Posted inଫୁରସତ

ନିଆରା ସ୍ରଷ୍ଟା: ପ୍ରଶିକ୍ଷଣ ବିନା ଯିଏ କରିଛନ୍ତି ଉଦ୍ଭାବନ

ମଣିଷର କୌଣସି ଆବଶ୍ୟକତା ଯେତେବେଳ ତାକୁ ବ୍ୟତିବ୍ୟସ୍ତ କରିପକାଏ ସେ ସମାଧାନର ବାଟ ଖୋଜିଥାଏ। ସେଥିପାଇଁ କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ତେବେ ଏଥିପାଇଁ କୌଣସି ସ୍ବତନ୍ତ୍ର ଗବେଷଣାଗାର ବି ଦରକାର ପଡ଼େନା । ବିନା ଗବେଷଣାଗାରରେ କେହିକେହି ତିଆରି କରିଥାନ୍ତି କିଛି ନିଆରା ଯନ୍ତ୍ରପାତି। ସେମିତି କେତେଜଣଙ୍କ ସମ୍ପର୍କରେ..

ସୋଲାର ଔଷଧ ସ୍ପ୍ରେ ମେଶିନ ତିଆରି କଲେ ଯୁବକ: ଆମ ଦେଶ ସାଧାରଣତଃ କୃଷିପ୍ରଧାନ ଦେଶ। ଚାଷକ୍ଷେତ୍ରରେ ଉନ୍ନତି ଘଟିଲେ ଦେଶର ବିକାଶ ହୋଇପାରିବ। ତେବେ ଆଧୁନିକ ଜ୍ଞାନକୌଶଳକୁ ପୁଞ୍ଜିକରି ଅନେକ ପ୍ରକାରର କୃଷି ଉପକରଣ ଯନ୍ତ୍ରପାତି ନିର୍ମାଣ ହୋଇପାରିଛି। ଶସ୍ୟ କ୍ଷେତ୍ର ଏବଂ ବୃକ୍ଷଲତାରେ ବିଭିନ୍ନ ସମୟରେ ଲାଗୁଥିବା କୀଟଗୁଡ଼ିକୁ ଦମନ କରିବା ପାଇଁ ଅନେକ ସମୟରେ ଔଷଧ ସିଞ୍ଚନ କରାଯାଇଥାଏ । କିନ୍ତୁ ଜଣେ ଯୁବକ ନିଜର ବୁଦ୍ଧି ଖଟାଇ ଏକ ଔଷଧ ସିଞ୍ଚନ ଯନ୍ତ୍ର ନିର୍ମାଣ କରିପାରିଛନ୍ତି। ସେ ହେଲେ ତତ୍‌ସତ୍‌ ସ୍ବାଇଁ। ବୟସ ୧୯ବର୍ଷ। ବାପାଙ୍କ ନାମ ବିଶ୍ୱନାଥ ସ୍ବାଇଁ। ମା’ ପ୍ରମିଳା ସ୍ବାଇଁ। ତତ୍‌ସତ୍‌ ଜଣେ ଇଲେଟ୍ରିକାଲ ଇଞ୍ଜିିନିୟର ଛାତ୍ର। ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସାନଶାସନ ଗ୍ରାମପଞ୍ଚାୟତର ବାହାଦୁର ନଗରରେ। ମାତ୍ର ଘର ଚଳିବାରେ ତତ୍‌ସତ୍‌ ବାପାଙ୍କୁ ସାହାଯ୍ୟ କରିଥାନ୍ତି। ଏଥିପାଇଁ ସେ ଅନେକ ସମୟରେ କୃଷିକ୍ଷେତ୍ରରେ କାର୍ଯ୍ୟ ବି କରିଥାନ୍ତି। ତାଙ୍କ ଚାଷଜମିରେ ଯେଉଁ ଫସଲ କରିଥାନ୍ତି, ସେଥିରେ ଯେଉଁ କୀଟ ଆଦି ପୋକ ଲାଗନ୍ତି ତାହାକୁ ଦମନ ପାଇଁ ସେ ଔଷଧ ସିଞ୍ଚନ ଯନ୍ତ୍ରର ବ୍ୟବହାର କରୁଥିଲେ। ମାତ୍ର ତାହାର ହ୍ୟାଣ୍ଡେଲକୁ ବାରମ୍ବାର ଚାପିବାକୁ ପଡ଼ୁଥିଲା। ଏହା କିପରି ଆଉ ଟିକେ ସରଳ ଓ ସହଜ ହୋଇପାରିବ ସେଥିପାଇଁ ସେ ଚନ୍ତାକରି ଏକ ସୋଲାର ପ୍ଲେଟ,୧୨ଭୋଲଟ ମୋଟର, ସୋଲାର ପ୍ୟାନେଲ, ବ୍ୟାଟେରି ଦ୍ୱାରା ଏକପ୍ରକାର ସ୍ପ୍ରେ ଯନ୍ତ୍ର ନିର୍ମାଣ କରିପାରିଛନ୍ତି । ଯାହା ଦ୍ୱାରା ଚାଷ କ୍ଷେତ୍ରରେ ସହଜରେ ଔଷଧ ସିଞ୍ଚନ ସୁବିଧାରେ ହୋଇପାରୁଛି । ଖୁବ୍‌ କମ୍‌ ସମୟ ମଧ୍ୟରେ ଅଧିକ ଜାଗାରେ ଚାଷୀ ଏହି ଯନ୍ତ୍ର ଦ୍ୱାରା ତା’ର କୃଷି କାର୍ଯ୍ୟରେ ଔଷଧ ସିଞ୍ଚନ କରିପାରିଥାଏ। ଏଥିରୁ କୃଷକମାନଙ୍କୁ ପୂର୍ବ ମେଶିନ ପରି ହ୍ୟାଣ୍ଡଲ ବ୍ୟବହାର କରିବାକୁ ପଡ଼ୁଥିବାବେଳେ କେବଳ ସୁଇଚ ଟିପିଲେ ଧାନଗଛ ଉପରେ ସିଧା ସଳଖ ଭାବେ ଔଷଧସିଞ୍ଚନ ହୋଇପାରିବ ା ଅନ୍ୟପକ୍ଷେ ଏଥିରୁ ସଞ୍ଚିିତ ବିଦ୍ୟୁତ୍‌ ଶକ୍ତିକୁ ନିଜେ ବ୍ୟବହାର କରିପାରିବେ ା ୩ଟି ଡିସି ଏଲଇଡି ବଲ୍‌ବ ମଧ୍ୟ ଜଳିପାରିବ। ଏହି ଯନ୍ତ୍ର ନିର୍ମାଣ ପାଇଁ ପ୍ରାୟ ୨ମାସ ସମୟ ଲାଗିଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ କେତେକ ମୋଟର ଯାନକୁ ସଫା କରିବାରେ ଏହା ସାହାଯ୍ୟ ବି କରିପାରେ ା ତେବେ ଏପରି ଯନ୍ତ୍ରକୁ ଚାଷ କାର୍ଯ୍ୟରେ ବ୍ୟବହାର ଯୋଗୁ ବେଶ୍‌ ଉପକୃତ ହୋଇପାରିଥିବା ସେ କୁହନ୍ତି।

୬ ବର୍ଷର ବାଳକ ତିଆରିକଲେ ମୋବାଇଲ ଆପ୍‌: ବୟସ ମାତ୍ର ୬ବର୍ଷ । ଏହି ବୟସରେ ସେ ନିଜର ଅନନ୍ୟ ପ୍ରତିଭା ପାଇଁ ସୃଷ୍ଟି କରିପାରିଛନ୍ତି ନିଆରା ପରିଚୟ। ନାମ ଭେଙ୍କଟ ରମଣ ପଟ୍ଟନାୟକ,ବୟସ ୬ବର୍ଷ, ପିତାଙ୍କ ନାମ କୁଳଦୀପ ପଟ୍ଟନାୟକ, ମା’ ଡି. ପ୍ରମିଳା କୁମାରୀ। ସେ ରୁହନ୍ତି ବଲାଙ୍ଗୀର ଜିଲାର ପ୍ୟାଲେସ ଲାଇନରେ। ବାପା ତାଙ୍କର ଜଣେ ଅନ୍‌ଲାଇନ ଉଦ୍ୟୋଗୀ ତଥା ପୂର୍ବତନ ବ୍ୟାଙ୍କ ଅଧିକାରୀ, ମା’ ବଲାଙ୍ଗୀର ସର୍କଲ ଓ୍ବେସ୍କୋର ଡେପୁଟି ମ୍ୟାନେଜର ଭାବେ ଇଲେକ୍ଟ୍ରି ବିଭାଗରେ କାଯର୍‌ୟରତ । କିନ୍ତୁ ଯେଉଁ ବୟସରେ ଭେଙ୍କଟ ରମଣ ଖେଳକୁଦରେ ସମୟ କଟାଇବା କଥା ସେହି ସମୟରେ ସେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟରରେ କିଛି ନୂଆ କରିବାର ପ୍ରୟାସ କରିଥାନ୍ତି। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର କଥାଟି ସତ। କମ୍ପ୍ୟୁଟର ଜରିଆରେ ସେ ନିଜସ୍ବ ଉଦ୍ୟମରେ କିଛି ନୂଆ ସୃଷ୍ଟି ପାଇଁ ଗବେଷଣା କରିଥାନ୍ତି। ଏଥିପାଇଁ ତାଙ୍କର ଖେଳରେ କି ପଢ଼ାରେ ବି ସେମିତି କିଛି ଅସୁବିଧା ଦେଖାଦେଇନି ବରଂ ସବୁଥିରେ ସେ ଆଗୁଆ ରୁହନ୍ତି। ପିଲାଟିର ଏଭଳି ପ୍ରତିଭା ପ୍ରତି ମା’ବାପା ତାଙ୍କୁ ଉତ୍ସାହିତ କରିବା ସହ ତା’ର ପ୍ରତିଭା ବିକାଶରେ ପ୍ରେରଣା ଦେଇଥାନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସ ଖରାଦିନ ଛୁଟିରେ କମ୍ପ୍ୟୁଟର ଭାଷା ପ୍ରତି ତାଙ୍କୁ ଉତ୍ସାହିତ କରିଥିଲେ ତାଙ୍କ ବାପା । ସେ କୁହନ୍ତି ତା’ର ଏ କ୍ଷେତ୍ର ପ୍ରତି ଖୁବ୍‌ ଆଗ୍ରହ ଥିଲା। ଅନ୍‌ଲାଇନରେ ବହୁ ସମୟଧରି ଖୋଜ ଖବର ବା ଗବେଷଣା କରିଥିଲେ । ତାଙ୍କ ବାପା କୁଳଦୀପଙ୍କଠାରୁ ସେ କମ୍ପ୍ୟୁଟର ଶିକ୍ଷା ପାଇଥିଲେ। ଭେଙ୍କଟ ଅନ୍‌ଲାଇନରେ ବହୁତ ଆନନ୍ଦରେ ଶିଖୁଥିଲେ। ଏଥିରେ ଭେଙ୍କଟଙ୍କୁ ତାଙ୍କ ମା’ବାପା ବି ସହଯୋଗ କରୁଥିଲେ । ତେବେ ଭେଙ୍କଟ ସ୍କୁଲ ଯିବା ଅପେକ୍ଷା ଅନ୍‌ଲାଇନରେ ପଢ଼ିବାକୁ ପସନ୍ଦ କଲେ। ଏଥିରେ ବି ସେ ପଢ଼ିବା ଆରମ୍ଭ କରିଛନ୍ତି। ଏଥିପାଇଁ ଭେଙ୍କଟଙ୍କ ନାମ କେମ୍ବ୍ରିଜ ବୋର୍ଡରେ ୨ଶ୍ରେଣୀ ହୋମ୍‌ ସ୍କୁଲରେ ଲେଖାହୋଇଛି। ଯେତେଦିନ ଯାଏ ସେ ସ୍କୁଲ ଯିବାକୁ ଇଚ୍ଛା ନ କରିବେ ସେ ପର୍ଯ୍ୟନ୍ତ ସେ ଅନ୍‌ଲାଇନରେ ପଢ଼ିବେ ବୋଲି ତାଙ୍କ ମା’ବାପା କହିଛନ୍ତି। ଏହି ଅନ୍‌ଲାଇନ ପଢ଼ାରେ ତାଙ୍କର ବେଶ୍‌ ଆଗ୍ରହ ରହିଛି। ବର୍ତ୍ତମାନ ସେ ଗୋଟିଏ ପରେ ଗୋଟିଏ ମୋବାଇଲ ଆପ୍‌ ତିଆରି କରିଚାଲିଛନ୍ତି। ଏଯାଏ ସେ ପ୍ରାୟ ୧୫୦ଟି ମୋବାଇଲ ଆପ୍‌ ଗଢିଛନ୍ତି। ଏହି ଆପ୍‌ ଛୁଆମାନଙ୍କୁ ଭଲ ମଣିଷ ହେବା ପାଇଁ ମାର୍ଗ ଦର୍ଶନ କରିଥାଏ। କାରଣ ଏଥିରେ ବ୍ୟବହାରରେ ଭଲ ନୀତି ନିୟମ ପାଳନ କରୁଥିବା ପିଲାମାନଙ୍କୁ ପୁରସ୍କାର ଆକାରରେ ପଏଣ୍ଟ ମିଳିଥାଏ। ବର୍ତ୍ତମାନ ଭେଙ୍କଟ ଗୋଟିଏ କ୍ୱିଜ ଆପ୍‌ ମଧ୍ୟ ଗଢିବାରେ ବ୍ୟସ୍ତ । ଗୋଟିଏ ରୋବଟ ତିଆରି କରି ସାରିଛନ୍ତି। ଏଥିରେ ତାଙ୍କ ମାତାପିତା ମଧ୍ୟ ସହଯୋଗ କରିଥାନ୍ତି। ଭେଙ୍କଟ କୁହନ୍ତି ଏମିତି କମ୍ପ୍ୟୁଟରରେ ଆପ୍‌ କରିବା ମୋତେ ଖୁସି ଲାଗେ। ବିଭିନ୍ନ ଅନୁଷ୍ଠାନ ତରଫରୁ ଏକାଧିକ ପୁରସ୍କାର ପାଇଛନ୍ତି।

ଚାଷୀ ତିଆରି କଲେ କୃଷି ଯନ୍ତ୍ର: ଏକ ନିପଟ ଆଦିବାସୀ ଅଧ୍ୟୁଷିତ ଗାଁର ଜଣେ ଯୁବକ। ସେ ଇଞ୍ଜିନିୟରିଂ ପାଠ ପଢ଼ିନାହାନ୍ତି, ମାତ୍ର ନିଆରା କୃଷିଯନ୍ତ୍ର ତିଆରି କରିଛନ୍ତି । ଏହି ଯନ୍ତ୍ରକୁ ଚାଷ କାମରେ ଲଗାଇ ସେ ସଫଳ ହୋଇପାରିଥିବାରୁ ଅନ୍ୟଚାଷୀମାନେ ତାଙ୍କଠାରୁ ସେହି ଯନ୍ତ୍ରକୁ କିଣି ବେଶ୍‌ ଉପକୃତ ହୋଇପାରୁଛନ୍ତି। ସେ ହେଲେ ମାଧବ ବେହେରା । ପିତା ମାଙ୍କୁ ବେହେରା। ମା’ ମାଳତି ବେହେରା। ଘର ଗଜପତି ଜିଲା ଆର.ଉଦୟଗିରି ବ୍ଲକ ସୁବଲଡ଼ା ଗ୍ରାମପଞ୍ଚାୟତର ଫୁକା ଗାଁରେ। ଏହି ଗାଁରେ ଥିବା ତାଙ୍କର ପ୍ରାୟ ୫ ଏକର ଚାଷଜମିରେ ଏକ ଫାର୍ମ କରି ସେଥିରୁ ଭଲ ରୋଜଗାର କରିପାରୁଛନ୍ତି। ଏହି ଗାଁର ଚାଷୀଙ୍କ ପାଇଁ ଆଧୁନିକ ପ୍ରଣାଳୀରେ ଚାଷ ସ୍ବପ୍ନ ଥିଲା। ଏବେ ନିଜ ଫାର୍ମରେ ବିଭିନ୍ନ ପନିପରିବା ଚାଷ କରିବା ସହିତ ଏକ କୃଷିଯନ୍ତ୍ର ତିଆରି କରି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ମାଧବ କୁହନ୍ତି, ସ୍ଥାନୀୟ ରାମଗିରି କଲେଜରୁ ଯୁକ୍ତ୨ ପାସ୍‌ ପରେ ଚାଷ ପ୍ରତି ମନ ବଳାଇଲି। ଅନେକ ଚିନ୍ତା କରି କୃଷିକ୍ଷେତ୍ର ପାଇଁ ୨୦୧୦ ମସିହାରୁ କେତେକ ଯନ୍ତ୍ର ବାହାର କରିଥିଲି। ଏହି ଯନ୍ତ୍ରକୁ ନିକଟସ୍ଥ କମାରଶାଳରେ ତିଆରି କରାଯାଇଥିଲା। ଗୋଟିଏ ଯନ୍ତ୍ର ତିଆରି ପାଇଁ ପ୍ରାୟ ଗୋଟିଏ ଦିନ ଲାଗିବ। ଏହାଦ୍ୱାରା ମାଟି ଖୋସା, ଘାସ ବାଛିବାଠାରୁ ଆରମ୍ଭ କରି ସାର ପକାଇବା ଯାଏ କାର୍ଯ୍ୟ ହୋଇପାରିଲା। ଏଥିଯୋଗୁ ଚାଷ କାମ ସହଜ ହେଉଛି। ଏଭଳି ଯନ୍ତ୍ରର କାର୍ଯ୍ୟକାରିତାକୁ ଦେଖି ଆଖପାଖର ଲୋକେ ଖୁବ୍‌ ପ୍ରଶଂସା କଲେ ଏବଂ ସେହି ଯନ୍ତ୍ରକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କଲେ। ଫଳରେ ଏହି ଯନ୍ତ୍ର ବ୍ୟବସାୟ ବି ହୋଇପାରିଲା। ଏଥିଯୋଗୁ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଲି। ନିଜ ନାଁ ମାଧବ ବେହେରାରୁ ଏମ.ବି. ଅଲ୍‌ରାଉଣ୍ଡର ନାମରେ ଯନ୍ତ୍ରପାତି ତିଆରି କରି ୫ହଜାର ଟଙ୍କାରେ ବିକ୍ରି ହୋଇପାରୁଛି। ଏଯାଏ ୩୦ଟି ଯନ୍ତ୍ର ବିକ୍ରି ହୋଇଛି । କେତେକ ବ୍ୟକ୍ତି ଏହି କୃଷିଯନ୍ତ୍ର ନେବାକୁ ଅଗ୍ରିମ ବରାଦ ଦେଇଛନ୍ତି । ଜଣେ ସାଧାରଣ ଯୁବଚାଷୀ ଭାବେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଛି।

ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର ତିଆରିକଲେ ଯୁବକ: ତାଙ୍କ ମା’ଙ୍କ ଦେହ ଅସୁସ୍ଥ ଥିଲା ମାତ୍ର ଔଷଧଭାବେ ଆବଶ୍ୟକ ପଡ଼ୁଥିଲା କଡ଼କନାଥ କୁକୁଡ଼ା ଅଣ୍ଡାଟିଏ । ଏଥିପାଇଁ ସେ ଅନେକ ସ୍ଥାନ ଘୂରିବୁଲିଛନ୍ତି । କିନ୍ତୁ ଯେବେ ତାଙ୍କୁ ମିଳିଗଲା ସେହି ପ୍ରଜାତିର କୁକୁଡ଼ା ଅଣ୍ଡାଟିଏ ତେବେ ସେ ତାକୁ ନେଇ ଦେଖିଲେ ନିଆରା ସ୍ବପ୍ନ । ତା’ ପରେ ସେ ତିଆରିକରିଥିବା ଯନ୍ତ୍ରରେ ଅଣ୍ଡାରୁ ଚିଆଁ ଫୁଟାଇବାରେ ସଫଳହେଲେ । ଏବେ ଏହା ସାଧାରଣରେ ବେଶ୍‌ ଚର୍ଚ୍ଚା ହେଉଛି। ସେ ହେଲେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତ ଚଣ୍ଡିଆପଲ୍ଲା ଗଁାର ରାକେଶ କୁମାର ସ୍ବାଇଁ ଓରଫ ପପୁ । ପିତା ପ୍ରମୋଦ ସ୍ବାଇଁ, ମା’ ପ୍ରତିମା ସ୍ବାଇଁ। ରାକେଶ ଦଶମଶ୍ରେଣୀ ଯାଏ ପଢ଼ିଛନ୍ତି। ରାକେଶ କୁହନ୍ତି, ବୋଉର ଡାଇବେଟିସ୍‌ ରୋଗ କମାଇବା ପାଇଁ ଦରକାର ପଡୁଥିଲା ଝାଡ଼ଖଣ୍ଡ କୁକୁଡ଼ା କଡକନାଥର ଅଣ୍ଡା । ଏଥିପାଇଁ ବହୁ ଖୋଜାଖୋଜି କରିବାକୁ ପଡ଼ିଥିଲା। ପରେ ଏହି ବିରଳ ପ୍ରଜାତିର କୁକୁଡ଼ା ଅଣ୍ଡା ସଂଗ୍ରହ ପାଇଁ ରାସ୍ତାରେ ଗଲାବେଳେ ଶରଧାପୁରର ମୁନା ଭାଇଙ୍କ ଗ୍ୟାରେଜଠାରେ ଏହି ପ୍ରଜାତିର କୁକୁଡା ଦେଖିବାକୁ ପାଇଥିଲି । ବହୁ କଷ୍ଟରେ ଏଠାରୁ ଗୋଟିଏ ଅଣ୍ଡା ସଂଗ୍ରହ କରିଥିଲି। କିନ୍ତୁ ଏହି ଗୋଟିଏ ଅଣ୍ଡା ମିଳିବାପରେ ଏହାକୁ ବୋଉଙ୍କୁ ଖାଇବାକୁ ଦେବି ନା ଏଥିରୁ ଚିଆଁ ଫୁଟାଇ ଏହି ବିରଳ ପ୍ରଜାତି କୁକୁଡା ବଂଶ ବଢ଼ାଇ ପାରିବି ସେହି ଚିନ୍ତା ଘାରିଥିଲା। ଶେଷରେ ଦୃଢ ନିଷ୍ପତ୍ତି ନେଇ ଏକ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର ନିର୍ମାଣ କରିଥିଲି। ସେଥିରେ ଅଣ୍ଡାରୁ ଚିଆଁ ଫୁଟାଇ କୁକୁଡ଼ା ବଂଶ ବଢ଼ାଇବାରେ ସକ୍ଷମ ହୋଇପାରିଛି। ତେବେ ବଜାରରୁ କିଛି ସରଞ୍ଜାମ ଯୋଗାଡ଼ କରି ଦେଶୀୟ କୌଶଳରେ ଏହି ଯନ୍ତ୍ର ତିଆରି କରିଛି। ଏହି ଯନ୍ତ୍ରରେ ୧୨ଭୋଲ୍‌ଟର ଡିସିଫ୍ୟାନ, ତାପମାତ୍ରା ମେଶିନ୍‌, ତାପମାତ୍ରା କଣ୍ଟ୍ରୋଲ ପାଇଁ ରିଲେ ମେଶିନ, ଅଧାଲିଟର ପାଣିପାତ୍ର। ୨୦ ଦିନଧରି ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ରରେ ଅଣ୍ଡା ରହିବା ପରେ ଚିଆଁ ଜନ୍ମ ହୋଇଛି । ପ୍ରଥମେ ଏହି ଯନ୍ତ୍ରରେ ଅଣ୍ଡାରୁ ଚିଆଁ ବାହାରିବା ପରେ ଖୁସି ହୋଇପଡ଼ିଥିଲି। ୨ୟ ପର୍ଯ୍ୟାୟରେ ଏହି ମେଶିନରୁ ୧୬ଟି କୁକୁଡା ଚିଅଁା ବାହାରିଛନ୍ତି । ତେବେ ସେ ଯନ୍ତ୍ରରେ ୨୦ଟି ଅଣ୍ଡା ରଖିଥିଲେ । ପ୍ରଥମ ଚିଆଁଟି ୫୦ ଦିନର ହୋଇସାରିଲାଣି । ଅନ୍ୟ ଚିଆଁଗୁଡିକ ୨୦ ଦିନର । ଏବେ ପୁଣି ୪୦ଟି ଅଣ୍ଡାକୁ ଯନ୍ତ୍ରରେ ରଖାଯାଇଛି । ଅଣ୍ଡାରୁ ଚିଆଁ ଫୁଟିବା ପାଇଁ ୨୦ ଦିନ ଲାଗୁଛି । ଏହି ଯନ୍ତ୍ରରେ ବିରଳ ପ୍ରଜାତିର କୁକୁଡା ଚିଆଁ ଜନ୍ମ ଦେବାରେ ଉଦ୍ୟମ ସଫଳ ହୋଇଛି । ଏବେ ତାଙ୍କ ଘରେ ଝାଡ଼ଖଣ୍ଡର କଡକନାଥ, ଆନ୍ଧ୍ର ଦେଶୀ ହାଜରା ଓ ପ୍ୟାରେଡନୋଜ୍‌ ପରି କୁକୁଡା ଦେଖିବାକୁ ମିଳୁଛି । ତେବେ ପ୍ରଥମ ଅଣ୍ଡାରୁ ଛୁଆଫୁଟା ଯନ୍ତ୍ରରେ ୮୦୦ ଟଙ୍କା ଓ ୨ୟରେ ୩ ହଜାର ୫୦୦ ଟଙ୍କା ଖର୍ଚ୍ଚା ହୋଇଛି । ପୁଣି ନୂଆ ଜ୍ଞାନକୌଶଳରେ ଏକ ନୂଆ ଯନ୍ତ୍ର ତିଆରି ଚାଲିଛି । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ସ୍ବଳ୍ପ ଖର୍ଚ୍ଚରେ ଏହି ଯନ୍ତ୍ର ନିର୍ମାଣ ହୋଇପାରିବ ବୋଲି ସେ କହିଛନ୍ତି।
-ବନବିହାରୀ ବେହେରା
ମନୋଜ ବାରିକ, ବୃନ୍ଦାବନ ଗୌଡ଼, ଲୋକନାଥ ମିଶ୍ର 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?