ଶିକାରୀଙ୍କ କବ୍‌ଜାରେ ଶିମିଳିପାଳ

ବାରିପଦା ଅଫିସ,୨୪ା୧:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ଶିକାରୀଙ୍କ କବ୍‌ଜାରେ। ଏଠାରେ ପ୍ରତିଦିନ ବନ୍ୟପ୍ରାଣୀ ଶିକାର କରାଯାଉଛି। ବନବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରୁନାହାନ୍ତି ବନ୍ୟପ୍ରାଣୀ। ୫ଦିନ ତଳେ ଏକ କଲରାପତରିଆ ବାଘର ଚମଡ଼ା ଉଦ୍ଧାର ହେବା ପରେ ପୁଣି ଏକ ଦନ୍ତା ଶିକାରକୁ ନେଇ ବିଭାଗର ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ଉଠିଛି। ରବିବାର ଦନ୍ତାର ଗଳିତ ମୃତଦେହ ଓ ସୋମବାର ଏକ ଚିତା ପ୍ରଜାତିର ଜଙ୍ଗଲି ବିଲେଇ ଛୁଆ ମରିପଡ଼ିବା ଘଟଣା ପ୍ରାଣୀପ୍ରେମୀମାନଙ୍କୁ ହତୋତ୍ସାହିତ କରିଛି। ବନ୍ୟପ୍ରାଣୀ ସୁରକ୍ଷାରେ ବନବିଭାଗ ବିଫଳ ହେଉଥିବାରୁ ଅଭୟାରଣ୍ୟ ପ୍ରାଣୀଶୂନ୍ୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ମାସକ ପୂର୍ବେ ଉଦଳା ରେଞ୍ଜ ଅଞ୍ଚଳରୁ ଏସ୍‌ଟିଏଫ୍‌ ଏକ ମହାବଳ ବାଘ ଚମଡ଼ା ଜବତ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଖୁଣ୍ଟା ଥାନା ପୋଲିସ ଗତ ବୁଧବାର ଏକ କଲରାପତରିଆ ବାଘର ଚମଡ଼ା ଜବତ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି ଜେନାବିଲ ରେଞ୍ଜ ଗୋରାଣ୍ଡି ବିଟ୍‌ ହାଉସ୍‌ ଅଞ୍ଚଳରେ ଏକ ଦନ୍ତା ଶିକାର ପରେ ବିଭାଗୀୟ ଅଧିକାରୀମାନେ ଦୋଷ ଲୁଚାଇବାକୁ ତାହାର ମୃତଦେହ ପୋଡ଼ିଦେଇ ଦେହାବଶେଷକୁ ନିକଟସ୍ଥ ନଦୀରେ ଭସାଇ ଦେଇଥିଲେ। ଏ ସଂକ୍ରାନ୍ତରେ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ସମସ୍ତ ଘଟଣା ଲୋକଲୋଚନକୁ ଆସିଥିଲା। ମାତ୍ର ବିଭାଗୀୟ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ଦୋଷୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହି ଘଟଣାକୁ ଉଚ୍ଚ ନ୍ୟାୟାଳୟ ଭର୍ତ୍ସନା କରିବା ପରେ ସମ୍ପୃକ୍ତ ୩ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେହିପରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତାଳବନ୍ଧ ରେଞ୍ଜ ବାଙ୍କଡିହୀ ଅଞ୍ଚଳରୁ ରବିବାର ଏକ ଦନ୍ତାହାତୀର ଗଳିତ ମୃତଦେହକୁ ବନ ବିଭାଗ ଜବତ କରିଥିଲା। ଦନ୍ତାର ବୟସ ପାଖାପାଖି ୪୦ବର୍ଷ ହୋଇଥିବା ବେଳେ ମଣଦା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ନିୟମାନୁଯାୟୀ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ପଠାଯାଇଛି। ହାତୀର ପାଟି, ମୁହଁ ଓ ମୁଣ୍ଡ ଠିକ ଥିବା ବେଳେ ଶିକାରୀମାନେ ଏହାର ଦାନ୍ତକୁ ଉପାଡ଼ି ନେଇଥିବା ବିଭାଗୀୟ ଅଧିକାରୀ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ତେବେ ହାତୀର ଦାନ୍ତକୁ ଉପାଡ଼ି ନେବା ସମ୍ଭବ ନୁହେଁ ବୋଲି ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ଶିକାରୀମାନେ ହାତୀର ଦାନ୍ତକୁ କାଟି ନେଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ତଦନ୍ତକୁ ସାଧାରଣରେ ନାପସନ୍ଦ କରାଯାଇଛି। ତେବେ ମୂଲ୍ୟବାନ ଦାନ୍ତକୁ ଜବତ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ସହିତ ଡଗ୍‌ ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଛି ବୋଲି ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି। ଶିମିଳିପାଳରେ ପ୍ରତିଦିନ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା କିପରି ଚାଲିଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଏପରି ଭାବେ ବନ୍ୟଜନ୍ତୁ ଶିକାର କରାଗଲେ ଆଗାମୀ ଦିନରେ ଅଭୟାରଣ୍ୟରେ ପଥର କିମ୍ବା ସିମେଣ୍ଟରେ ପ୍ରସ୍ତୁତ ଜୀବଜନ୍ତୁ ଶୋଭା ପାଇବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri