Posted inଖେଳ

ଶରଣାର୍ଥତ୍ ଭାବେ ଅଲିମ୍ପିକ୍ସରେ ଖେଳିପାରିବେ ଇରାନିଆନ ମୋଲାଇ

ଟୋକିଓ,୨।୯(ଏଏଫ୍‌ପି): ନିକଟରେ ବିଶ୍ୱ ଚାମ୍ପିୟନଶିପ ପ୍ରିତଯୋଗିତାରେ ଏକ ଫାଇଟ୍‌ ଜାଣିଶୁଣି ହାରିବା ପାଇଁ ନିର୍ଦ୍ଦେଶ ପାଇଥିବା ନେଇ ଦାବି କରୁଥିବା ଇରାନିଆନ ଜୁଡୋ ଷ୍ଟାର ସାଇଦ ମୋଲାଇ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଖେଳିପାରନ୍ତି। କିନ୍ତୁ ତାଙ୍କୁ ଶରଣାର୍ଥୀ ଆଥ୍‌ଲେଟ୍‌ ଭାବେ ଅଂଶଗ୍ରହଣ କରିବାକୁ ପଡ଼ିପାରେ। ଅନ୍ତର୍ଜାତୀୟ ଜୁଡୋ ଫଡେରେଶନ (ଆଇଜେଏଫ୍‌) ସଭାପତି ମାରିଅସ ଭିଜେର ରବିବାର ପୂର୍ବତନ ବିଶ୍ୱ ଚାମ୍ପିୟନ ମୋଲାଇଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି। ଜୁଡୋ ଆଥଲେଟଙ୍କୁ ସୁରକ୍ଷା ଦେବା ଆମ କାର୍ଯ୍ୟ। ତାଙ୍କୁ ଅଲିମ୍ପିକ୍ସରେ ଖେଳାଇବା ପାଇଁ ଆମ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯିବ। କିନ୍ତୁ ସେ କେଉଁ ଦଳରୁ ପ୍ରତିନିଧିତ୍ୱ କରିବେ, ସେ ନେଇ ଆମେ ପରେ ଚିନ୍ତା କରିବା ବୋଲି ଭିଜେର କହିଛନ୍ତି। ଉଲ୍ଲେଖଥାଉ କି, ପୁରୁଷ ୮୧ କିଲୋ କ୍ଲାସରେ ମୋଲାଇ ବେଲଜିୟମର ମାଥିଆସ କାସେଙ୍କଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲେ। ଏହାପରେ ଇସ୍ରାଏଲର ଆଥ୍‌ଲେଟ ସାଗି ମୁକିଙ୍କ ବିପକ୍ଷ ମ୍ୟାଚ୍‌କୁ ଟାଳିବା ପାଇଁ ଇରାନିଆନ କର୍ମକର୍ତ୍ତା ଜାଣିଶୁଣି ଏକ ମୁକାବିଲା ହାରିବାକୁ ତାଙ୍କ ଉପରେ ଚାପ ପକାଇଥିବା ମୋଲାଇ ଦାବି କରିଥିଲେ। ଏ ସମ୍ପର୍କରେ ଭିଜେର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ପ୍ରଥମେ ତାଙ୍କ କ୍ୟାରିୟର ଜାରି ରଖିବା ପାଇଁ ଆମେ ସବୁକିଛି କରିବୁ। ଚଳିତ ସପ୍ତାହରେ ଏକ ଆପତ୍ତକାଳୀନ ବୈଠକ ଡକାଯିବ। ଏଥିରେ ମୋଲାଇ ଓ ତାଙ୍କ ପରିବାର ଉପରେ ରାଜନୈତିକ ଚାପ ପ୍ରୟୋଗ କିମ୍ବା ଧମକ ଦିଆଯାଇଥିବା ଅଭିଯୋଗ ଉପରେ ତଦନ୍ତ ହେବ। ଏହାପରେ ଇରାନିଆନ ଜୁଡୋ ଫେଡେରେଶନକୁ ଦଣ୍ଡିତ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri