ଶିକାର ପାଇଁ ନିରାପଦ ସ୍ଥାନ ପଥରଗଣ୍ଡ ପ୍ରକଳ୍ପ: ୧ ମାସରେ ୯ ବନ୍ୟଜନ୍ତୁ ଶିକାର

ରଣପୁର,୩।୮(ସ୍ବ.ପ୍ର.): ବନ୍ୟଜନ୍ତୁ ଶିକାର ପାଇଁ ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜର ପଥରଗଣ୍ଡ ପ୍ରକଳ୍ପ ନିରାପଦ ସ୍ଥାନ ପାଲଟିଛି । ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ପ୍ରକଳ୍ପ ନିକଟକୁ ବନ୍ୟଜୀବଜନ୍ତୁ ପାଣି ପିଇବାକୁ ଆସି ଶିକାର ହେଉଛନ୍ତି। ଭୋର ସମୟରେ ଆସୁଥିବା ବନ୍ୟପ୍ରାଣୀଙ୍କୁ କୁକୁର ଲଗାଇ ହତ୍ୟା କରାଯାଉଛି । ଗତ ୧ମାସ ମଧ୍ୟରେ ଏଠାରେ ୫ ବାର୍‌ହା ଓ ୪ କୁଟୁରା ଏପରି ୯ଟି ବନ୍ୟଜନ୍ତୁଙ୍କୁ ଶିକାର କରାଗଲାଣି ବୋଲି ଗ୍ରାମର କେତେକ ଲୋକ ନାମ ଗୋପନ ରଖି କହିଛନ୍ତି।
ଗତ ୩୧ ତାରିଖ ବୁଧବାର ଭୋର ସମୟରେ ଏକ କୁଟୁରା ପାଣି ପିଇବାକୁ ଏହି ପ୍ରକଳ୍ପକୁ ଆସିଥିବାବେଳେ କୁକୁର ପଲ ଆକ୍ରମଣ କରିଥିଲେ । କୁକୁରଙ୍କ ଆକ୍ରମଣରେ ଘାଇଲା ହୋଇ କୁଟୁରାଟି ଡମସାହିର ଏକ ଦୋକାନ ଘରେ ପଶି ଯାଇଥିଲା । କିଛି ଯୁବକ କୁଟୁରାକୁ କୁକୁର ମୁହଁରୁ ରକ୍ଷା କରି ନିଜେ ଭୋଜି କରି ଖାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଡମସାହିର ଶାଳ ଜଙ୍ଗଲରେ କୁଟୁରା, ବାର୍‌ହା ଆଦି ବନ୍ୟ ଜୀବଜନ୍ତୁ ରହୁଛନ୍ତି। କିଛି ଶିକାରୀ ନିୟମିତ ଶାଳ ଜଙ୍ଗଲରେ ଶିକାର କରି ଆସୁଛନ୍ତି । ତେବେ ପଥରଗଣ୍ଡ ପ୍ରକଳ୍ପକୁ ଜୀବଜନ୍ତୁ ପାଣି ପିଇବାକୁ ଆସୁଥିବା ଦେଖି ଶିକାରୀ ଓ ସ୍ଥାନୀୟ କେତେକ ଲୋକ ବିଭିନ୍ନ ଉପାୟରେ ଶିକାର କରୁଛନ୍ତି। କେହି କେହି ଗୁଳି କରି ହତ୍ୟା କରୁଥିବାବେଳେ ଆଉ କେହି କୁକୁର ଲଗାଇ ହତ୍ୟା କରୁଛନ୍ତି। ସେହିପରି ୯ଟି ଶିକାର ମଧ୍ୟରୁ ୭ ବନ୍ୟପ୍ରାଣୀଙ୍କୁ କୁକୁର ଲଗାଇ ହତ୍ୟା କରାଯାଇଥିବା ଜଣେ ଶିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ପଥରଗଣ୍ଡ ପ୍ରକଳ୍ପ ନିରାପଦ ସ୍ଥାନ ପାଖରେ ଗୁଳି କରି ଶିକାର କରିବା ନିରାପଦ ନୁହେଁ । ଏଠାରେ କୁକୁର ଲଗାଇ ହତ୍ୟା କଲେ କେହି ଜାଣି ପାରୁ ନାହାନ୍ତି । ଏଥିରେ ଶିକାରୀଙ୍କ ଅପେକ୍ଷା କିଛି ସ୍ଥାନୀୟ ଲୋକ ସାମିଲ ଥିବାରୁ କଥା ବାହାରକୁ ଆସିପାରୁନି। ନୟାଗଡ ଡିଏଫ୍‌ଓ ଧନରାଜ ଏଚଡି କୁହନ୍ତି ଗତ ୩୧ ତାରିଖରେ ଘଟିଥିବା କୁଟୁରା ହତ୍ୟାର ତଦନ୍ତ ଚାଲୁ ରହିଛି । ଗଁ। ଲୋକ ମହଁ ଖୋଲୁ ନ ଥିବାରୁ ତଦନ୍ତରେ ବାଧା ଉପୁଜିଛି । ତଥାପି ବନ ବିଭାଗ ତଦନ୍ତକୁ ତ୍ୱରାନ୍ବିତ କରି ସଫଳତା ପାଇବାକୁ ଆଶା ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri