Posted inଫୁରସତ

ଶିଶୁ ଶ୍ରମିକଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି ଭାନୁଜା

ଉତ୍ତର ପ୍ରଦେଶ ବନାରସର କିଛି ଯୁବଗୋଷ୍ଠୀ ଉଠାଇଛନ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଇଟାଭାଟିରେ କାର୍ଯ୍ୟରତ ଶ୍ରମିକଙ୍କ ଶିଶୁଙ୍କୁ ଶିକ୍ଷିତ କରିବାକୁ ଚଳାଇଛନ୍ତି ପ୍ରୟାସ। ଏଠାରେ ତିଆରି ହୋଇଛି ଏକ ପାଠଶାଳା। ଯେଉଁଠାରେ ପ୍ରତିଦିନ ଶ୍ରମିକଙ୍କ ପିଲାଙ୍କୁ ପ୍ରାୟ ୧୦୦ଜଣ ଯୁବକ ପାଠ ପଢ଼ାଇବାର ଗୁରୁଦାୟିତ୍ୱ ବହନ କରିଛନ୍ତି। ପ୍ରତିଦିନ ସନ୍ଧ୍ୟା ହେଲେ ତିନିଚାରି ଘଣ୍ଟା ଏଠାରେ ପାଠ ପଢ଼ାଯାଏ। ଶିକ୍ଷାର ମାନ ଏବଂ ମୂଲ୍ୟକୁ ବୁଝିବା ଏମାନଙ୍କ ପକ୍ଷେ କଷ୍ଟକର। କାରଣ ଦିନକୁ ଦି’ଓଳି ଖାଇବାକୁ ମିଳୁ ନ ଥିବା ବେଳେ ପିଲାଙ୍କୁ ଶିକ୍ଷିତ କରିବା ସ୍ବପ୍ନ ଏମାନଙ୍କ ଛାତିତଳେ ଚାପି ହୋଇ ରହିଯାଉଥିଲା। କିନ୍ତୁ ପିତାମାତାଙ୍କର ଏ ସ୍ବପ୍ନକୁ ପୂରା କରିବାକୁ ପ୍ରଥମେ ‘ମାନବ ସଂସାଧନ ଏବଂ ମହିଳା ବିକାଶ ସଂଗଠନ’ର ମୁଖ୍ୟ ପ୍ରଫେସର୍‌ ରାଜାରାମ ଶାସ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଆଜି ତାଙ୍କ ପ୍ରୟାସକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରୁଛନ୍ତି ଡ. ଭାନୁଜା ଶରଣ ଲାଲ। ସେ କିଛି ଯୁବକଙ୍କ ସହାୟତାରେ ପିଲାଙ୍କୁ ପ୍ରଥମେ ସାମାନ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି। ପରେ ସରକାରୀ ସ୍କୁଲ୍‌ରେ ସ୍ବତନ୍ତ୍ର ଅନୁମତି ମାଧ୍ୟମରେ ନାମ ଲେଖାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ଦୁଇ ହଜାର ପିଲାଙ୍କୁ ଶିକ୍ଷିତ କରିବାରେ ସଫଳ ହୋଇଛି ସଂଗଠନ। ପିଲାଙ୍କୁ ପୁସ୍ତକ, ଖାତା ସାଙ୍ଗକୁ ସମସ୍ତ ପଢ଼ା ସାମଗ୍ରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଏ। ର୍ବମାନ ବନାରସର ପ୍ରାୟ ୨୪ଟି ସ୍ଥାନରେ ଏହି ପାଠଶାଳା ଚାଲୁଛି। ଦେଶର ପ୍ରତିଟି ପିଲାଙ୍କୁ ଶିକ୍ଷାର ଅଧିକାର ପ୍ରାପ୍ତ ହେବା କଥା। କିନ୍ତୁ ଆର୍ଥିକ ଅନଟନ ଏବଂ ଦାରିଦ୍ର୍ୟ ହେତୁ ସେମାନେ ଏହି ଅଧିକାରରୁ ବଞ୍ଚିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri