ଶିକାରୀଙ୍କ କବ୍‌ଜାରେ ଶିମିଳିପାଳ

ବାରିପଦା ଅଫିସ,୨୪ା୧:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ଶିକାରୀଙ୍କ କବ୍‌ଜାରେ। ଏଠାରେ ପ୍ରତିଦିନ ବନ୍ୟପ୍ରାଣୀ ଶିକାର କରାଯାଉଛି। ବନବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରୁନାହାନ୍ତି ବନ୍ୟପ୍ରାଣୀ। ୫ଦିନ ତଳେ ଏକ କଲରାପତରିଆ ବାଘର ଚମଡ଼ା ଉଦ୍ଧାର ହେବା ପରେ ପୁଣି ଏକ ଦନ୍ତା ଶିକାରକୁ ନେଇ ବିଭାଗର ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ଉଠିଛି। ରବିବାର ଦନ୍ତାର ଗଳିତ ମୃତଦେହ ଓ ସୋମବାର ଏକ ଚିତା ପ୍ରଜାତିର ଜଙ୍ଗଲି ବିଲେଇ ଛୁଆ ମରିପଡ଼ିବା ଘଟଣା ପ୍ରାଣୀପ୍ରେମୀମାନଙ୍କୁ ହତୋତ୍ସାହିତ କରିଛି। ବନ୍ୟପ୍ରାଣୀ ସୁରକ୍ଷାରେ ବନବିଭାଗ ବିଫଳ ହେଉଥିବାରୁ ଅଭୟାରଣ୍ୟ ପ୍ରାଣୀଶୂନ୍ୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ମାସକ ପୂର୍ବେ ଉଦଳା ରେଞ୍ଜ ଅଞ୍ଚଳରୁ ଏସ୍‌ଟିଏଫ୍‌ ଏକ ମହାବଳ ବାଘ ଚମଡ଼ା ଜବତ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଖୁଣ୍ଟା ଥାନା ପୋଲିସ ଗତ ବୁଧବାର ଏକ କଲରାପତରିଆ ବାଘର ଚମଡ଼ା ଜବତ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି ଜେନାବିଲ ରେଞ୍ଜ ଗୋରାଣ୍ଡି ବିଟ୍‌ ହାଉସ୍‌ ଅଞ୍ଚଳରେ ଏକ ଦନ୍ତା ଶିକାର ପରେ ବିଭାଗୀୟ ଅଧିକାରୀମାନେ ଦୋଷ ଲୁଚାଇବାକୁ ତାହାର ମୃତଦେହ ପୋଡ଼ିଦେଇ ଦେହାବଶେଷକୁ ନିକଟସ୍ଥ ନଦୀରେ ଭସାଇ ଦେଇଥିଲେ। ଏ ସଂକ୍ରାନ୍ତରେ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ସମସ୍ତ ଘଟଣା ଲୋକଲୋଚନକୁ ଆସିଥିଲା। ମାତ୍ର ବିଭାଗୀୟ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ଦୋଷୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହି ଘଟଣାକୁ ଉଚ୍ଚ ନ୍ୟାୟାଳୟ ଭର୍ତ୍ସନା କରିବା ପରେ ସମ୍ପୃକ୍ତ ୩ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେହିପରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତାଳବନ୍ଧ ରେଞ୍ଜ ବାଙ୍କଡିହୀ ଅଞ୍ଚଳରୁ ରବିବାର ଏକ ଦନ୍ତାହାତୀର ଗଳିତ ମୃତଦେହକୁ ବନ ବିଭାଗ ଜବତ କରିଥିଲା। ଦନ୍ତାର ବୟସ ପାଖାପାଖି ୪୦ବର୍ଷ ହୋଇଥିବା ବେଳେ ମଣଦା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ନିୟମାନୁଯାୟୀ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ପଠାଯାଇଛି। ହାତୀର ପାଟି, ମୁହଁ ଓ ମୁଣ୍ଡ ଠିକ ଥିବା ବେଳେ ଶିକାରୀମାନେ ଏହାର ଦାନ୍ତକୁ ଉପାଡ଼ି ନେଇଥିବା ବିଭାଗୀୟ ଅଧିକାରୀ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ତେବେ ହାତୀର ଦାନ୍ତକୁ ଉପାଡ଼ି ନେବା ସମ୍ଭବ ନୁହେଁ ବୋଲି ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ଶିକାରୀମାନେ ହାତୀର ଦାନ୍ତକୁ କାଟି ନେଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ତଦନ୍ତକୁ ସାଧାରଣରେ ନାପସନ୍ଦ କରାଯାଇଛି। ତେବେ ମୂଲ୍ୟବାନ ଦାନ୍ତକୁ ଜବତ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ସହିତ ଡଗ୍‌ ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଛି ବୋଲି ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି। ଶିମିଳିପାଳରେ ପ୍ରତିଦିନ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା କିପରି ଚାଲିଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଏପରି ଭାବେ ବନ୍ୟଜନ୍ତୁ ଶିକାର କରାଗଲେ ଆଗାମୀ ଦିନରେ ଅଭୟାରଣ୍ୟରେ ପଥର କିମ୍ବା ସିମେଣ୍ଟରେ ପ୍ରସ୍ତୁତ ଜୀବଜନ୍ତୁ ଶୋଭା ପାଇବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri