କପ୍ତିପଦା,୪ା୬(ଡି.ଏନ.ଏ)- ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଆଗରୁ ଗରିବ ଆଦିବାସୀ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏହାକୁ ହାଟ ବଜାରରେ ବିକି ଚଳୁଥିଲେ। ଏବେ ବଜାର ସୁବିଧା ଅଭାବରୁ ଏହାକୁ କମ୍ ଦାମରେ ବିକି ସେମାନେ ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥ ହେଉଛନ୍ତି। ଅନେକେ ବନବାସୀ ପୁରୁଣା ବୃତ୍ତି ଛାଡି ଭିନ୍ନ ପନ୍ଥା ଖୋଜିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଜଙ୍ଗଲରେ ବର୍ତ୍ତମାନ ଟନ୍ ଟନ୍ ଶାଳମଞ୍ଜି ପଡି ରହି ନଷ୍ଟ ହେଉଥିବା ସୂଚନା ମିଳିଛି।
ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର କଳମଗଡିଆ, ସରଡିହା, ଶରତ, ନଟୋ, ରାମଚନ୍ଦ୍ରପୁର, ପଦ୍ମପୋଖରୀ, ମଝିଗଡିଆ, ଦେୱାନବାହାଳି, ଲାବଣ୍ୟଦେଇପୁର, ଚକ୍ରଧରପୁର, ଦେବଳା, ପୋଡାଡିହା ଆଦି ଅଞ୍ଚଳରେ ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ ରହିଛି ା ପ୍ରତିବର୍ଷ ଏପ୍ରିଲ ଓ ମେ ବେଳକୁ ଶାଳମଞ୍ଜି ପାଚି ଝଡି ପଡିଥାଏ ା ଏହି ସମୟରେ ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀ ବଡିଭୋର ସମୟରୁ ଟୋକେଇ ଧରି ଜଙ୍ଗଲକୁ ଯାଇ ଗଛତଳେ ପଡିିଥିବା ମଞ୍ଜି ସଂଗ୍ରହ କରିଥାନ୍ତି। କେତେକ ପରିବାର ଖାଦ୍ୟପାନୀୟ ସାଥୀରେ ଧରି ଜଙ୍ଗଲକୁ ଯାଇ ଦିନତମାମ ମଞ୍ଜିି ସଂଗ୍ରହ କରନ୍ତି ା ସେମାନେ ଏହାକୁ ଘରକୁ ଆଣି ଖରାରେ ଶୁଖାଇ ପରିଷ୍କାର କରିଥାନ୍ତି। ପରେ ପଥର ସାହାଯ୍ୟରେ ଶାଳମଞ୍ଜିକୁ ରଗଡି ସେଥିରୁ ଚୋପା ବାହାର କରି ଏହାକୁ ବିକ୍ରି ଉପଯୋଗୀ କରିଥାନ୍ତି। ଶାଳମଞ୍ଜିକୁ ବିକ୍ରି ଯୋଗ୍ୟ କରିବା ଲାଗି ଆଦିବାସୀଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ। ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଜରିଆରେ ଶାଳମଞ୍ଜିରୁ ତେଲ, ସାବୁନ, ସାମ୍ପୁ, ପେଷ୍ଟ ସମେତ ବିଭିନ୍ନ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଉଛି। କିନ୍ତୁ ମୟୂରଭଞ୍ଜ ଭଳି ଶିଳ୍ପବିହୀନ ଜିଲାରେ ଶାଳମଞ୍ଜି ଶିଳ୍ପ ପ୍ରତିଷ୍ଠା ଲାଗି କୌଣସି ପଦକ୍ଷେପ ନିଅଯାଉ ନାହିଁ ା ଅନ୍ୟପକ୍ଷେ ସରକାରୀ ଭାବେ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରାଯାଉ ନ ଥିବାରୁ ବେପାରୀ ଓ ଦଲାଲମାନେ ଏଥିରୁ ଫାଇଦା ଉଠାଇ ଆଦିବାସୀଙ୍କଠାରୁ ବର୍ତ୍ତମାନ ଶାଳମଞ୍ଜିକୁ ଅତି କମ୍ ମୂଲ୍ୟରେ କିଣି ନେଉଛନ୍ତି। ଏହି ମଞ୍ଜି କିଲୋ ଏବେ ମାତ୍ର ୧୦ରୁ ୧୨ ଟଙ୍କାରେ ବିକ୍ରି ହେଉଛି ା ସଂଗ୍ରହକାରୀମାନେ ଏହାର ଉଚିତ ମୂଲ୍ୟ ପାଉ ନ ଥିବାରୁ ଏହି କାର୍ଯ୍ୟରୁ କ୍ରମେ ମୁହଁ ଫେରାଇ ନେଉଛନ୍ତି। ଜଙ୍ଗଲରେ ଅନେକ ବନଜାତ ଦ୍ରବ୍ୟ ପଡି ରହି ନଷ୍ଟ ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହିଁ ା ଉଲ୍ଲେଖନୀୟ ଯେ, ବନ ବିଭାଗ କେତେକ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରିବା ପରେ ନୀରବଦ୍ରଷ୍ଟା ସାଜି ବସିଥିବାରୁ ଏଭଳି ସମସ୍ୟା ଦେଖାଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସରକାରୀ ସ୍ତରରେ ବନଜାତ ଦ୍ରବ୍ୟ ସଂଗ୍ରହ ଲାଗି କୌଣସି ପ୍ରୋତ୍ସାହନ ଦିଆ ନ ଯିବା ବିଡମ୍ବନା ହୋଇଛି ବୋଲି ସ୍ଥାନୀୟ କଳମଗଡିଆ ଗ୍ରାମର ବାସୁ ସିଂ ଓ ସୁମୀ ସିଂ ପ୍ରମୁଖ କହିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ଏକଦା ଜଙ୍ଗଲ ସମ୍ପଦ ଉପରେ ଅନେକ ଆଦିବାସୀ ନିର୍ଭର କରି ଚଳୁଥିଲେ। ଏବେ ସରକାର ଆଦିବାସୀଙ୍କ ପାରମ୍ପରିକ ବୃତ୍ତି ପ୍ରତି କୌଣସି ଧ୍ୟାନ ଦେଉ ନାହାନ୍ତି। ସେମାନେ ଋତୁଭିତ୍ତିକ ବନଜାତ ଦ୍ରବ୍ୟ ସଂଗ୍ରହ କରି ଅଭାବୀ ବିକ୍ରିର ଶିକାର ହେଉଥିଲେ ବି କୌଣସି ପ୍ରତିକାର କରାଯାଉ ନାହିଁ । ବଜାର ସୁବିଧା ଓ ଅର୍ଥ ବ୍ୟବସ୍ଥା ଅଭାବରୁ ପଞ୍ଚାୟତ ପକ୍ଷରୁ ବନଜାତ ଦ୍ରବ୍ୟ କିଣାବିକା ହୋଇ ପାରୁ ନ ଥିବା କୁହାଯାଉଛି। ଏ ସଂକ୍ରାନ୍ତରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଶାଳମଞ୍ଜି ସଂଗ୍ରହ ଲାଗି ତାଙ୍କ ବିଭାଗ ହାତରେ କୌଣସି କ୍ଷମତା ନାହିଁ ା ସରକାର ଦର ନିର୍ଦ୍ଧାରଣ କରି ପଞ୍ଚାୟତ ମାଧ୍ୟମରେ ଏହାକୁ କିଣିବା କଥା। ତେବେ ସେ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରି ଯାହା କିଛି ପଦକ୍ଷେପ ନେବେ ବୋଲି କହିଛନ୍ତି।
ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ
ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…
ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା
ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…
ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ
ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…
ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…
ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…
ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି
ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…
ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…
ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…
ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…
ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…
ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…
Archives

