Posted inଜାତୀୟ

ଲୋକଙ୍କ ସ୍ବପ୍ନ ପୂରଣରେ ଆନନ୍ଦ ମିଳେ: ମୋଦି

ନୂଆଦିଲ୍ଲୀ, ୧୩ା୮ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦୁଃସାହସିକ ଅଭିଯାତ୍ରୀ ବିଅର ଗ୍ରିଲ୍ସଙ୍କୁ ନେଇ ନିର୍ମିତ ଏପିସୋଡ୍‌ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ସୋମବାର ରାତିରେ ଡିସ୍‌କଭରି ଚ୍ୟାନେଲରେ ପ୍ରଦର୍ଶିତ ହୋଇଛି। ଉଭୟେ ଜଙ୍ଗଲ ମଧ୍ୟରେ ବୁଲିବା ଓ ନଦୀରେ ଭ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମୋଦି ଗ୍ରିଲ୍ସଙ୍କ ସହ ଅନ୍ତରଙ୍ଗ ଆଳାପ କଲାବେଳେ ପ୍ରକୃତିର ସଂରକ୍ଷଣ ଓ ସ୍ବଚ୍ଛତା ସମ୍ପର୍କରେ ଆଲୋଚନା କରିଛନ୍ତି। ଉତ୍ତରାଖଣ୍ଡର ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନରେ ପ୍ରବଳ ଥଣ୍ଡା ଓ ବର୍ଷାକୁ ଖାତିର ନ କରି ସେମାନେ ଭ୍ରମଣ କରୁଥିବାବେଳେ ଜନସାଧାରଣଙ୍କ ସ୍ବପ୍ନ ପୂରଣ କରିବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ମୋଦି କହିଛନ୍ତି।
ଗ୍ରିଲ୍ସ ମୋଦିଙ୍କୁ ତାଙ୍କ ପିଲାଦିନ, ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଜୀବନରେ ସେ କାହାକୁ ଭୟ କରନ୍ତି କି ନାହିଁ, ରାଜନୈତିକ ର଼୍ୟାଲିରେ କେବେ ଛାନିଆ ଅନୁଭବ କରିଛନ୍ତି କି ବୋଲି ମଧ୍ୟ ଗ୍ରିଲ୍ସ ପଚାରିଥିଲେ। ଛାନିଆ ହେବା ତାଙ୍କର ସ୍ବଭାବ ନୁହେଁ ବୋଲି ମୋଦି କହିବା ସହ ସେଭଳି ଭୟ କେବେ ଅନୁଭବ କରି ନ ଥିବା କହିଛନ୍ତି। ସେ ସବୁଥିରେ ସକାରାତ୍ମକତା ଦେଖିଥାନ୍ତି। ତେଣୁ କେବେ ଦୁଃଖୀ ହୋଇନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଯୁବପିଢ଼ିଙ୍କ

ପାଇଁ ଏକ ବଳିଷ୍ଠ ବାର୍ତ୍ତା ବୋଲି ଗ୍ରିଲ୍ସ କହିଛନ୍ତି। ପ୍ରକୃତିକୁ ଭଲ ପାଇବା ସହ ବଞ୍ଚତ୍ବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି। ପ୍ରକୃତିକୁ ନିଜର ଆବଶ୍ୟକତା ପାଇଁ ଲୁଣ୍ଠନ ନ କରି ଏହାକୁ ଭବିଷ୍ୟତ ବଂଶଧରଙ୍କ ପାଇଁ ଛାଡିଦେବାକୁ ସେ ପରାମର୍ଶ ଦେଇଛନ୍ତି। ସାରା ବିଶ୍ୱ ଏକ ପରିବାର। ‘ବସୁଧୈବ କୁଟୁମ୍ବକମ୍‌’ ହେଉଛି ବିଶ୍ୱକୁ ଭାରତର ବାର୍ତ୍ତା ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ହେବାକୁ କେବେ ସ୍ବପ୍ନ ଦେଖିଥିଲେ କି ବୋଲି ଗ୍ରିଲ୍ସ ପ୍ରଶ୍ନ କରିବାରୁ ମୋଦି କହିଥିଲେ, ଦେଶର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ସେ ୧୩ ବର୍ଷ କାର୍ଯ୍ୟ କରିଥିଲେ। ପରେ ଦେଶ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ସେ ୫ ବର୍ଷ ହେଲା ଉକ୍ତ କାର୍ଯ୍ୟ କରିଆସୁଛନ୍ତି। ତେବେ ବିକାଶ ଉପରେ ତାଙ୍କର ଫୋକସ୍‌ ସବୁବେଳେ ରହିଥିବା ମୋଦି କହିଛନ୍ତି। ସେ କେବଳ ନିଜ କାମ ଓ ଦାୟିତ୍ୱ କଥା ଚିନ୍ତା କରିଥାନ୍ତି, ପଦବୀକୁ କଦାପି ମୁଣ୍ଡକୁ ନେଇ ନ ଥାନ୍ତି।
ପିଲାଦିନ କଥା ମନେ ପକାଇ ମୋଦି କହିଥିଲେ, ଗରିବ ପରିବାରରେ ବଢ଼ିଥିବାରୁ ସବୁବେଳେ ପ୍ରକୃତି ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ। ପିଲାଦିନେ ଗାଁରେ ବର୍ଷା ହେଲେ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ପୋଷ୍ଟକାର୍ଡ କିଣିବାକୁ ବାପାଙ୍କ ପାଖରେ ପଇସା ନ ଥିଲା ବୋଲି ମୋଦି କହିଛନ୍ତି। ସେମାନେ ଯେଉଁ ସ୍ଥାନରେ ବୁଲୁଛନ୍ତି ସେଠାରେ ବାଘ ଅଛନ୍ତି ବୋଲି ଗ୍ରିଲ୍ସ କହିବାରୁ ଭଗବାନ ସବୁକିଛିର ଯତ୍ନ ନେଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ନିଜକୁ ଭଲ ଛାତ୍ର କହିପାରିବେ ନାହିଁ। ତେବେ ଦାରିଦ୍ର୍ୟ ସତ୍ତ୍ୱେ ସେ ସବୁବେଳେ ସଫାସୁତୁରା ପୋଷାକ ପିନ୍ଧିବାକୁ ଚାହୁଁଥିଲେ। ତମ୍ବା ବେଲାରେ ତତଲା କୋଇଲା ରଖି ପୋଷାକକୁ ଇସ୍ତ୍ରି କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିଶୋର ଅବସ୍ଥାରେ ସେ ଘର ଛାଡ଼ି ହିମାଳୟ ଚାଲିଯାଇଥିଲେ। ସେ ଆଧ୍ୟାତ୍ମିକ ଜଗତକୁ ଦେଖିବା ପାଇଁ ଚାହିଁଥିଲେ। ସେ ହିମାଳୟରେ କେତେଜଣ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସହ ଦୀର୍ଘ ବର୍ଷ ବିତାଇଥିଲେ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri