ମାସକରେ ୮,୧୦୦ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ,୨୪।୧: ଅନ୍ତଃରାଷ୍ଟ୍ରୀୟ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ‘ଆପଲ’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି କମ୍ପାନୀ ଗୋଟିଏ ମାସରେ ଭାରତରୁ ପ୍ରାୟ ଏକ ବିଲିୟନ ଡଲାର (୮,୧୦୦ କୋଟି ଟଙ୍କା) ମୂଲ୍ୟର ସ୍ମାର୍ଟଫୋନ୍‌ ବିଦେଶକୁ ରପ୍ତାନି କରିଛି। ବିଶେଷକରି ଆଇଫୋନ୍‌ ନିର୍ମାତା ଆପଲ ୨୦୨୨ ଡିସେମ୍ବରରେ ଏହି ବିରଳ ଉପଲବ୍ଧି ହାସଲ କରିଥିବା ଆପଲ ପକ୍ଷରୁ କୁହାଯାଇଛି। ସେହିଭଳି ଭାରତର ସ୍ମାର୍ଟଫୋନ୍‌ ଉଦ୍ୟୋଗଗୁଡିକ ୨୦୨୨ ଡିସେମ୍ବରରେ ପ୍ରାୟ ୧୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋବାଇଲ ଫୋନ ରପ୍ତାନି କରିଛି, ବର୍ତ୍ତମାନ ଆପଲ ଏବଂ ସାମସଙ୍ଗ ଭାରତରୁ ବିଦେଶକୁ ମୋବାଇଲ ଫୋନ୍‌ ରପ୍ତାନି କରିବାରେ ପ୍ରମୁଖ କମ୍ପାନୀ ଭାବେ ଉଭା ହୋଇଛନ୍ତି। ଏପରିକି ସରକାରୀ ସୂଚନା ଅନୁସାରେ ୨୦୨୨ ନଭେମ୍ବରରେ ଆପଲ ପ୍ରମୁଖ ମୋବାଇଲ ଫୋନ୍‌ ରପ୍ତାନି ଭାବେ ସାମ୍‌ସଙ୍ଗକୁ ପଛରେ ପକାଇ ଦେଇଥିଲାବେଳେ ଡିସେମ୍ବରରେ ମଧ୍ୟ ଆପଲ ଏକ ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ ବିଦେଶକୁ ରପ୍ତାନି କରିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଅପରପକ୍ଷରେ ଆପଲ ଆଇଫୋନ୍‌ ୩ ଭାରତୀୟ ଷ୍ଟାର୍ଟଅପ କମ୍ପାନୀ ୱିଷ୍ଟନର, ଫାକ୍ସକମ ଏବଂ ପେଗାଣ୍ଟନ କଣ୍ଟ୍ରାକ୍ଟ ଆଧାରରେ ନିର୍ମାଣ କରୁଛନ୍ତି। ଏପରିକି ଭାରତରେ ଆପଲ ଆଇଫୋନ୍‌ର ୧୨,୧୩, ୧୪ ଏବଂ ୧୪+ ମଡେଲ ଉତ୍ପାଦନ ଏବଂ ରପ୍ତାନି ହେଉଛି। ଉକ୍ତ ତିନି ମାନୁଫାକ୍ଚରଙ୍କୁ ଛାଡି କିଛି ଛୋଟ ଛୋଟ ଭାରତୀୟ କମ୍ପାନୀ ମଧ୍ୟ ଭାରତରୁ ଆଇଫୋନ ରପ୍ତାନି କରୁଛନ୍ତି। ସେହିପରି ଫାକ୍ସକମ ଏବଂ ପେଗାଣ୍ଟନର କାରଖାନା ତାମିଲନାଡୁରେ ଥିବାବେଳେ ୱିଷ୍ଟନର ଫାସିଲିଟି କର୍ନାଟକରେ ରହିଛି । ଏହିସବୁ ଆଇଫୋନ ନିର୍ମାତା ସରକାରଙ୍କ ସ୍ମାର୍ଟଫୋନ ପ୍ରଡକ୍ସନ ଲିଙ୍କ୍‌ଡ ଇନ୍‌ସେଟିଭ (ପିଆଇଏଲ) ଯୋଜନାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୧୬ରେ ଶୁଣାଣି

ନୂଆଦିଲ୍ଲୀ,୧୧।୭: ଦେଶରେ ନୂଆ ଆଇଟି ନିୟମର ସାମ୍ବିଧାନିକ ବୈଧତା କୁ ନେଇ ବିଭିନ୍ନ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହା ଉପରେ ସଂପୃକ୍ତ କୋର୍ଟଗୁଡ଼ିକରେ ଶୁଣାଣିକୁ...

ଆଇସିଆଇସିଆଇ ବ୍ୟାଙ୍କରେ ରୋବୋ ଗଣିବ ଟଙ୍କା

ନୂଆଦିଲ୍ଲୀ,୨୯-୮: ଘରୋଇ କ୍ଷେତ୍ରର ଅଗ୍ରଣୀ ବ୍ୟାଙ୍କ କୁହାଯାଉଥିବା ଆଇସିଆଇସିଆଇ ବ୍ୟାଙ୍କରେ ଟଙ୍କା ଗଣିବା ପାଇଁ ରୋବୋ ବ୍ୟବହାର କରାଯିବ। ରୋବୋ ବ୍ୟବହାର କରିବାରେ ଏହା ଦେଶର...

ମେ’ରେ କମିଲା ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍‌ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍‌ଟି)...

ପ୍ରଦର୍ଶନୀରେ ସାମିଲହୋଇ ପୁରସ୍କାର ଜିତନ୍ତୁ

ଭୁବନେଶ୍ୱର,୧୨ା୧୧: ଓଡ଼ିଶା ଲୋକପ୍ରିୟ ଘରୋଇ ଓଡ଼ିଆ ଚ୍ୟାନେଲ ‘ଜୀ ସାର୍ଥକ’ ଚଳିତ ବର୍ଷର କଟକ ବାଲିଯାତ୍ରାରେ ସାମିଲ ହୋଇଛି। ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କୁ ଭରପୂର...

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୭-୧୧: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦...

ଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟି

ନୂଆଦିଲ୍ଲୀ,୧୯-୫: ଡିଜିଟାଲ ପେମେଣ୍ଟକୁ ନେଇ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଆଧାର ପରିଚୟପତ୍ର...

ଏଲ୍‌ ଆଣ୍ଡ ଟି ସହ ଡ୍ରିମ୍‌ସର ଚୁକ୍ତିନାମା ସ୍ବାକ୍ଷର

ଭୁବନେଶ୍ୱର,୭।୮: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଡ୍ରିମ୍‌ସ ଏବଂ ଏଲ୍‌ ଆଣ୍ଡ ଟି ଏଡୁଟେକ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଇଁ...

ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି,...

Advertisement
Archives

Model This Week