Posted inଜାତୀୟ

‘ଶାନ୍ତିର ସକାଳ ଆଣିବ ବୋଡ଼ୋ ଚୁକ୍ତି’

କୋକ୍ରାଝର,୮ା୨(ପି.ଟି.): ଜନସାଧାରଣଙ୍କ ସମର୍ଥନରେ ସ୍ବାକ୍ଷରିତ ହୋଇଥିବା ବୋଡୋ ଚୁକ୍ତି ଆସାମରେ ଶାନ୍ତିର ନୂଆ ସକାଳ ଆଣିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି। ଜାନୁୟାରୀ ୨୭ରେ ତ୍ରିପାକ୍ଷିକ ବୋଡୋ ଶାନ୍ତି ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହା ଉଗ୍ରପନ୍ଥୀ ପ୍ରଭାବିତ ରାଜ୍ୟରେ ଦୀର୍ଘମିଆଦୀ ଶାନ୍ତି ଆଣିବ ବୋଲି ଆଶା କରାଯାଉଛି। ଉତ୍ତରପୂର୍ବାଞ୍ଚଳରେ ଶାନ୍ତି ଓ ବିକାଶ ଲାଗି ଏକାଠି କାମ କରିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୋଡୋ ଉଗ୍ରପନ୍ଥୀମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁଖ୍ୟ ସ୍ରୋତକୁ ଫେରିବା ଲାଗି ଉତ୍ତରପୂର୍ବାଞ୍ଚଳର ଉଗ୍ରପନ୍ଥୀ, ଜମ୍ମୁ-କଶ୍ମୀରର ଆତଙ୍କବାଦୀ ଓ ଦେଶର ଅନ୍ୟ ଭାଗରେ ସକ୍ରିୟ ଥିବା ମାଓବାଦୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଅସ୍ତ୍ରଶସ୍ତ୍ର ତ୍ୟାଗକରି ସେମାନେ ଜୀବନକୁ ଉପଭୋଗ କରିବାକୁ ମୋଦି ପରାମର୍ଶ ଦେଇଛନ୍ତି।
ନୂଆ ନାଗରିକତ୍ୱ ଆଇନର କାର୍ଯ୍ୟକାରିତାକୁ ନେଇ ଉତ୍ତରପୂର୍ବାଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାକୁ ଶାନ୍ତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରୟାସ କରିଥିଲେ। ସେ କହିଥିଲେ, ସିଏଏ କାର୍ଯ୍ୟକାରୀ ହେବା ପରେ ଅନ୍ୟ ଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଆସି ସେଠାରେ ରହିବେ ବୋଲି ବିଭ୍ରାନ୍ତିକର ଖବର ପ୍ରଚାର କରାଯାଉଛି। ସେପରି କିଛି ହେବ ନାହିଁ। ପୂର୍ବରୁ ଦୁଇଥର ବୋଡୋ ଚୁକ୍ତି ସ୍ବାକ୍ଷର ହୋଇଥିଲେ ହେଁ ସ୍ଥାୟୀ ଶାନ୍ତି ଆସିପାରି ନ ଥିଲା। ବର୍ତ୍ତମାନର ଚୁକ୍ତିନାମା ସମାଜର ସବୁ ବର୍ଗ ଓ ସମ୍ପ୍ରଦାୟ ପାଇଁ ବିଜୟ। ଏଥିରେ କାହାର କ୍ଷତି ହେବାର ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଗତ ୨୭ରେ ସରକାର ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ ବୋଡୋଲାଣ୍ଡ (ଏନ୍‌ଡିଏଫ୍‌ବି)ର ସବୁ ଗୋଷ୍ଠୀ, ଅଲ୍‌ ବୋଡୋ ଷ୍ଟୁଡେଣ୍ଟସ୍‌ ୟୁନିୟନ (ଏବିଏସ୍‌ୟୁ) ଏବଂ ୟୁନାଇଟେଡ ବୋଡୋ ପିପୁଲ୍ସ ଅର୍ଗାନାଇଜେଶନ (ୟୁବିପିଓ) ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଥିଲେ। ସରକାର ସେମାନଙ୍କୁ ରାଜନୈତିକ ଓ ଅର୍ଥନୈତିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସ୍ବତନ୍ତ୍ର ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଲାଗି ସେମାନଙ୍କ ଦାବିକୁ ସରକାର ଗ୍ରହଣ କରିନାହାନ୍ତି। ଉଚ୍ଚ କ୍ଷମତାସମ୍ପନ୍ନ କମିଟି ରିପୋର୍ଟ ଦାଖଲ କରିବା ପରେ ଆସାମ ଚୁକ୍ତିନାମାର ଧାରା ୬କୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସାମ ଜନସାଧାରଣଙ୍କ ସଂସ୍କୃତି, ସାମାଜିକ, ଭାଷାଗତ ପରିଚିତି ଏବଂ ଐତିହ୍ୟର ସୁରକ୍ଷା, ସଂରକ୍ଷଣ ଓ ପ୍ରସାର ଦିଗରେ ଏହି ଧାରା ସାମ୍ବିଧାନିକ, ବୈଧାନିକ ତଥା ପ୍ରଶାସନିକ ସୁରକ୍ଷା ଯୋଗାଇଦେବ। ଏକଦା କେବଳ ଗ୍ରହଣ କରୁଥିବା ରାଜ୍ୟ ଭାବେ ବିବେଚିତ ହେଉଥିବା ଉତ୍ତରପୂର୍ବାଞ୍ଚଳ ଏବେ ବିକାଶର ଇଞ୍ଜିନ ହୋଇଛି ବୋଲି ମୋଦି କହିଥିଲେ। ତ୍ରୟୋଦଶ ଅର୍ଥ କମିଶନଙ୍କ ସମୟରେ ଏହି ଅଞ୍ଚଳକୁ ୯୦ ହଜାର କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ ତାଙ୍କ ସରକାରରେ ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହା ୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri