ଶିଳ୍ପ ଜଗତ ଚାହୁଁଛି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ,୯-୮: ଦେଶରେ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଛି। ନିବେଶ ଧାରାକୁ ପ୍ରୋତ୍ସାହିତ କରିଲେ ଏହା ଔଦ୍ୟୋଗିକ ଅଭିବୃଦ୍ଧି ସହ ଅର୍ଥନୈତିକ ଧାରାକୁ ତ୍ୱରାନ୍ବିତ କରିବ ବୋଲି ଦେଶର ଶିଳ୍ପ ଜଗତ ଆଶା ପ୍ରକଟ କରିଛି। ବିକାଶ ଧାରାକୁ ପୁନର୍ଜୀବିତ କରିବା ଲାଗି ସରକାର ୧ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଆଣନ୍ତୁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭେଟି ଶିଳ୍ପ ଜଗତ ଏଭଳି ଦାବି କରିଛି। ଅଭିବୃଦ୍ଧିକୁ ଫେରାଇ ଆଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ଶିଳ୍ପ ଜଗତ ପକ୍ଷରୁ ସୂଚନା ରହିଛି। କେଉଁ ଭଳି ପଦକ୍ଷେପ ନେଲେ ଅଭିବୃଦ୍ଧି ଧାରା ଫେରିବ ସେ ଉପରେ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ଆସୋଚାମ ସଭାପତି ବି.କେ. ଗୋଏଙ୍କା କହିଛନ୍ତି। ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ନଜରରେ ରଖି ସରକାର ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶା ରହିଥିବା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି। ଅର୍ଥମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇଛୁ। ଅଟୋମୋବାଇଲ, ଏନ୍‌ବିଏଫ୍‌ସି ଏବଂ ଷ୍ଟିଲ ଭଳି ଅନ୍ୟ କ୍ଷେତ୍ରଗୁଡିକ ଲାଗି ପଦକ୍ଷେପ ଗ୍ରହଣ କରାଯିବା ନେଇ ବେଶ୍‌ ଆଶାବାଦୀ ଥିବା ଜିନ୍ଦଲ କହିଛନ୍ତି।
ବ୍ୟାଙ୍କଗୁଡିକ ଶିଳ୍ପ କ୍ଷେତ୍ରକୁ ଠିକ ଭାବେ ଋଣ ପ୍ରଦାନ କରୁ ନ ଥିବା ପ୍ରସଙ୍ଗ ବୈଠକରେ ସ୍ଥାନିତ ହୋଇଥିଲା। ବ୍ୟାଙ୍କଗୁଡିକ ଋଣ ପ୍ରଦାନ ଲାଗି ଇଚ୍ଛା ପ୍ରକଟ କରୁ ନ ଥିବା ପିରାମଲ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଅଜୟ ପିରାମଲ କହିଛନ୍ତି। ସେହିଭଳି ଏନ୍‌ବିଏଫ୍‌ସି କ୍ଷେତ୍ର ପ୍ରଭାବିତ ହେବା ଯୋଗୁ ଏହା ଏମ୍‌ଏସ୍‌ଏମ୍‌ଇ, ଗୃହ ଋଣ, ଅଟୋ ଭଳି କ୍ଷେତ୍ରକୁ ପ୍ରଭାବିତ କରିଥିବା ସେ କହିଛନ୍ତି। ସେହିଭଳି ଅଟୋ ଉଦ୍ୟୋଗର ମାନ୍ଦାବସ୍ଥା ବର୍ତ୍ତମାନ ଇସ୍ପାତ ଶିଳ୍ପ ଉପରେ ପ୍ରଭାବ ପକାଉଥିବାରୁ ଶିଳ୍ପ ଜଗତକୁ ଏକ ପୁନରୁଦ୍ଧାର ପ୍ୟାକେଜ ଲୋଡାଥିବା ଟାଟା ଷ୍ଟିଲ ଏମ୍‌ଡି ତଥା ସିଆଇଆଇ ଉପସଭାପତି ଟି.ଭି. ନରେନ୍ଦ୍ରନ କହିଛନ୍ତି। ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଠିକ୍‌ ଭାବେ ରେପୋ ହାର ହ୍ରାସର ଫାଇଦା ଦେଉନାହାନ୍ତି। ଏହା ଚିନ୍ତାର ବିଷୟ ବୋଲି ଫିକି ସଭାପତି ସନ୍ଦିପ ସୋମାନି କହିଛନ୍ତି। ଏହାକୁ ବ୍ୟାଙ୍କଗୁଡିକ ଧ୍ୟାନ ଦେଲେ ଏହା ଶିଳ୍ପ ଲାଗି ଲାଭକାରୀ ସାବ୍ୟସ୍ତ ହେବ ବୋଲି ସେ ମତ ରଖିଛନ୍ତି। ଅର୍ଥନୀତିର ଅନ୍ୟ ଦିଗ ଉପରେ ବୈଠକରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri