଙ୍କର ଭିଡ ଜମେ। ଆମ ଚଳଣି ଜଗନ୍ନାଥଙ୍କ ଚଳଣି। ଶୀତ ଆସିଲେ କେବଳ ଜଗନ୍ନାଥ ନୁହନ୍ତି, ଓଢ଼ଣ ଷଷ୍ଠୀରୁ ବସନ୍ତ ପଞ୍ଚମୀ ଯାଏ ସମସ୍ତେ ଶୀତଲୁଗା ପିନ୍ଧନ୍ତି। ରାତି ବଡ଼, ଦିନ ଛୋଟ କାରଣରୁ ଠାକୁରମାନଙ୍କୁ ସକାଳେ ପହିଲି ଭୋଗ ଦିଆଯାଏ। ସେହିପରି ଜଗନ୍ନାଥଙ୍କ ସଂସ୍କୃତିରେ ଆୟୁର୍ବେଦ ମତରେ ରାତି ଲମ୍ବା ହେତୁ ସକାଳେ ଖୁବ୍‌ଶୀଘ୍ର ଖାଦ୍ୟ ଗ୍ରହଣ କରିବା କଥା। ନଚେତ୍‌ ଶରୀର ଦୁର୍ବଳ ହୁଏ। ଏହି ଋତୁ ଏକ ବଳକାରକ ଋତୁ। ତେବେ ସକାଳେ ବିଳମ୍ବରେ ଖାଦ୍ୟ ଗ୍ରହଣ କଲେ ଶରୀରରେ ଧାତୁ ପାକ ହୋଇ ନିର୍ବଳ କରିଦିଏ। ତେଣୁ ଆମ ଚଳଣିରେ ମା’ମାନେ କ୍ଷୀରବଢ଼ାରେ ଚାଉଳ ମୁଗ ମିଶାଇ ପିଲାମାନଙ୍କ ପାଇଁ ମୁଗୁଲି, କେହି କେହି ଖେଚୁଡି ତିଆରି କରନ୍ତି। ଧନୁମୁଆଁ ଘରେ ଘରେ ପରିଚିତ। ଧନୁ ସଂକ୍ରାନ୍ତିରେ ଧନୁମୁଆଁ ଗାଁ ଠାକୁର, ଠାକୁରାଣୀ ଘରର ଈଷାଣକୁ ଦିଆଯାଏ। ଅତୀତର ଗୁଡମୁଆଁ ଏବେ ଚିନିମୁଆଁରେ ପରିବର୍ତ୍ତନ ହେଲାଣି। ଗୁଡ଼ ରକ୍ତ ବଢ଼ାଏ। ରକ୍ତ ଶୁଦ୍ଧି କରାଏ। ଚିନି ଖାଇବା ଭଲ ନୁହେଁ। ଲିଆ ସହଜରେ ଜୀର୍ଣ୍ଣ ହୁଏ ଏବଂ ଅମ୍ଳନାଶକ। ଅମ୍ଳପିତ୍ତ ରୋଗର ଶ୍ରେଷ୍ଠ ପଥି। ଅମ୍ଳପିତ୍ତରେ ଦେଖାଯାଉଥିବା ଦୁର୍ବଳତାକୁ ଗୁଡ଼ ପୂରଣ କରେ। ଯୁଆଣି ରୁଚି ବଢ଼ାଏ। ନଡିଆ ରସାୟନ ବା ବଳକାରକ ରୂପେ ଉପକାର କରେ। ସେହିପରି ଏଇ ଋତୁରେ ଅଗ୍ନିବଳ ଭଲ ରୁହେ। ତେଣୁ ତେଲ, କ୍ଷୀର, ଘିଅ ସମସ୍ତ ପ୍ର୍ରକାର ଗୁରୁପାକ ଖାଦ୍ୟ ସହଜରେ ଜୀର୍ଣ୍ଣ ହୋଇଥାଏ। ପୌଷ ଓ ମାଘ ମାସରେ ବହୁ ପର୍ବପର୍ବାଣି ଦେଖାଯାଏ। ପିଠାପଣା କରାଯାଏ। ବଣଭୋଜି ପାଇଁ ସମସ୍ତେ ମନ ବଳେଇଥାନ୍ତି।
ଏଇ ଋତୁରେ ରୋଗର ସଂଖ୍ୟା କମେ। ତେବେ କେତେକ ନିର୍ଦ୍ଦିଷ୍ଟ ରୋଗ ଦେଖାଯାଏ। ସେଗୁଡିକ ହେଲା ସମସ୍ତ ପ୍ରକାର ଚର୍ମ ରୋଗ, ମୁଣ୍ଡରେ ରୁପି, ଚର୍ମ ଶୁଷ୍କତା ଓ ସମସ୍ତ ପ୍ରକାର ଆଣ୍ଠୁଗଣ୍ଠି ବାତ। ଏସବୁର ସହଜ ସମାଧାନ ଆୟୁର୍ବେଦରେ ରହିଛି। ତେଣୁ ସମସ୍ତ ଆୟୁର୍ବେଦ ଚିକିତ୍ସା କେନ୍ଦ୍ରରେ ପରାମର୍ଶ ପାଇଁ ରୋଗୀଙ୍କ ସଂଖ୍ୟା ବଢୁଛି। ବିଶେଷକରି ୧୯୭୦ ମସିହାରୁ ଭୁବନେଶ୍ୱର ମାଉସୀମା’ ଛକ ନିକଟରେ ଥିବା ଆୟୁର୍ବେଦ ହସ୍ପିଟାଲରେ ଅଧିକ ସଂଖ୍ୟାରେ ରୋଗୀ ଦେଖିବାକୁ ମିଳୁଛନ୍ତି। ଏଠାରେ ଆଠଟି ସନ୍ଧିବାତ, ଆଠଟି ପଞ୍ଚକର୍ମ ଶଯ୍ୟା ସହିତ ୪୩ଟି ଶଯ୍ୟାର ବ୍ୟବସ୍ଥା ରହିଛି। ସେହିପରି ୪ଟି ସ୍ବତନ୍ତ୍ର କ୍ୟାବିନରେ ରୋଗୀମାନେ ରହି ପଞ୍ଚକର୍ମ ଚିକିତ୍ସା ନେଉଛନ୍ତି। ଆମେ ଯଦି ଆୟୁର୍ବେଦବର୍ଣ୍ଣିତ ଋତୁଚର୍ଯ୍ୟା ମାନି ଚଳିବା ଏହି ଋତୁଟି ବହୁତ ଆନନ୍ଦଦାୟକ ହେବ। ତେବେ ବାଳକ, ବୃଦ୍ଧ, ଶ୍ୱାସ ଓ ବାତ ରୋଗୀଙ୍କ ପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିଥାଏ। ଏହି ଋତୁକୁ ଆମେ ନିରାପଦରେ ଉପଭୋଗ କରିବାର କେତୋଟି ସୂତ୍ର ରହିଛି। ସେଗୁଡିକ ହେଲା ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିବା, ବ୍ୟାୟାମ କରିବା। ଦେହରେ ତେଲ ମାଲିସ କରିବା, ଉଷୁମ ଜଳରେ ଗାଧୋଇବା, ଉଷୁମ ପାଣି ପିଇବା ଓ ଉଷୁମ ଖାଦ୍ୟ ଖାଇବା। ଶରୀର ବଳଶାଳୀ ହେବା ପାଇଁ ଏହି ଋତୁରେ ଚ୍ୟବନପ୍ରାସ, ଅଶ୍ୱଗନ୍ଧା ରସାୟନ, ଦ୍ରାକ୍ଷାରିଷ୍ଟ ଓ ମୃତସଂଜୀବନୀ ସୁରା ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ୟବହାର କରିବା ଉଚିତ। ଏସବୁ ତ ଦେହପା’ ନୀରୋଗ ରହିବାର ସୂତ୍ର। ମନକୁ ପ୍ରସନ୍ନ ରଖିବା ପାଇଁ ନିଶ୍ଚୟ ବୁଲିଯିବା ଚିଲିକା, ଭଳିକି ଭଳି ଦେଶୀ ବିଦେଶୀ ପକ୍ଷୀ ଦେଖିବା। ଜଳଯାତ୍ରା କରିବା। ମା’ କାଳିଜାଈ, ବିରଜାଈ, ସିଦ୍ଧାମ୍ବରୀ, ନାରାୟଣୀ, ଭଗବତୀ, ବରବରା ଜଙ୍ଗଲ, ମାମୁଭଣଜା, ଘଣ୍ଟଶିଳା, ସୋଲରୀ, ଭାଲେରୀ ଦୀପ, ବାଉରୀପାହାଡ଼, ଚଢେଇହଗା ସହିତ ସମସ୍ତ ପୂର୍ବଘାଟ ପର୍ବତମାଳାର ଶୋଭା ଦେଖି ବିମୋହିତ ହେବା। ଶୀତରେ ଆମ ରାଜ୍ୟ ଓଡ଼ିଶା କେତେ ସୁନ୍ଦର କହିଲେ! ହଁ, ମକର ସଂକ୍ରାନ୍ତିରେ ମକର ଚାଉଳ ଖାଇ ମକର ବସିବା। ମିତ୍ରତା ବଢ଼ାଇବା। ଶୀତ ପରା ଆମ ମିତ୍ରତାର ବାର୍ତ୍ତା ଦିଏ।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri