ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା ମୀନା ଆଇଆଇଟି କାନପୁରରେ ବି.ଟେକ୍‌ ଓ ଏମ୍‌. ଟେକ୍‌ କରିବା ପରେ ୨୦୧୩ରେ ୟୁପିଏସ୍‌ସିରେ ସଫଳତା ପାଇଥିଲେ। କଳାହାଣ୍ଡି ଜିଲା କେସିଙ୍ଗାର ଏସ୍‌ଡିପିଓ ଭାବେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା। ଏକବର୍ଷ ଦୁଇମାସର କାମ ପରେ ରାଜ୍ୟ ସରକାର ତାଙ୍କୁ ୨୦୧୭ରେ ମାଲକାନଗିରି ଏସ୍‌ପି ଭାବେ ବଦଳି କରିଥିଲେ। ଏବେ ତାଙ୍କୁ ଅନୁଗୋଳ ଦାୟିତ୍ୱ ଦିଆଯାଇଛି। ଶିଳ୍ପ, ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲାରେ ଆଇନଶୃଙ୍ଖଳା ଓ ଖଣି ଖାଦାନ ସମସ୍ୟାକୁ ନେଇ ଥିବା ଅସନ୍ତୋଷ ତାଙ୍କ ପାଇଁ ନିଶ୍ଚିତ ଚ୍ୟାଲେଞ୍ଜ ହେବ। ତଥାପି ମାଲକାନଗିରି ପରି ଅନୁଗୋଳ ଲୋକଙ୍କ ନିକଟତର ହେବା ତାଙ୍କ ଲକ୍ଷ୍ୟ ବୋଲି ମୀନା ପ୍ରକାଶ କରିଛନ୍ତି। ବିଶେଷକରି ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ତାଙ୍କ ଦ୍ୱାର ସର୍ବଦା ଖୋଲା ରହିବ ବୋଲି ନୂଆ ଏସ୍‌ପି କହିଛନ୍ତି।

ଅନୁଗୋଳର ଭୌଗୋଳିକ ଅବସ୍ଥିତି ସହ ଆଇନଶୃଙ୍ଖଳା ମାଲକାନଗିରିଠାରୁ ଭିନ୍ନ। ସେଠିକାର ଅଭିଜ୍ଞତା ଏଠି କେତେ କାମରେ ଆସିବ?
ଅପରାଧ ନିୟନ୍ତ୍ରଣ ମୁଖ୍ୟ ଚ୍ୟାଲେଞ୍ଜ। ତେବେ ଏଥିରେ ଟେକ୍ନୋଲୋଜିର ବ୍ୟବହାର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଆବଶ୍ୟକ ପଡ଼ିଲେ ଜିଲାର ବଛା ବଛା ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଢ଼ାଯିବ। ଅଭିଜ୍ଞତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମାଲକାନଗିରି ପରି ଅନୁଗୋଳରେ ମାଓବାଦୀ ସକ୍ରିୟ ନ ଥିଲେ ବି ଗୋଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯିବ।

ତଦନ୍ତ ଠାରୁ କନଭିକ୍‌ଶନ୍‌ ପର୍ଯ୍ୟନ୍ତ ପୋଲିସ କେମିତି କୌଶଳ ଆପଣାଇବ?
ଘଟିଥିବା ସ୍ଥାନରେ ଠିକ୍‌ ଭାବେ ତଦନ୍ତ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ମେସେଜ ରହିବ। ତଦନ୍ତରୁ ଟ୍ରାଏଲ ଏପରି କି ଦଣ୍ଡବିଧାନ ପର୍ଯ୍ୟନ୍ତ ପୋଲିସର ସମସ୍ତ କାର୍ଯ୍ୟ ଯେପରି ସ୍ବଚ୍ଛ ରହିବ ତାହା ଉପରେ ଦୃଷ୍ଟି ଦିଆଯିବ। କନଭିକଶନ୍‌ ରେଟ ବୃଦ୍ଧି ନିଶ୍ଚିତ ଲକ୍ଷ୍ୟ ରହିବ।

ସାଧାରଣ ଲୋକଙ୍କ ପ୍ରତି ପୋଲିସର ବ୍ୟବହାର ସମସ୍ତେ ଜାଣନ୍ତି। ଏହା ଉପରେ କେତେ ଧ୍ୟାନ ଦେବେ?
ବ୍ୟବହାରରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯିବ। ଲୋକଙ୍କ ସହ ପୋଲିସର ଦୂରତ୍ୱ କିପରି ହ୍ରାସ ହେବ ସେ ନେଇ ଉଦ୍ୟମ ହେବ। ସାଧାରଣ ଲୋକଟିଏ ଯେପରି ପୋଲିସ ଆକ୍ରୋଶର ଶିକାର ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ।

ଅନେକ ସମୟରେ ଥାନାରୁ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳୁନି। ସେଥିପାଇଁ କିପରି ବ୍ୟବସ୍ଥା କରାଯିବ?
ପ୍ରତ୍ୟେକ ଲୋକଙ୍କୁ ନ୍ୟାୟ ମିଳିବ। ଯେଉଁମାନେ ଅନ୍ୟାୟ ହୋଇଛି ବୋଲି ଅନୁଭବ କରିବେ, ସେମାନେ ମୋ ନିକଟକୁ ଅଭିଯୋଗ ନେଇ ଆସିଲେ ନିଶ୍ଚିତ ଆଇନ ଅନୁଯାୟୀ ସାହାଯ୍ୟ କରାଯିବ। ଲୋକଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା ରହିବ।

ବଦଳିବ କି ଏସ୍‌ପିଙ୍କ ଟିମ୍‌?
ସେପରି କିଛି ଅଦଳବଦଳ ହେବାର ନାହିଁ। ଥାନା ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି ଜିଲାର ବରିଷ୍ଠ ଅଧିକାରୀଙ୍କ ଯାଏ, କାର୍ଯ୍ୟଦକ୍ଷତା ଅନୁଧ୍ୟାନ କରାଯିବ। ଭଲ କାମ କଲେ ପୁରସ୍କାର ନ ହେଲେ ପରବର୍ତ୍ତୀ ପନ୍ଥା ଆପଣାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri