ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ

କପ୍ତିପଦା,୪ା୬(ଡି.ଏନ.ଏ)- ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଆଗରୁ ଗରିବ ଆଦିବାସୀ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏହାକୁ ହାଟ ବଜାରରେ ବିକି ଚଳୁଥିଲେ। ଏବେ ବଜାର ସୁବିଧା ଅଭାବରୁ ଏହାକୁ କମ୍‌ ଦାମରେ ବିକି ସେମାନେ ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥ ହେଉଛନ୍ତି। ଅନେକେ ବନବାସୀ ପୁରୁଣା ବୃତ୍ତି ଛାଡି ଭିନ୍ନ ପନ୍ଥା ଖୋଜିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଜଙ୍ଗଲରେ ବର୍ତ୍ତମାନ ଟନ୍‌ ଟନ୍‌ ଶାଳମଞ୍ଜି ପଡି ରହି ନଷ୍ଟ ହେଉଥିବା ସୂଚନା ମିଳିଛି।
ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର କଳମଗଡିଆ, ସରଡିହା, ଶରତ, ନଟୋ, ରାମଚନ୍ଦ୍ରପୁର, ପଦ୍ମପୋଖରୀ, ମଝିଗଡିଆ, ଦେୱାନବାହାଳି, ଲାବଣ୍ୟଦେଇପୁର, ଚକ୍ରଧରପୁର, ଦେବଳା, ପୋଡାଡିହା ଆଦି ଅଞ୍ଚଳରେ ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ ରହିଛି ା ପ୍ରତିବର୍ଷ ଏପ୍ରିଲ ଓ ମେ ବେଳକୁ ଶାଳମଞ୍ଜି ପାଚି ଝଡି ପଡିଥାଏ ା ଏହି ସମୟରେ ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀ ବଡିଭୋର ସମୟରୁ ଟୋକେଇ ଧରି ଜଙ୍ଗଲକୁ ଯାଇ ଗଛତଳେ ପଡିିଥିବା ମଞ୍ଜି ସଂଗ୍ରହ କରିଥାନ୍ତି। କେତେକ ପରିବାର ଖାଦ୍ୟପାନୀୟ ସାଥୀରେ ଧରି ଜଙ୍ଗଲକୁ ଯାଇ ଦିନତମାମ ମଞ୍ଜିି ସଂଗ୍ରହ କରନ୍ତି ା ସେମାନେ ଏହାକୁ ଘରକୁ ଆଣି ଖରାରେ ଶୁଖାଇ ପରିଷ୍କାର କରିଥାନ୍ତି। ପରେ ପଥର ସାହାଯ୍ୟରେ ଶାଳମଞ୍ଜିକୁ ରଗଡି ସେଥିରୁ ଚୋପା ବାହାର କରି ଏହାକୁ ବିକ୍ରି ଉପଯୋଗୀ କରିଥାନ୍ତି। ଶାଳମଞ୍ଜିକୁ ବିକ୍ରି ଯୋଗ୍ୟ କରିବା ଲାଗି ଆଦିବାସୀଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ। ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଜରିଆରେ ଶାଳମଞ୍ଜିରୁ ତେଲ, ସାବୁନ, ସାମ୍ପୁ, ପେଷ୍ଟ ସମେତ ବିଭିନ୍ନ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଉଛି। କିନ୍ତୁ ମୟୂରଭଞ୍ଜ ଭଳି ଶିଳ୍ପବିହୀନ ଜିଲାରେ ଶାଳମଞ୍ଜି ଶିଳ୍ପ ପ୍ରତିଷ୍ଠା ଲାଗି କୌଣସି ପଦକ୍ଷେପ ନିଅଯାଉ ନାହିଁ ା ଅନ୍ୟପକ୍ଷେ ସରକାରୀ ଭାବେ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରାଯାଉ ନ ଥିବାରୁ ବେପାରୀ ଓ ଦଲାଲମାନେ ଏଥିରୁ ଫାଇଦା ଉଠାଇ ଆଦିବାସୀଙ୍କଠାରୁ ବର୍ତ୍ତମାନ ଶାଳମଞ୍ଜିକୁ ଅତି କମ୍‌ ମୂଲ୍ୟରେ କିଣି ନେଉଛନ୍ତି। ଏହି ମଞ୍ଜି କିଲୋ ଏବେ ମାତ୍ର ୧୦ରୁ ୧୨ ଟଙ୍କାରେ ବିକ୍ରି ହେଉଛି ା ସଂଗ୍ରହକାରୀମାନେ ଏହାର ଉଚିତ ମୂଲ୍ୟ ପାଉ ନ ଥିବାରୁ ଏହି କାର୍ଯ୍ୟରୁ କ୍ରମେ ମୁହଁ ଫେରାଇ ନେଉଛନ୍ତି। ଜଙ୍ଗଲରେ ଅନେକ ବନଜାତ ଦ୍ରବ୍ୟ ପଡି ରହି ନଷ୍ଟ ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହିଁ ା ଉଲ୍ଲେଖନୀୟ ଯେ, ବନ ବିଭାଗ କେତେକ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରିବା ପରେ ନୀରବଦ୍ରଷ୍ଟା ସାଜି ବସିଥିବାରୁ ଏଭଳି ସମସ୍ୟା ଦେଖାଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସରକାରୀ ସ୍ତରରେ ବନଜାତ ଦ୍ରବ୍ୟ ସଂଗ୍ରହ ଲାଗି କୌଣସି ପ୍ରୋତ୍ସାହନ ଦିଆ ନ ଯିବା ବିଡମ୍ବନା ହୋଇଛି ବୋଲି ସ୍ଥାନୀୟ କଳମଗଡିଆ ଗ୍ରାମର ବାସୁ ସିଂ ଓ ସୁମୀ ସିଂ ପ୍ରମୁଖ କହିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ଏକଦା ଜଙ୍ଗଲ ସମ୍ପଦ ଉପରେ ଅନେକ ଆଦିବାସୀ ନିର୍ଭର କରି ଚଳୁଥିଲେ। ଏବେ ସରକାର ଆଦିବାସୀଙ୍କ ପାରମ୍ପରିକ ବୃତ୍ତି ପ୍ରତି କୌଣସି ଧ୍ୟାନ ଦେଉ ନାହାନ୍ତି। ସେମାନେ ଋତୁଭିତ୍ତିକ ବନଜାତ ଦ୍ରବ୍ୟ ସଂଗ୍ରହ କରି ଅଭାବୀ ବିକ୍ରିର ଶିକାର ହେଉଥିଲେ ବି କୌଣସି ପ୍ରତିକାର କରାଯାଉ ନାହିଁ । ବଜାର ସୁବିଧା ଓ ଅର୍ଥ ବ୍ୟବସ୍ଥା ଅଭାବରୁ ପଞ୍ଚାୟତ ପକ୍ଷରୁ ବନଜାତ ଦ୍ରବ୍ୟ କିଣାବିକା ହୋଇ ପାରୁ ନ ଥିବା କୁହାଯାଉଛି। ଏ ସଂକ୍ରାନ୍ତରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଶାଳମଞ୍ଜି ସଂଗ୍ରହ ଲାଗି ତାଙ୍କ ବିଭାଗ ହାତରେ କୌଣସି କ୍ଷମତା ନାହିଁ ା ସରକାର ଦର ନିର୍ଦ୍ଧାରଣ କରି ପଞ୍ଚାୟତ ମାଧ୍ୟମରେ ଏହାକୁ କିଣିବା କଥା। ତେବେ ସେ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରି ଯାହା କିଛି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri