ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..

ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍‌ ବି କିଛି କମ୍‌ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ ଆଉ କିଛି ଲୋକ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଏହାକୁ ଟ୍ରାଏ କରିଥାନ୍ତି। ତେବେ ଶରୀରର କେଉଁ କେଉଁ ସ୍ଥାନରେ ଟାଟୁ କଲେ ଏହା ଆକର୍ଷଣୀୟ ଲାଗେ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବେକର ପଛପଟେ: ଆଜିକାଲି ବେକର ପଛପଟେ ଟାଟୁ କରିବାକୁ ମହିଳାମାନେ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଆପଣ ବି ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଟାଟୁ ଡିଜାଇନ୍‌କୁ ଏଠାରେ କରିପାରିବେ। ହେଲେ ଏଠାରେ ଟାଟୁ କରିବା ଏତେ ସହଜ କଥା ନୁହେଁ। ଏଥିପାଇଁ ବହୁତ କଷ୍ଟ ସହିବାକୁ ହୋଇଥାଏ। ତା’ସହିତ ଏହି ସ୍ଥାନରେ ଟାଟୁ କଲେ ଯେମିତି ଇନ୍‌ଫେକ୍‌ଶନ୍‌ ନ ହେବ ସେଥିପାଇଁ ବି ସ୍ପେଶାଲ୍‌ କେୟାର୍‌ ନେବାକୁ ପଡିଥାଏ।

କଚଟିରେ: ଏହି ସ୍ଥାନରେ ଟାଟୁ କରିବାକୁ ଖୁବ୍‌ କମ୍‌ ସମୟ ଲାଗିବା ସହ କଷ୍ଟ ବି ଟିକେ କମ୍‌ ହୋଇଥାଏ। ତା’ଛଡ଼ା ବଡ଼ ସାଇଜ୍‌ର ଟାଟୁ ତୁଳନାରେ ଛୋଟ ସାଇଜ୍‌ର ଟାଟୁ ହିଁ ଏ ସ୍ଥାନକୁ ଭଲ ମାନିଥାଏ। ଯଦ୍ଦ୍ବାରା ଆବଶ୍ୟକ ପଡିଲେ ଘଣ୍ଟା କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧି ଏହାକୁ ଆରାମରେ ଲୁଚାଇ ହୁଏ। ହେଲେ ଧ୍ୟାନ ରଖିବେ, ଟାଟୁର ଦରଜ ସମ୍ପୂର୍ଣ୍ଣ ନ କମିଲା ପର୍ଯ୍ୟନ୍ତ କଚଟିରେ ନା ଘଣ୍ଟା ପିନ୍ଧିବେ ନା କୌଣସି ଜୁଏଲେରି ପିନ୍ଧିବେ। ନଚେତ୍‌ ଇନ୍‌ଫେକ୍‌ଶନ୍‌ ହେବାର ସମ୍ଭାବନା ଥାଏ।

ଆଙ୍ଗୁଠିରେ: ଆଙ୍ଗୁଠିରେ ସାଧାରଣତଃ ଛୋଟ ଛୋଟ ସାଇଜ୍‌ର ଟାଟୁ କଲେ ଷ୍ଟାଇଲିଶ୍‌ ଲାଗିଥାଏ। ଆଜିକାଲି ତ ଦେଖିବାକୁ ମିଳୁଛି ଯୁବତୀମାନେ ଛୋଟ ଛୋଟ ଫୁଲ, ସୂର୍ଯ୍ୟ କିମ୍ବା ସ୍ବସ୍ତିକ ଚିହ୍ନ ଅବା ଓମ୍‌ର ଟାଟୁ କରି ଆଙ୍ଗୁଠିଗୁଡ଼ିକୁ ଆକର୍ଷଣୀୟ ଲୁକ୍‌ ଦେଇପାରୁଛନ୍ତି। ଆପଣ ବି ଚାହିଁଲେ ଏହି ଷ୍ଟାଇଲ୍‌କୁ ଅନୁକରଣ କରିପାରିବେ।

ଗୋଇଠିରେ: ଗୋଇଠି ଉପରେ ଟାଟୁ କରିବା ଆଜିକାଲି ଯେମିତି ଗୋଟେ ଟ୍ରେଣ୍ଡ ପାଲଟି ଗଲାଣି। ଫ୍ୟାଶନ ପାଇଁ ଯୁବପିଢିମାନେ ଲତା କିମ୍ବା ଫୁଲ ଷ୍ଟାଇଲ୍‌ର ଛୋଟ ଛୋଟ ଟାଟୁ ଏହି ସ୍ଥାନରେ କରୁଛନ୍ତି। ଆପଣ ବି ଚାହିଁଲେ ଏଭଳି ଟାଟୁ ଗୋଇଠିରେ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ। ଆଉ ଆବଶ୍ୟକ ପଡିଲେ ଆଙ୍କଲ୍‌ ଲେନ୍ଥ ବୁଟ୍‌ ପିନ୍ଧି ଏହାକୁ ଲୁଚାଇ ବି ପାରିବେ।

କାନର ପଛ ଭାଗରେ: କାନର ପଛ ଭାଗରେ ଟାଟୁ କରିବା ବି ଏବେ ଏକ ଲାଟେଷ୍ଟ ଫ୍ୟାଶନ କହିଲେ ଚଳେ। ଯେହେତୁ ଏ ସ୍ଥାନଟି ଚୁଟି ପାଖରେ ରହିଥାଏ, ତେଣୁ ସବୁବେଳେ ଏହି ଟାଟୁ ବାହାରକୁ ଦେଖାଯାଏ ନାହିଁ। ତଥାପି ବି ଏହା ସୁନ୍ଦର ଲାଗିଥାଏ। ଆପଣ ଚାହିଁଲେ ଏହି ଟାଟୁକୁ କାନର ପଛ ଭାଗରୁ ଆରମ୍ଭ କରି ବେକ ପର୍ଯ୍ୟନ୍ତ ମଧ୍ୟ କରିପାରିବେ। ହେଲେ ଏ ସ୍ଥାନରେ ଟାଟୁ କଲାବେଳେ ଖୁବ୍‌ କଷ୍ଟ ସହିବାକୁ ପଡିଥାଏ।

କାନ ଉପରେ: ଯଦି ଆପଣଙ୍କୁ କ୍ୟୁଟ୍‌ ତଥା ଛୋଟ ସାଇଜ୍‌ର ଟାଟୁ କରିବା ପସନ୍ଦ, ତା’ହେଲେ କାନର ଉପରି ଭାଗରେ ଏହାକୁ ଟ୍ରାଏ କରନ୍ତୁ, ଟିକେ ଡିଫରେଣ୍ଟ ଲୁକ୍‌ ମିଳିବ। ହେଲେ ଏଥିପାଇଁ ବି ଟିକେ କଷ୍ଟ ସହିବାକୁ ପଡିବ।
କାନ୍ଧ ଉପରେ: ଆପଣ ଆପଣଙ୍କର ବ୍ୟକ୍ତିତ୍ୱକୁ ସୁହାଇଲା ଭଳି କୌଣସି ଛବି କିମ୍ବା ଅକ୍ଷରକୁ ଟାଟୁ ମାଧ୍ୟମରେ ନିଜ କାନ୍ଧ ଉପରେ କରି ଡିଫରେଣ୍ଟ ଲୁକ୍‌ ବି ପାଇପାରିବେ।

କେବଳ ଏତିକି କୁହାଯାଇପାରେ, ଟାଟୁକୁ ଶରୀରର ଯେ କୌଣସି ସ୍ଥାନରେ କରନ୍ତୁ ନା କାହିଁକି ଏହା କଷ୍ଟଦାୟକ ତ ନିଶ୍ଚିତ ଭାବେ ହୋଇଥାଏ। ହେଲେ ଆପଣ ଏହାକୁ କେଉଁ ସ୍ଥାନରେ ଓ କିଭଳି କରିବେ ତାହା ଆପଣଙ୍କ ପସନ୍ଦ ଏବଂ କଷ୍ଟ ସହିବାର କ୍ଷମତା ଉପରେ ହିଁ ନିର୍ଭର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri