ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ

କପ୍ତିପଦା,୪ା୬(ଡି.ଏନ.ଏ)- ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଆଗରୁ ଗରିବ ଆଦିବାସୀ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏହାକୁ ହାଟ ବଜାରରେ ବିକି ଚଳୁଥିଲେ। ଏବେ ବଜାର ସୁବିଧା ଅଭାବରୁ ଏହାକୁ କମ୍‌ ଦାମରେ ବିକି ସେମାନେ ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥ ହେଉଛନ୍ତି। ଅନେକେ ବନବାସୀ ପୁରୁଣା ବୃତ୍ତି ଛାଡି ଭିନ୍ନ ପନ୍ଥା ଖୋଜିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଜଙ୍ଗଲରେ ବର୍ତ୍ତମାନ ଟନ୍‌ ଟନ୍‌ ଶାଳମଞ୍ଜି ପଡି ରହି ନଷ୍ଟ ହେଉଥିବା ସୂଚନା ମିଳିଛି।
ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର କଳମଗଡିଆ, ସରଡିହା, ଶରତ, ନଟୋ, ରାମଚନ୍ଦ୍ରପୁର, ପଦ୍ମପୋଖରୀ, ମଝିଗଡିଆ, ଦେୱାନବାହାଳି, ଲାବଣ୍ୟଦେଇପୁର, ଚକ୍ରଧରପୁର, ଦେବଳା, ପୋଡାଡିହା ଆଦି ଅଞ୍ଚଳରେ ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ ରହିଛି ା ପ୍ରତିବର୍ଷ ଏପ୍ରିଲ ଓ ମେ ବେଳକୁ ଶାଳମଞ୍ଜି ପାଚି ଝଡି ପଡିଥାଏ ା ଏହି ସମୟରେ ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀ ବଡିଭୋର ସମୟରୁ ଟୋକେଇ ଧରି ଜଙ୍ଗଲକୁ ଯାଇ ଗଛତଳେ ପଡିିଥିବା ମଞ୍ଜି ସଂଗ୍ରହ କରିଥାନ୍ତି। କେତେକ ପରିବାର ଖାଦ୍ୟପାନୀୟ ସାଥୀରେ ଧରି ଜଙ୍ଗଲକୁ ଯାଇ ଦିନତମାମ ମଞ୍ଜିି ସଂଗ୍ରହ କରନ୍ତି ା ସେମାନେ ଏହାକୁ ଘରକୁ ଆଣି ଖରାରେ ଶୁଖାଇ ପରିଷ୍କାର କରିଥାନ୍ତି। ପରେ ପଥର ସାହାଯ୍ୟରେ ଶାଳମଞ୍ଜିକୁ ରଗଡି ସେଥିରୁ ଚୋପା ବାହାର କରି ଏହାକୁ ବିକ୍ରି ଉପଯୋଗୀ କରିଥାନ୍ତି। ଶାଳମଞ୍ଜିକୁ ବିକ୍ରି ଯୋଗ୍ୟ କରିବା ଲାଗି ଆଦିବାସୀଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ। ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଜରିଆରେ ଶାଳମଞ୍ଜିରୁ ତେଲ, ସାବୁନ, ସାମ୍ପୁ, ପେଷ୍ଟ ସମେତ ବିଭିନ୍ନ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଉଛି। କିନ୍ତୁ ମୟୂରଭଞ୍ଜ ଭଳି ଶିଳ୍ପବିହୀନ ଜିଲାରେ ଶାଳମଞ୍ଜି ଶିଳ୍ପ ପ୍ରତିଷ୍ଠା ଲାଗି କୌଣସି ପଦକ୍ଷେପ ନିଅଯାଉ ନାହିଁ ା ଅନ୍ୟପକ୍ଷେ ସରକାରୀ ଭାବେ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରାଯାଉ ନ ଥିବାରୁ ବେପାରୀ ଓ ଦଲାଲମାନେ ଏଥିରୁ ଫାଇଦା ଉଠାଇ ଆଦିବାସୀଙ୍କଠାରୁ ବର୍ତ୍ତମାନ ଶାଳମଞ୍ଜିକୁ ଅତି କମ୍‌ ମୂଲ୍ୟରେ କିଣି ନେଉଛନ୍ତି। ଏହି ମଞ୍ଜି କିଲୋ ଏବେ ମାତ୍ର ୧୦ରୁ ୧୨ ଟଙ୍କାରେ ବିକ୍ରି ହେଉଛି ା ସଂଗ୍ରହକାରୀମାନେ ଏହାର ଉଚିତ ମୂଲ୍ୟ ପାଉ ନ ଥିବାରୁ ଏହି କାର୍ଯ୍ୟରୁ କ୍ରମେ ମୁହଁ ଫେରାଇ ନେଉଛନ୍ତି। ଜଙ୍ଗଲରେ ଅନେକ ବନଜାତ ଦ୍ରବ୍ୟ ପଡି ରହି ନଷ୍ଟ ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହିଁ ା ଉଲ୍ଲେଖନୀୟ ଯେ, ବନ ବିଭାଗ କେତେକ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରିବା ପରେ ନୀରବଦ୍ରଷ୍ଟା ସାଜି ବସିଥିବାରୁ ଏଭଳି ସମସ୍ୟା ଦେଖାଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସରକାରୀ ସ୍ତରରେ ବନଜାତ ଦ୍ରବ୍ୟ ସଂଗ୍ରହ ଲାଗି କୌଣସି ପ୍ରୋତ୍ସାହନ ଦିଆ ନ ଯିବା ବିଡମ୍ବନା ହୋଇଛି ବୋଲି ସ୍ଥାନୀୟ କଳମଗଡିଆ ଗ୍ରାମର ବାସୁ ସିଂ ଓ ସୁମୀ ସିଂ ପ୍ରମୁଖ କହିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ଏକଦା ଜଙ୍ଗଲ ସମ୍ପଦ ଉପରେ ଅନେକ ଆଦିବାସୀ ନିର୍ଭର କରି ଚଳୁଥିଲେ। ଏବେ ସରକାର ଆଦିବାସୀଙ୍କ ପାରମ୍ପରିକ ବୃତ୍ତି ପ୍ରତି କୌଣସି ଧ୍ୟାନ ଦେଉ ନାହାନ୍ତି। ସେମାନେ ଋତୁଭିତ୍ତିକ ବନଜାତ ଦ୍ରବ୍ୟ ସଂଗ୍ରହ କରି ଅଭାବୀ ବିକ୍ରିର ଶିକାର ହେଉଥିଲେ ବି କୌଣସି ପ୍ରତିକାର କରାଯାଉ ନାହିଁ । ବଜାର ସୁବିଧା ଓ ଅର୍ଥ ବ୍ୟବସ୍ଥା ଅଭାବରୁ ପଞ୍ଚାୟତ ପକ୍ଷରୁ ବନଜାତ ଦ୍ରବ୍ୟ କିଣାବିକା ହୋଇ ପାରୁ ନ ଥିବା କୁହାଯାଉଛି। ଏ ସଂକ୍ରାନ୍ତରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଶାଳମଞ୍ଜି ସଂଗ୍ରହ ଲାଗି ତାଙ୍କ ବିଭାଗ ହାତରେ କୌଣସି କ୍ଷମତା ନାହିଁ ା ସରକାର ଦର ନିର୍ଦ୍ଧାରଣ କରି ପଞ୍ଚାୟତ ମାଧ୍ୟମରେ ଏହାକୁ କିଣିବା କଥା। ତେବେ ସେ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରି ଯାହା କିଛି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?