ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..

ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍‌ ବି କିଛି କମ୍‌ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ ଆଉ କିଛି ଲୋକ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଏହାକୁ ଟ୍ରାଏ କରିଥାନ୍ତି। ତେବେ ଶରୀରର କେଉଁ କେଉଁ ସ୍ଥାନରେ ଟାଟୁ କଲେ ଏହା ଆକର୍ଷଣୀୟ ଲାଗେ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବେକର ପଛପଟେ: ଆଜିକାଲି ବେକର ପଛପଟେ ଟାଟୁ କରିବାକୁ ମହିଳାମାନେ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଆପଣ ବି ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଟାଟୁ ଡିଜାଇନ୍‌କୁ ଏଠାରେ କରିପାରିବେ। ହେଲେ ଏଠାରେ ଟାଟୁ କରିବା ଏତେ ସହଜ କଥା ନୁହେଁ। ଏଥିପାଇଁ ବହୁତ କଷ୍ଟ ସହିବାକୁ ହୋଇଥାଏ। ତା’ସହିତ ଏହି ସ୍ଥାନରେ ଟାଟୁ କଲେ ଯେମିତି ଇନ୍‌ଫେକ୍‌ଶନ୍‌ ନ ହେବ ସେଥିପାଇଁ ବି ସ୍ପେଶାଲ୍‌ କେୟାର୍‌ ନେବାକୁ ପଡିଥାଏ।

କଚଟିରେ: ଏହି ସ୍ଥାନରେ ଟାଟୁ କରିବାକୁ ଖୁବ୍‌ କମ୍‌ ସମୟ ଲାଗିବା ସହ କଷ୍ଟ ବି ଟିକେ କମ୍‌ ହୋଇଥାଏ। ତା’ଛଡ଼ା ବଡ଼ ସାଇଜ୍‌ର ଟାଟୁ ତୁଳନାରେ ଛୋଟ ସାଇଜ୍‌ର ଟାଟୁ ହିଁ ଏ ସ୍ଥାନକୁ ଭଲ ମାନିଥାଏ। ଯଦ୍ଦ୍ବାରା ଆବଶ୍ୟକ ପଡିଲେ ଘଣ୍ଟା କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧି ଏହାକୁ ଆରାମରେ ଲୁଚାଇ ହୁଏ। ହେଲେ ଧ୍ୟାନ ରଖିବେ, ଟାଟୁର ଦରଜ ସମ୍ପୂର୍ଣ୍ଣ ନ କମିଲା ପର୍ଯ୍ୟନ୍ତ କଚଟିରେ ନା ଘଣ୍ଟା ପିନ୍ଧିବେ ନା କୌଣସି ଜୁଏଲେରି ପିନ୍ଧିବେ। ନଚେତ୍‌ ଇନ୍‌ଫେକ୍‌ଶନ୍‌ ହେବାର ସମ୍ଭାବନା ଥାଏ।

ଆଙ୍ଗୁଠିରେ: ଆଙ୍ଗୁଠିରେ ସାଧାରଣତଃ ଛୋଟ ଛୋଟ ସାଇଜ୍‌ର ଟାଟୁ କଲେ ଷ୍ଟାଇଲିଶ୍‌ ଲାଗିଥାଏ। ଆଜିକାଲି ତ ଦେଖିବାକୁ ମିଳୁଛି ଯୁବତୀମାନେ ଛୋଟ ଛୋଟ ଫୁଲ, ସୂର୍ଯ୍ୟ କିମ୍ବା ସ୍ବସ୍ତିକ ଚିହ୍ନ ଅବା ଓମ୍‌ର ଟାଟୁ କରି ଆଙ୍ଗୁଠିଗୁଡ଼ିକୁ ଆକର୍ଷଣୀୟ ଲୁକ୍‌ ଦେଇପାରୁଛନ୍ତି। ଆପଣ ବି ଚାହିଁଲେ ଏହି ଷ୍ଟାଇଲ୍‌କୁ ଅନୁକରଣ କରିପାରିବେ।

ଗୋଇଠିରେ: ଗୋଇଠି ଉପରେ ଟାଟୁ କରିବା ଆଜିକାଲି ଯେମିତି ଗୋଟେ ଟ୍ରେଣ୍ଡ ପାଲଟି ଗଲାଣି। ଫ୍ୟାଶନ ପାଇଁ ଯୁବପିଢିମାନେ ଲତା କିମ୍ବା ଫୁଲ ଷ୍ଟାଇଲ୍‌ର ଛୋଟ ଛୋଟ ଟାଟୁ ଏହି ସ୍ଥାନରେ କରୁଛନ୍ତି। ଆପଣ ବି ଚାହିଁଲେ ଏଭଳି ଟାଟୁ ଗୋଇଠିରେ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ। ଆଉ ଆବଶ୍ୟକ ପଡିଲେ ଆଙ୍କଲ୍‌ ଲେନ୍ଥ ବୁଟ୍‌ ପିନ୍ଧି ଏହାକୁ ଲୁଚାଇ ବି ପାରିବେ।

କାନର ପଛ ଭାଗରେ: କାନର ପଛ ଭାଗରେ ଟାଟୁ କରିବା ବି ଏବେ ଏକ ଲାଟେଷ୍ଟ ଫ୍ୟାଶନ କହିଲେ ଚଳେ। ଯେହେତୁ ଏ ସ୍ଥାନଟି ଚୁଟି ପାଖରେ ରହିଥାଏ, ତେଣୁ ସବୁବେଳେ ଏହି ଟାଟୁ ବାହାରକୁ ଦେଖାଯାଏ ନାହିଁ। ତଥାପି ବି ଏହା ସୁନ୍ଦର ଲାଗିଥାଏ। ଆପଣ ଚାହିଁଲେ ଏହି ଟାଟୁକୁ କାନର ପଛ ଭାଗରୁ ଆରମ୍ଭ କରି ବେକ ପର୍ଯ୍ୟନ୍ତ ମଧ୍ୟ କରିପାରିବେ। ହେଲେ ଏ ସ୍ଥାନରେ ଟାଟୁ କଲାବେଳେ ଖୁବ୍‌ କଷ୍ଟ ସହିବାକୁ ପଡିଥାଏ।

କାନ ଉପରେ: ଯଦି ଆପଣଙ୍କୁ କ୍ୟୁଟ୍‌ ତଥା ଛୋଟ ସାଇଜ୍‌ର ଟାଟୁ କରିବା ପସନ୍ଦ, ତା’ହେଲେ କାନର ଉପରି ଭାଗରେ ଏହାକୁ ଟ୍ରାଏ କରନ୍ତୁ, ଟିକେ ଡିଫରେଣ୍ଟ ଲୁକ୍‌ ମିଳିବ। ହେଲେ ଏଥିପାଇଁ ବି ଟିକେ କଷ୍ଟ ସହିବାକୁ ପଡିବ।
କାନ୍ଧ ଉପରେ: ଆପଣ ଆପଣଙ୍କର ବ୍ୟକ୍ତିତ୍ୱକୁ ସୁହାଇଲା ଭଳି କୌଣସି ଛବି କିମ୍ବା ଅକ୍ଷରକୁ ଟାଟୁ ମାଧ୍ୟମରେ ନିଜ କାନ୍ଧ ଉପରେ କରି ଡିଫରେଣ୍ଟ ଲୁକ୍‌ ବି ପାଇପାରିବେ।

କେବଳ ଏତିକି କୁହାଯାଇପାରେ, ଟାଟୁକୁ ଶରୀରର ଯେ କୌଣସି ସ୍ଥାନରେ କରନ୍ତୁ ନା କାହିଁକି ଏହା କଷ୍ଟଦାୟକ ତ ନିଶ୍ଚିତ ଭାବେ ହୋଇଥାଏ। ହେଲେ ଆପଣ ଏହାକୁ କେଉଁ ସ୍ଥାନରେ ଓ କିଭଳି କରିବେ ତାହା ଆପଣଙ୍କ ପସନ୍ଦ ଏବଂ କଷ୍ଟ ସହିବାର କ୍ଷମତା ଉପରେ ହିଁ ନିର୍ଭର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri