ଶିକ୍ଷାରେ ଏଆଇ

ଦ୍ୱିତୀଚନ୍ଦ୍ର ସାହୁ

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ଚମକେଇ ଦେଲା ଭଳି କହିଲା – ‘ବାପା! ମୋର ବିଦ୍ୟାଳୟର ପ୍ରୋଜେକ୍ଟ ଶେଷ କରିଦେଇଛି। କିନ୍ତୁ ଟିକେ ତୁମେ ଦେଖିଲା ପରେ ତା’ କାମ ଶେଷ କରିବି।’ ମୁଁ କିଛି କ୍ଷଣ ଚକିତ ହେଲି।
ଏକଥା ନୁହେଁ ଯେ କିଶୋର ବୟସର ପିଲା ନିଜ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପକୁ ନିଜେ କରିପାରିବନି। ତା’ର ଦକ୍ଷତା ଓ ବୁଦ୍ଧିମତ୍ତା ଉପରେ ମୋର ସନ୍ଦେହ ନାହିଁ। ଖାଲି ଏତିକି ଦ୍ୱିଧା ରହିଲା ଯେ ବିଦ୍ୟାଳୟରେ ପ୍ରକଳ୍ପ ଦେଉ ଦେଉ ସେ ଆସି ବ୍ୟସ୍ତ କରିବ ପ୍ରକଳ୍ପ ସମ୍ପର୍କିତ ଆଇଡିଆ ନେବା ପାଇଁ। ବ୍ୟସ୍ତ କରିଦେବ କିଭଳି ତାକୁ ପ୍ରସ୍ତୁତ କରିବ। ସେ ସମ୍ପର୍କରେ ସ୍ଥୂଳ ଧାରଣା ଦେଇଦେଲେ ତେଣିକି ସେ ନିଜ ବାଗରେ ପ୍ରକଳ୍ପ ପ୍ରସ୍ତୁତ କରିବ। ପରେ ତାକୁ ଗୋଟି ଗୋଟି କରି ଦେଖାଇବ। ସବୁ ଠିକ୍‌ଠାକ୍‌ ପରେ ପ୍ରକଳ୍ପ ପ୍ରସ୍ତୁତି ଚୂଡ଼ାନ୍ତ କରିବ। ଏଥର ତା’ର ବ୍ୟବହାରିକ ପରିବର୍ତ୍ତନରେ ମୁଁ ଯେତିକି ଖୁସି ସେତିକି ଚିନ୍ତିତ ହେଲି। ସାମାନ୍ୟ ନୀରବ ରହିବା ପରେ ସେ ନିଜ ଆଡୁ କହିଲା – ‘ଆଶ୍ଚର୍ଯ୍ୟ ହେଉଛ କି ମୁଁ କେମିତି ତୁମକୁ ନ ପଚାରି ଏତେ ସବୁ କରିଦେଲି? କଥା କ’ଣ କି ଚାର୍ଟ ଜପିଟିି ସହାୟତାରେ ମୁଁ ଏତିକି କାମ କରିଦେଲି।’ ମୁଁ ଟିକେ ଆହୁରି ମନନଶୀଳ ହେଲି। କେମିତି ସବୁ କଲା ପ୍ରଥମେ ତା’ଠାରୁ ଡେମୋ ଦେଖିବାକୁ ଚାହିଁଲି। ସେ କମ୍ପ୍ୟୁଟର ଖୋଲି ମୋତେ ଦେଖାଇଲା।
ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଚାର୍ଟ ଜିପିଟି କିଭଳି ସବୁ ତଥ୍ୟ ପ୍ରଦାନ କରୁଛି ତାକୁ ପରଖିଲି। ପୁଅ ଆମର ଖୁସି ହେଉଥିଲା। ମୁଁ ସାମାନ୍ୟ ଦୁଃଖୀ ହେଲି। ଭାବିଲି ବ୍ୟକ୍ତିଗତ ବୁଦ୍ଧିମତ୍ତାକୁ ଏବେ କୃତ୍ରିମ ବୁଦ୍ଧିମତ୍ତା ଗିଳି ଦେଇଛି। ପରେ ପ୍ରକଳ୍ପ ପରଖିବା ସହ ଆବଶ୍ୟକ ସଂଶୋଧନ ଲାଗି କହିଲି। ସେ ଖୁସି ହୋଇଗଲା। ପିଲାଙ୍କ ପାଇଁ ଗୁଗଲ ଆଉ ଗୁରୁ ହୋଇ ରହିନାହିଁ। ତା’ର ସ୍ଥାନ ଅଧିକାର କରିଛି ଚାର୍ଟ ଜିପିଟି। ଏଆଇ ବୈଷୟିକ ପାରଦର୍ଶିତାର ଚାର୍ଟ ଜିଟିପି ଗୋଟେ ଅଂଶ। ଏଆଇକୁ ନେଇ ସବୁ ସ୍ତରରେ ବହୁ ଚର୍ଚ୍ଚା। ଏମିତିକି ଜାତୀୟ ଶିକ୍ଷା ନୀତି-୨୦୨୦ରେ ଏଆଇ ଶୈକ୍ଷିକ ମୂଲ୍ୟାୟନକୁ ନେଇ ଗୋଟେ ଦିଗ ଉନ୍ମୁକ୍ତ ରଖାଯାଇଛି। ଏଥିରେ କୌଣସି ଦ୍ୱିଧା ନାହିଁ ପିଲାଙ୍କ ସ୍ଥିତି ଓ ପ୍ରଗତିକୁ ନେଇ ମୂଲ୍ୟାଙ୍କନ ଫଳାଫଳ ଖୁବ୍‌ ସୁନ୍ଦର ଭାବେ ପ୍ରତିଫଳିତ ହେବ। ଶିକ୍ଷାର୍ଥୀ, ଛାତ୍ରୀଛାତ୍ର, ଅଭିଭାବକ ସର୍ବୋପରି ଶିକ୍ଷା ବିଭାଗ ବି ଫଳାଫଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ଲାଗି ସହଜ ହେବ। କିନ୍ତୁ ଆମ ଦେଶ କିମ୍ବା ରାଜ୍ୟର ବିଦ୍ୟାଳୟର ଯେଉଁ ଭିତ୍ତିଭୂମି ରହିଛି ସେଥିରେ ଏଆଇ ମୂଲ୍ୟାୟନ ଫଳାଫଳ ଓ ପରବର୍ତ୍ତୀ ସୁଧାରକ୍ରମ ପଦକ୍ଷେପ କେତେ ପରିମାଣରେ ସହାୟକ ହେବ ତାହା ଏବେ ବି ପ୍ରଶ୍ନବାଚୀ।
ଏଆଇ ଶିକ୍ଷା କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି କରିଛି ଅବଶ୍ୟ। ପିଲାଙ୍କ ଟିକିନିଖି ମୂଲ୍ୟାୟନ ସହ ଆବଶ୍ୟକ ଅନୁରୂପ ଶିକ୍ଷା ପ୍ରଦାନରେ କେବଳ ମାର୍ଗଦର୍ଶକ ହେବନି,ବରଂ ସେ ନିଜେ ବ୍ୟକ୍ତିଗତ ଶିକ୍ଷକ ଭାବେ ଆବଶ୍ୟକ ଶୈକ୍ଷିକ ସହାୟତା ଦେଇପାରିବ ମଧ୍ୟ। ବିବିଧତାଭରା ଶିକ୍ଷଣ ତଥ୍ୟ ପ୍ରଦାନରେ ଏଆଇ ନିଜର ପାରଦର୍ଶିତା ପ୍ରତିପାଦିତ କରିଚାଲିଛି ଏଯାବତ। ଆଗକୁ ଆହୁରି ବିପ୍ଳବ ସୃଷ୍ଟି ହେବ। ସହରାଞ୍ଚଳର ପିଲାମାନଙ୍କ ପାଇଁ ଏଆଇ ଅନ୍ୟତମ ଅବ୍ୟର୍ଥ ଅସ୍ତ୍ର ହୋଇପାରିବ। କିନ୍ତୁ ଗ୍ରାମାଞ୍ଚଳରେ ଅଧ୍ୟୟନରତ ପିଲାଙ୍କ ପାଇଁ ଏଇ ନୂଆ ବୈଷୟିକ ଆବିଷ୍କାର ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ୨୦୦୯ରୁ ଦେଶବ୍ୟାପୀ ଶିକ୍ଷା ଅଧିକାର ଆଇନ ଲାଗୁ ହେଲା। ମାତ୍ର ୩ବର୍ଷ ଭିତରେ ବିଦ୍ୟାଳୟର ଆନୁଷଙ୍ଗିକ ଭିତ୍ତିଭୂମି ସଜାଡ଼ିବା ସହ ଶିକ୍ଷକ ଓ ଛାତ୍ର ଅନୁପାତରେ ସୁଧାର ଆଣିବା ଲାଗି ସମସ୍ତ ରାଜ୍ୟ କାର୍ଯ୍ୟ କରିବାକୁ ସୁଯୋଗ ଦିଆଗଲା। କରୋନା କାଳକୁ ବାଦ୍‌ ଦେଲେ ଏକ ଦଶନ୍ଧି ବିତିଗଲା ଅଥଚ ସବୁ ବିଦ୍ୟାଳୟକୁ ବିଦ୍ୟାଳୟ ପରି ଗଢ଼ିବା ସମ୍ଭବ ହୋଇପାରି ନାହିଁ। ଆମ ରାଜ୍ୟ ତଥା ଦେଶର ସବୁ ପ୍ରାନ୍ତରକୁ ଏବେ ବି ବିଜୁଳି ଓ ନେଟଓ୍ବର୍କ ଅପହଞ୍ଚ। ଜୀବନଜୀବିକା ନେଇ ବୃହତ୍ତର ଭାଗ ଅଭିଭାବକ ଚିନ୍ତାରେ ଦହଗଞ୍ଜ। ଏଭଳି କ୍ଷେତ୍ରରେ ଶିକ୍ଷାରେ ଏଆଇ ବୈଷୟିକ ସହାୟତା ତଥାପି ପ୍ରଶ୍ନବାଚୀ ସୃଷ୍ଟି କରୁଛି ଆମ ସମସ୍ତଙ୍କ ନିକଟରେ। ଅନ୍ୟ ଏକ ଦିଗ ହେଲା ଆମ ବିଦ୍ୟାଳୟରେ କର୍ମରତ ଶିକ୍ଷକ ଏବଂ ଶିକ୍ଷାରେ ଜଡ଼ିତ କର୍ମଚାରୀବୃନ୍ଦଙ୍କ ମଧ୍ୟରୁ ବଡ଼ ଗୋଷ୍ଠୀ ବୈଷୟିକ ଜ୍ଞାନରେ ବହୁ ପଛରେ। ଏଇ କାରଣରୁ ଶିକ୍ଷା ଓ ଶିକ୍ଷାର୍ଥୀ ସମ୍ପର୍କିତ ତଥ୍ୟ ପରିଚାଳନାରେ ଅନେକ ସମସ୍ୟା ଉପୁଜୁଛି। ଅଭିଭାବକ, ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷା ପ୍ରଶାସକ ସମସ୍ତେ ଏଆଇ ବୈଷୟିକ ଜ୍ଞାନରେ ପାରଦର୍ଶିତା ଲାଭ କରିବାକୁ ଯଥେଷ୍ଟ ସମୟ ଆବଶ୍ୟକ। ଏସବୁ ବାଦ୍‌ ଜଣେ ଶିକ୍ଷାର୍ଥୀ ପାଇଁ ତା’ ଆଗରେ ସବୁଠାରୁ ବଡ଼ ପ୍ରେରଣା ହେଉଛି ତା’ର ଶିକ୍ଷକ, ଅଭିଭାବକ ଓ ପରିବେଶ। ତା’ ସମ୍ମୁଖରେ ଥିବା ଶିକ୍ଷକର ଛବି ପ୍ରତିମୁହୂର୍ତ୍ତରେ ଜଳଜଳ ହୋଇ ଦିଶୁଥାଏ। ସେଇ ଶିକ୍ଷକ ବଦଳରେ ଏଆଇକୁ ଗ୍ରହଣ କରିବା ଭାରତୀୟ ବ୍ୟବସ୍ଥାରେ ଜଣେ ଶିକ୍ଷାର୍ଥୀ ପାଇଁ ଏତେ ସହଜ ନୁହେଁ।
ଶିକ୍ଷକର ବିକଳ୍ପ ବୋଲି ଯାହା ବହୁଳ ଭାବରେ ଆଲୋଚନା ହେଉଛି ସେଥିରେ ସତ୍ୟତା ନାହିଁ ବୋଲି ମୁଁ ବିଚାର କରେ। ଶୈକ୍ଷିକ ପ୍ରଗତି ଲାଗି ସମସ୍ତ ବିକଳ୍ପ ଓ ବିବିଧ ତଥ୍ୟ ପ୍ରଦାନ ସତ୍ତ୍ୱେ ଶିକ୍ଷକର ସ୍ଥାନ ଶିକ୍ଷାର୍ଥୀ ପାଇଁ ସେମିତି ସ୍ବତନ୍ତ୍ର ରହିବ। କିନ୍ତୁ ଶିକ୍ଷକମାନଙ୍କ ପାଇଁ ଚାଲେଞ୍ଜ ବଢ଼ିବ। ଏଆଇ ବୈଷୟିକ ଆଧାରରେ ବିଦ୍ୟାଳୟରେ ଅଧ୍ୟୟନରତ ପିଲାଟି ଯେ କୌଣସି ସମୟରେ ପ୍ରଶ୍ନଟି ପଚାରିବାର ଅବକାଶ ରହିବ। ବିଦ୍ୟାଳୟ ସମୟ ପରେ ବି ପିଲାଙ୍କ ପ୍ରଗତିକୁ ନିରୀକ୍ଷଣ କରିବା ପ୍ରାଧାନ୍ୟ ରହିବ ଶିକ୍ଷକଙ୍କ ଉପରେ। ପଚାରିଥିବା ପ୍ରଶ୍ନଟିର ଉତ୍ତରକୁ ତୁରନ୍ତ ପ୍ରଦାନ କରିବାକୁ ପଡ଼ିବ ବୈଷୟିକ ପଦ୍ଧତିରେ। ନଚେତ ଶିକ୍ଷକମାନଙ୍କ ବ୍ୟକ୍ତିଗତ ପାରଦର୍ଶିତା ଏଆଇ ମୂଲ୍ୟାୟନ ବେଳେ ଅବଶ୍ୟ ଆଗକୁ ଆସିବ। ବିଦ୍ୟାଳୟ କାମ ପରେ ଶିକ୍ଷକମାନଙ୍କ ବ୍ୟକ୍ତିଗତ କାର୍ଯ୍ୟସୂଚୀକୁ ପ୍ରଭାବିତ କରିବ ନିଶ୍ଚିତ। ହୁଏତ ଆପଣଙ୍କ ପାରଦର୍ଶିତା ମୁତାବକ ବାର୍ଷିକ ଆର୍ଥିକ ଅଭିବୃଦ୍ଧିରୁ ଆପଣ ବଞ୍ଚିତ ହୋଇପାରନ୍ତି। ଏମିତିକି ମୋ ପୁଅ ଭଳି ଶିକ୍ଷକ ଓ ଅଭିଭାବକଙ୍କୁ ଏଆଇକୁ ନେଇ ଚମକପ୍ରଦ ଶିକ୍ଷାର୍ଥୀଙ୍କ ସାମ୍ନା କରିବାକୁ ପଡ଼ିବ ଆଗକୁ। ଏଆଇ ପିଲାଙ୍କ ବୁଦ୍ଧିମତ୍ତା ଓ ସୃଜନଶୀଳତାର ଅପମୃତ୍ୟୁ କରେଇବ ଯେତିକି ଶିକ୍ଷାର୍ଥୀକୁ ସ୍ବୟଂସମ୍ପୂର୍ଣ୍ଣ ରୂପେ ଗଢ଼ିତୋଳିବା ସହ ଶିକ୍ଷା କ୍ଷେତ୍ରକୁ ପରିପୁଷ୍ଟ ଓ ରୁଦ୍ଧିମନ୍ତ କରିବ ସେତିକି।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ -୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri