Posted inଜାତୀୟ

ଲୋକଙ୍କ ସ୍ବପ୍ନ ପୂରଣରେ ଆନନ୍ଦ ମିଳେ: ମୋଦି

ନୂଆଦିଲ୍ଲୀ, ୧୩ା୮ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦୁଃସାହସିକ ଅଭିଯାତ୍ରୀ ବିଅର ଗ୍ରିଲ୍ସଙ୍କୁ ନେଇ ନିର୍ମିତ ଏପିସୋଡ୍‌ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ସୋମବାର ରାତିରେ ଡିସ୍‌କଭରି ଚ୍ୟାନେଲରେ ପ୍ରଦର୍ଶିତ ହୋଇଛି। ଉଭୟେ ଜଙ୍ଗଲ ମଧ୍ୟରେ ବୁଲିବା ଓ ନଦୀରେ ଭ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମୋଦି ଗ୍ରିଲ୍ସଙ୍କ ସହ ଅନ୍ତରଙ୍ଗ ଆଳାପ କଲାବେଳେ ପ୍ରକୃତିର ସଂରକ୍ଷଣ ଓ ସ୍ବଚ୍ଛତା ସମ୍ପର୍କରେ ଆଲୋଚନା କରିଛନ୍ତି। ଉତ୍ତରାଖଣ୍ଡର ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନରେ ପ୍ରବଳ ଥଣ୍ଡା ଓ ବର୍ଷାକୁ ଖାତିର ନ କରି ସେମାନେ ଭ୍ରମଣ କରୁଥିବାବେଳେ ଜନସାଧାରଣଙ୍କ ସ୍ବପ୍ନ ପୂରଣ କରିବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ମୋଦି କହିଛନ୍ତି।
ଗ୍ରିଲ୍ସ ମୋଦିଙ୍କୁ ତାଙ୍କ ପିଲାଦିନ, ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଜୀବନରେ ସେ କାହାକୁ ଭୟ କରନ୍ତି କି ନାହିଁ, ରାଜନୈତିକ ର଼୍ୟାଲିରେ କେବେ ଛାନିଆ ଅନୁଭବ କରିଛନ୍ତି କି ବୋଲି ମଧ୍ୟ ଗ୍ରିଲ୍ସ ପଚାରିଥିଲେ। ଛାନିଆ ହେବା ତାଙ୍କର ସ୍ବଭାବ ନୁହେଁ ବୋଲି ମୋଦି କହିବା ସହ ସେଭଳି ଭୟ କେବେ ଅନୁଭବ କରି ନ ଥିବା କହିଛନ୍ତି। ସେ ସବୁଥିରେ ସକାରାତ୍ମକତା ଦେଖିଥାନ୍ତି। ତେଣୁ କେବେ ଦୁଃଖୀ ହୋଇନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଯୁବପିଢ଼ିଙ୍କ

ପାଇଁ ଏକ ବଳିଷ୍ଠ ବାର୍ତ୍ତା ବୋଲି ଗ୍ରିଲ୍ସ କହିଛନ୍ତି। ପ୍ରକୃତିକୁ ଭଲ ପାଇବା ସହ ବଞ୍ଚତ୍ବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି। ପ୍ରକୃତିକୁ ନିଜର ଆବଶ୍ୟକତା ପାଇଁ ଲୁଣ୍ଠନ ନ କରି ଏହାକୁ ଭବିଷ୍ୟତ ବଂଶଧରଙ୍କ ପାଇଁ ଛାଡିଦେବାକୁ ସେ ପରାମର୍ଶ ଦେଇଛନ୍ତି। ସାରା ବିଶ୍ୱ ଏକ ପରିବାର। ‘ବସୁଧୈବ କୁଟୁମ୍ବକମ୍‌’ ହେଉଛି ବିଶ୍ୱକୁ ଭାରତର ବାର୍ତ୍ତା ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ହେବାକୁ କେବେ ସ୍ବପ୍ନ ଦେଖିଥିଲେ କି ବୋଲି ଗ୍ରିଲ୍ସ ପ୍ରଶ୍ନ କରିବାରୁ ମୋଦି କହିଥିଲେ, ଦେଶର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ସେ ୧୩ ବର୍ଷ କାର୍ଯ୍ୟ କରିଥିଲେ। ପରେ ଦେଶ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ସେ ୫ ବର୍ଷ ହେଲା ଉକ୍ତ କାର୍ଯ୍ୟ କରିଆସୁଛନ୍ତି। ତେବେ ବିକାଶ ଉପରେ ତାଙ୍କର ଫୋକସ୍‌ ସବୁବେଳେ ରହିଥିବା ମୋଦି କହିଛନ୍ତି। ସେ କେବଳ ନିଜ କାମ ଓ ଦାୟିତ୍ୱ କଥା ଚିନ୍ତା କରିଥାନ୍ତି, ପଦବୀକୁ କଦାପି ମୁଣ୍ଡକୁ ନେଇ ନ ଥାନ୍ତି।
ପିଲାଦିନ କଥା ମନେ ପକାଇ ମୋଦି କହିଥିଲେ, ଗରିବ ପରିବାରରେ ବଢ଼ିଥିବାରୁ ସବୁବେଳେ ପ୍ରକୃତି ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ। ପିଲାଦିନେ ଗାଁରେ ବର୍ଷା ହେଲେ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ପୋଷ୍ଟକାର୍ଡ କିଣିବାକୁ ବାପାଙ୍କ ପାଖରେ ପଇସା ନ ଥିଲା ବୋଲି ମୋଦି କହିଛନ୍ତି। ସେମାନେ ଯେଉଁ ସ୍ଥାନରେ ବୁଲୁଛନ୍ତି ସେଠାରେ ବାଘ ଅଛନ୍ତି ବୋଲି ଗ୍ରିଲ୍ସ କହିବାରୁ ଭଗବାନ ସବୁକିଛିର ଯତ୍ନ ନେଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ନିଜକୁ ଭଲ ଛାତ୍ର କହିପାରିବେ ନାହିଁ। ତେବେ ଦାରିଦ୍ର୍ୟ ସତ୍ତ୍ୱେ ସେ ସବୁବେଳେ ସଫାସୁତୁରା ପୋଷାକ ପିନ୍ଧିବାକୁ ଚାହୁଁଥିଲେ। ତମ୍ବା ବେଲାରେ ତତଲା କୋଇଲା ରଖି ପୋଷାକକୁ ଇସ୍ତ୍ରି କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିଶୋର ଅବସ୍ଥାରେ ସେ ଘର ଛାଡ଼ି ହିମାଳୟ ଚାଲିଯାଇଥିଲେ। ସେ ଆଧ୍ୟାତ୍ମିକ ଜଗତକୁ ଦେଖିବା ପାଇଁ ଚାହିଁଥିଲେ। ସେ ହିମାଳୟରେ କେତେଜଣ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସହ ଦୀର୍ଘ ବର୍ଷ ବିତାଇଥିଲେ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri