Posted inଖେଳ

ଶର୍ଟଲିଷ୍ଟରେ ‘ପେସେନ୍ସ ଇନ୍‌ ଲକ୍‌ଡାଉନ୍‌’

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି):କୋଭିଡ-୧୯ରୁ ଶିକ୍ଷାକୁ ନେଇ ପ୍ରଥମଥର ପାଇଁ ଅନ୍‌ଲାଇନ୍‌ରେ ଏକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି। ଏଥିରେ ୩୫ଟି ଦେଶ ଅଂଶଗ୍ରହଣ କରିଛନ୍ତି। ୨ରୁ ୫ ମିନିଟ ବିଶିଷ୍ଟ ଶର୍ଟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାରମ୍ଭିକ ପର୍ଯ୍ୟାୟ ପରେ ୩ଟି ଚଳଚ୍ଚିତ୍ର ଶ୍ରେଷ୍ଠ ତାଲିକାରେ ଶର୍ଟଲିଷ୍ଟ ହୋଇଛି। ଏହା ମଧ୍ୟରେ ଭାରତର ଏକ ଚଳଚ୍ଚିତ୍ର ରହିଛି। ତାହା ହେଉଛି ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ ପକ୍ଷରୁ ପ୍ରସ୍ତୁତ ଫିଲ୍ମ ‘ପେସେନ୍ସ ଇନ୍‌ ଲକ୍‌ଡାଉନ୍‌’। ଅନ୍ୟ ୨ଟି ଚଳଚ୍ଚିତ୍ର ହେଲା ଆଫଗାନିସ୍ତାନର ‘ବ୍ୟାକ୍‌ ଇନ୍‌ସାଇଡ’ ଏବଂ ନରୱେର ‘ଗ୍ଲୋବାଲ ଇକୋସ୍‌ ଅଫ୍‌ ହାପିନେସ’। ଓଡ଼ିଶାର ୨ ଜାତୀୟ ସ୍କେଟର ଏବଂ ତାଙ୍କ ବାପାଙ୍କ ଉପରେ ଲକ୍‌ଡାଉନ୍‌ର ପ୍ରଭାବକୁ ନେଇ ସାମ୍ପ୍ରତିକ ଘଟଣା ଉପରେ ‘ପେସେନ୍ସ ଇନ୍‌ ଲକ୍‌ଡାଉନ୍‌’ ଆଧାରିତ। ତତ୍‌କ୍ଷଣାତ ସମ୍ଭବ ନ ହେଲେ ମଧ୍ୟ ପ୍ରତ୍ୟେକ କଷ୍ଟକର ଏବଂ ଦୁଃଖଦ ପରିସ୍ଥିତିରେ ମଧ୍ୟ ଆଶାର କିରଣ ରହିଥାଏ ବୋଲି ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ ଏହାର ପ୍ରାୟୋଜକ ରହିଥିବାବେଳେ ଏହାକୁ ରଚନା କରିଛନ୍ତି ସୌଦାମିନୀ ପାତ୍ର। ପ୍ରତୀକ ଅର୍ନବ, ପ୍ରୀତିଶ୍‌ ଆର୍ଯ୍ୟନ ଓ ପାର୍ଥସାରଥି ଜେନା ଏଥିରେ ଅଭିନୟ କରିଛନ୍ତି ।
କୋଭିଡ୍‌-୧୯ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ସିଆଇଏଫଏଫ)ର ନିର୍ଦ୍ଦେଶକ ସତ୍ୟବ୍ରତ ଜେନା କହିଛନ୍ତି ଯେ, ସାମ୍ପ୍ରତିକ ସ୍ଥିତିରେ କଳା, ସାହିତ୍ୟ, ସଂସ୍କୃତି, ବ୍ୟବସାୟ ଏବ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଏପରି ସ୍ଥିତିରେ ଏକ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରାଯାଇ କୋଭିଡ୍‌-୧୯ରୁ ଅନୁଭବ ଏବଂ ଅଭିଜ୍ଞତାକୁ ଏକ ଛୋଟ ଫିଲ୍ମ ମାଧ୍ୟମରେ ଶେୟାର କରିବାକୁ କୁହାଯାଇଛି। ଏହି ଫିଲ୍ମର ଅବଧି ୨ରୁ ୫ ମିନିଟ ମଧ୍ୟରେ ରହିବ। ଜୁରି କମିଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ବାଛିବେ। ଏହାକୁ ଅନ୍‌ଲାଇନ୍‌ରେ ସମସ୍ତ ଅଂଶଗ୍ରହଣକାରୀ ଦେଖି ପାରିବେ। ଏହି ଫେଷ୍ଟିଭାଲର ଅନ୍ୟତମ ନିର୍ଦ୍ଦେଶକ ଜଗନ୍ନାଥ ପାଣିି କହିଛନ୍ତି ଯେ, ସିଆଇଏଫ୍‌ଏଫ୍‌ରେ ୩୫ଟି ଦେଶ ଅଂଶଗ୍ରହଣ କରିଛନ୍ତି। ଏହାର ସ୍କ୍ରିିନିଂ ଓ ଫଳାଫଳ ଚଳିତ ମାସ ୨୭ ତାରିଖରେ ପ୍ରକାଶ ପାଇବ। ଓରିଫାର୍ମିଂ ଏହି ଫିଲ୍ମ ଫେଷ୍ଟିଭାଲର ଆୟୋଜକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ...

ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ...

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି।...

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri